ସ୍ବଧର୍ମକୁ ଫେରିଲେ ୩ ପରିବାର

ପାପଡାହାଣ୍ଡି,୨୯।୮(ଡି.ଏନ୍‌.ଏ.): ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କଲେ। ସେହି ଧର୍ମର ପୂଜାର୍ଚ୍ଚନା କଲେ। ଏହାକୁ ନେଇ ଗ୍ରାମରେ ଦେଖାଦେଲା ବିବାଦ। ଗ୍ରାମବାସୀ ବୈଠକ କରି ଧର୍ମ ପରିବର୍ତ୍ତନ କରିଥିବା ପରିବାରକୁ ଫେରିଆସିବା ଲାଗି ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ଗ୍ରାମବାସୀ ଉକ୍ତ ପରିବାର ସହ କଥା ବନ୍ଦ କରି ସେମାନଙ୍କୁ ବିବାହ ବ୍ରତ, କୁଲି ମଜୁରୀ କାମରେ ନିୟୋଜିତ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଧର୍ମ ପରିବର୍ତ୍ତନ କରିଥିବା ପରିବାର ପୁଣି ଏବେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହାକୁମାରେ ଏପରି ଘଟଣା ଦେଖିବାକୁ ମିଳିଛି।
ଦୁଇ ବର୍ଷ ତଳେ ଗ୍ରାମର ଡମୁ ଜାନୀ ସ୍ତ୍ରୀ ଶାନ୍ତି ଜାନୀ, ବୈଶାଖୀ ଜାନୀ ସ୍ବାମୀ ମନଧର ଜାନୀ, କେଶବ ଜାନୀ ସ୍ତ୍ରୀ ପଦ୍ମଣୀ ଜାନୀ ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କରିଥିଲେ। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା। ଏହି ୩ପରିବାରକୁ ପୁଣି ମୂଳ ଧର୍ମକୁ ଫେରାଇ ଆଣିବାକୁ ଜାତି କୁଟୁମ୍ବ ସହ ଗ୍ରାମବାସୀ ପ୍ରୟାସ କରିଥିଲେ। ୬ମାସ ତଳେ ତଳେ ପୁଣି ଗ୍ରାମରେ ଏକ ବୈଠକ କରି ତିନି ପରିବାରକୁ ଫେରିବା ଲାଗି ନିବେଦନ କରାଯାଇଥିଲା। କିନ୍ତୁ ସେମାନେ ଫେରି ନ ଥିଲେ। ଏହାପରେ ଗ୍ରାମବାସୀ ସେମାନଙ୍କ ସହ କଥା ବନ୍ଦ କରି କୁଲି ମଜୁରୀ କାମକୁ ନ ଡ଼ାକିବା, ବିବାହ ଓ ବ୍ରତରେ ନ ଡାକିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ଓ ଯୁଧିଷ୍ଠୀର ଜାନୀଙ୍କ ନିକଟରେ ଉଭୟ ଗ୍ରାମବାସୀ ଏବଂ ଧର୍ମ ପରିବର୍ତ୍ତନ କରିଥିବା ପରିବାର ସମଧାନ ଲାଗି ପହଞ୍ଚତ୍ ଥିଲେ। ଏ ନେଇ ଏକ ବୈଠକ ହୋଇଥିଲା। ମୂଳ ଧର୍ମକୁ ଫେରିବା ଲାଗି ବୈଠକରେ ଧର୍ମ ପରିବର୍ତ୍ତନ କରିଥିବା ପରିବାର ଲୋକେ କହିଥିଲେ। ପରମ୍ପରା ଅନୁଯାଇ ଧର୍ମ ପରିବର୍ତନ ପରେ ମୂଳ ଧର୍ମକୁ ଫେରିବା ଲାଗି ଯେଉଁ ନୀତି ନିୟମ ରହିଛି ତାହାକୁ ମାନିବା ଲାଗି ଗ୍ରାମବାସୀ କହିଥିଲେ। ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଧର୍ମ ପରିବର୍ତ୍ତନ କରିଥିବା ପରିବାର ନୀତି ନିୟମ ପ୍ରକାରେ ଗ୍ରାମବାସୀଙ୍କ ଦାବି ପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୂଳ ଧର୍ମକୁ ଫେରି ଖୁସି ଅଛନ୍ତି ବୋଲି ସେମାନେ କହିଛନ୍ତି। ବୈଠକରେ ପରଜା ସମାଜ ବ୍ଲକ ସଭାପତି ନରସିଂହ ଜାନୀ, ଚୈତନ୍ୟ ଜାନୀ, ଗୋଦାଧର ଜାନୀ, ଲଖମଣ ଜାନୀ, ଦୁଲବ ଜାନୀ, ଗୋବିନ୍ଦ ଜାନୀ, ସୋମନାଥ ଜାନୀ, ସନ୍ୟାସୀ ଜାନୀ, ପର୍ଶୁ ଜାନୀ, ହୀରାଧର ଜାନୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏନେଇ ଗ୍ରାମବାସୀ ଓ ମୂଳ ଧର୍ମକୁ ଫେରିଥିବା ପରିବାର ରାଜିନାମା ଲେଖି ସ୍ବାକ୍ଷର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri