Posted inଫୁରସତ

ଷ୍ଟାଡିୟମ୍‌ ଭିତରେ ଚାଲୁଛି ଟ୍ରେନ୍‌

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। କ୍ରିକେଟ ପରି ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖୁବ୍‌ ଭିଡ ବି ହୁଏ। ତେବେ ଭାବିଲେ ଦେଖି ଏଇ ମ୍ୟାଚ ଦେଖିବା ସମୟରେ ଯଦି ଷ୍ଟାଡିୟମ୍‌ ଭିତର ଦେଇ ଟ୍ରେନ ଆସିଯାଏ ଆପଣ କ’ଣ କରିବେ। ଭାବୁଥିବେ, ଏମିତି କ’ଣ କେବେ ସମ୍ଭବ। ହଁ, ଏହା ସମ୍ଭବ। ସ୍ଲୋଭାକିଆର ସିର୍ନି ବାଲୋଗ ସହରରେ ଅଛି ଏହି ଅଜବ ଷ୍ଟାଡିୟମଟି, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ହେଲେ ଆରମ୍ଭରୁ ଷ୍ଟାଡିୟମ ଓ ରେଳଟ୍ରାକ ଗୋଟିଏ ସ୍ଥାନରେ ନ ଥିଲା। ପ୍ରଥମେ ତିଆରି ହୋଇଥିଲା ଏହି ରେଳଟ୍ରାକଟି। କିନ୍ତୁ ଅଶିଦଶକରେ ଉକ୍ତ ରେଳ ଟ୍ରାକ କିଛି ବର୍ଷ ପର୍ଯ୍ୟନ୍ତ ଅଚଳ ଭାବେ ପଡିରହିଥିଲା। ଏଇ ସମୟରେ ହିଁ ମ୍ୟୁନିସିପାଲିଟି ସେଠାରେ ଫୁଟବଲ ଷ୍ଟାଡିୟମ କରିଥିଲା। ୯୦ଦଶକରେ ଉକ୍ତ ରେଳଟ୍ରାକ୍‌ର ପୁନଃ ଉଦ୍ଧାର କରାଯାଇଥିଲା। ଆଉ ୧୯୯୨ରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ ହୋଇଥିଲା। ଫଳରେ ଫୁଟବଲ ଷ୍ଟାଡିୟମ ଦେଇ ରେଳ ଗଡିବା ଆରମ୍ଭ ହେଲା। ଏହା ଏକ ନ୍ୟାରୋଗେଜ ରେଳ ଅଟେ। ୧୭ କି.ମି. ଲମ୍ବ ଏହି ଟ୍ରାକ ଦେଇ ଏକ ଛୋଟ ବାଷ୍ପଚାଳିତ ଟ୍ରେନ ଯାଇଥାଏ। ମ୍ୟାଚ୍‌ ଚାଲିଥିବାବେଳେ ଯେବେ ଏହି ଟ୍ରେନ ଭକ୍‌ ଭକ୍‌ ଧୁଆଁ ଉଡାଇ ହର୍ନ ବଜାଇ ଷ୍ଟାଡିୟମ ଦେଇ ଗତି କରେ ଦର୍ଶକଙ୍କର ଧ୍ୟାନ ମ୍ୟାଚ୍‌ ଉପରୁ ହଟିବା ସହ ଖେଳାଳିଙ୍କର ବି କିଛିଟା ଧ୍ୟାନ ହଟିଥାଏ। ତଥାପି ସେମାନେ ଏହାକୁ ନଜର ନ ଦେଇ ମ୍ୟାଚ ଜାରି ରଖିବାକୁ ଚେଷ୍ଟା କରନ୍ତି। ଫଳରେ ମ୍ୟାଚ୍‌ ଦେଖିବାର ଏକ ଭିନ୍ନ ଅନୁଭୁତି ଦର୍ଶକ ଏଠାରେ ପାଇଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri