୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର

କାଲିମେଳା, ୨୪ା୮(ଡି.ଏନ.ଏ.): ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି l ଏହାର ଆନୁମାନିକ ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ହେବ ବୋଲି କୁହାଯାଉଛି। ଖବରରୁ ଜଣାପଡିଛି, କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୫ ଗ୍ରାମରେ ଚୋରାରେ କଇଁଛ କାରବାର ଚାଲିଥିବା ନେଇ ବନ ବିଭାଗ କର୍ମଚାରୀଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତତ୍‌କ୍ଷଣାତ୍‌ ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳେଇଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଗାର୍ଡ ସୁଶାନ୍ତ ସ୍ବାଇଁସ୍‌, ଶିବାନନ୍ଦ ଲେଙ୍କା, ପାରାଷ୍ଟାଫ ଜୟନ୍ତ ନାୟକ, ରୁଦ୍ର ହନ୍ତାଳ, ସୁରଜ ଦାସ, ଦିନେଶ ରାଓ, ମୁକେଶ ମାଡକାମି ପ୍ରମୁଖ କର୍ମଚାରୀ ବିଳମ୍ବ ନ କରି ଏମ୍‌ପିଭି-୬୫ ଗ୍ରାମରେ ପହଞ୍ଚତ୍ ହାଟପଦା ନିକଟରେ ବସ୍ତାରେ ବନ୍ଧା ହୋଇ ରଖାଯାଇଥିବା କଇଁଛ ଗୁଡିକୁ ଜବତ କରିଥିଲେ l ପ୍ରାୟ ୨୦ଟି ବସ୍ତାରୁ ୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର କରାଯାଇଥିଲା l ଉଦ୍ଧାର ପରେ ସେଗୁଡ଼ିକୁ ବନବିଭାଗ କାର୍ଯ୍ୟାଳୟରେ ରଖା ଯାଇଛି। ଡିଏଫଓଙ୍କ ନିର୍ଦ୍ଦେଶ ପରେ କଇଁଛଗୁଡିକୁ ଏକ ନିର୍ଦ୍ଦିଷ୍ଟ ଜଳାଶୟରେ ଛଡାଯିବ ବୋଲି ରେଞ୍ଜର ଦଳେଇ କହିଛନ୍ତି। ତେବେ ଚଢାଉ ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି କଇଁଛ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇପାରିନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ମହିଳାଙ୍କୁ ଯୌନ ଉତ୍ପୀଡନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି

ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri