ବେଆଇନ ନିର୍ମାଣ ପାଇଁ ସିଲ୍‌ ହେଲା ମଲ୍‌

ଅନୁଗୋଳ ଅଫିସ, ୨୩।୮: ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ନିକଟରୁ ଅନୁଗୋଳ ପୌରପାଳିକାକୁ କ୍ଷମତା ଆସିବା ପରେ ପ୍ରଥମ ଥର ବେଆଇନ୍‌ ନିର୍ମାଣ ଉପରେ ଚଢ଼ାଇ କରି ସିଲ୍‌ କରାଯାଉଛି। ଏକ ଶପିଂମଲ୍‌ ମାଲିକ ସନ୍ତୋଷଜନକ ଦସ୍ତାବିତ୍‌ ଦେଖାଇ ପାରି ନ ଥିବାରୁ ଏହାକୁ ସିଲ୍‌ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ତେବେ ଆଦେଶ ଅନୁଯାୟୀ ଠିକ୍‌ ଦସ୍ତାବିଜ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଉକ୍ତ ମଲ୍‌ଟି ବନ୍ଦ ରହିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଅନୁଗୋଳ ସହର ଶଙ୍କର ସିନେମା ରୋଡ୍‌ରୁ ଗାନ୍ଧୀମାର୍ଗ ରାସ୍ତାରେ ସବୁଠାରୁ ବଡ଼ ଶପିଂ ମଲ୍‌ ଗଢ଼ି ଉଠିଥିଲା। କିନ୍ତୁ ଉକ୍ତ ମଲ ଗୋଟିଏ କାର୍ଯ୍ୟ ପାଇଁ ତାମଡା ନିକଟରୁ ଅନୁମତି ନେଇଥିବା ବେଳେ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିଲା। ବେଆଇନ ଭାବେ କିଛି ନିର୍ମାଣ ମଧ୍ୟ କରାଯାଇଥିଲା ବେଳେ ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିଲା। କେବଳ ସେତିକି ନୁହେଁ, ନିର୍ମାଣ ହୋଇଥିବା ସ୍ଥାନ ଜଣଙ୍କ ନାମରେ ଥିବାବେଳେ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ତାମଡା ପକ୍ଷରୁ ଅନ୍ୟ ଜଣେ ନେଇଥିଲେ। ଏପରି କି ଅନ୍ୟ ଜଣେ ଚୁକ୍ତିନାମା କରିଥିଲେ। ଏହି ମଲ୍‌ ଗତ ମେ ମାସରେ କାର୍ଯ୍ୟକ୍ଷମ ହୋଇଥିଲା। ଏପରି କାର୍ଯ୍ୟ ପାଇଁ ତାମଡା ପକ୍ଷରୁ ବିଭିନ୍ନ ସମୟରେ ନୋଟିସ୍‌ ପ୍ରଦାନ କରାଯାଇଥିଲା। କିନ୍ତୁ ମଲ୍‌ ମାଲିକ ଏହାକୁ ଖାତିର କରି ନ ଥିଲେ। ବିନା ହୋଲ୍ଡିଂ ଟ୍ୟାକ୍ସରେ ଏହା କାଯର୍‌ୟକ୍ଷମ ରହିଥିଲା। ଏହି ଶପିଂ ମଲ୍‌ରେ ଚାଲିଥିବା ବ୍ୟବସାୟିକ ପ୍ରତିଷ୍ଠାନର ଟ୍ରେଡ୍‌ ଲାଇସେନ୍ସ ନ ଥିବା ମଧ୍ୟ ପୌରପାଳିକା ପକ୍ଷରୁ କୁହାଯାଇଛି। ଏ ନେଇ ବାରମ୍ବର ମଲ୍‌ ମାଲିକଙ୍କୁ ପୌର କର୍ତ୍ତୃପକ୍ଷ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେଇ ନ ଥିଲେ। ତେବେ ପୁଳା ପୁଳା ବେଆଇନ୍‌ ତଥ୍ୟ ପୌରପାଳିକା ପାଇବା ପରେ ଉକ୍ତ ମଲ୍‌ଟିକୁ ସୋମବାର ସନ୍ଧ୍ୟାରେ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଉନ୍ନୟନ ନିୟମ ଅନୁସାରେ ପୌରପାଳିକାକୁ କ୍ଷମତା ପ୍ରଦାନ କରାଯାଇଛି। ତାମଡାର ସହରାଞ୍ଚଳର ପ୍ଲାନିଂ ଫଙ୍କସନ୍‌ (ବିଲ୍ଡିଂ ଅନୁମତି, ସବ୍‌ଡିଭିଜିନାଲ ଲେଆଉଟ୍‌, ଏନଫୋର୍ସମେଣ୍ଟ୍‌) ଆସିଛି। ଏହି କ୍ଷମତା ପାଇବା ପରେ ଅନୁଗୋଳ ପୌର କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଆକ୍ସନ ମୁଡ୍‌ରେ ଆସିଛନ୍ତି। ବେଆଇନ୍‌ ନିର୍ମାଣକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଇ ସିଲ୍‌ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri