ବ୍ୟାଙ୍କ ଜାତୀୟକରଣକୁ ପୂରିଲା ୫୦ ବର୍ଷ

ନୂଆଦିଲ୍ଲୀ,୨୦-୭: ଆଜିଠୁ ଦୀର୍ଘ ୫୦ବର୍ଷ ପୂର୍ବେ ୧୯ ଜୁଲାଇ, ୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ ପ୍ରମୁଖ ବ୍ୟାଙ୍କକୁ ପ୍ରଥମଥର ଜାତୀୟକରଣ କରିଥିଲେ। ୧୯୬୯ ପରେ ୧୯୮୦ରେ ପୁନର୍ବାର ୬ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା। ଶୁକ୍ରବାର ବ୍ୟାଙ୍କ ଜାତୀୟକରଣର ୫୦ ବର୍ଷ ପୂର୍ତ୍ତି ହୋଇଛି। ବ୍ୟାଙ୍କକୁ ଗରିବଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହାର ଜାତୀୟକରଣ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଗାନ୍ଧୀ ସେତେବେଳେ ଯୁକ୍ତି ଦର୍ଶାଇଥିଲେ। ତେବେ ଏହି ନିଷ୍ପତ୍ତି ନେବାକୁ ବହୁ ବର୍ଷ ଅପେକ୍ଷା କରିବାକୁ ପଡିଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୋଇଥିବା ପ୍ରୟାସ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ କେନ୍ଦ୍ରୀୟ ବ୍ୟାଙ୍କକୁ ସରକାରଙ୍କ ଅଧୀନକୁ ଆଣିବା ଲାଗି ବିଚାର ଜନ୍ମ ନେଇଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଜାତୀୟକରଣ କରାଯାଇସାରିଥିଲା। ପରେ ୧୯୪୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜାତୀୟକରଣ ହେବା ପରେ ୧୯୫୫ରେ ଇମ୍ପିରିୟାଲ ବ୍ୟାଙ୍କକୁ ଜାତୀୟକରଣ କରାଯାଇ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନାମ ଦିଆଯାଇଥିଲା।
ସାମାଜିକ ଉତ୍ଥାନ ଲାଗି ନିଆଯାଇଥିଲା ନିଷ୍ପତ୍ତି
ଆର୍ଥିକ ଦୃଷ୍ଟିରୁ ସରକାରଙ୍କ ମନେ ହୋଇଥିଲା ଯେ, କମର୍ସିଆଲ ବ୍ୟାଙ୍କଗୁଡ଼ିକ ସାମାଜିକ ଉତ୍ଥାନ ପ୍ରକ୍ରିୟାରେ ସହାୟକ ହେଉନାହାନ୍ତି। ସେତେବେଳେ ଦେଶର ୧୪ ବଡ଼ ବ୍ୟାଙ୍କ ନିକଟରେ ଦେଶର ପ୍ରାୟ ୮୦ ପ୍ରତିଶତ ପୁଞ୍ଜି ଥିଲା। ଏଥିରେ ଜମା ଅର୍ଥକୁ ଲାଭକାରୀ ଯୋଜନାରେ ହିଁ ନିବେଶ କରାଯାଉଥିଲା। ତେବେ ସରକାର କୃଷି, ଲଘୁ ଉଦ୍ୟୋଗ ଏବଂ ରପ୍ତାନି ବୃଦ୍ଧିରେ ନିବେଶ କରିବାକୁ ଚାହୁଁଥିଲେ।
୧୯୫୫ ସୁଦ୍ଧା ବୁଡ଼ିଯାଇଥିଲା ୩୬୦ ବ୍ୟାଙ୍କ
ଏକ ରିପୋର୍ଟ ଅନୁଯାୟୀ, ୧୯୪୭ରୁ ୧୯୫୫ ସୁଦ୍ଧା ଦେଶର ୩୬୦ ଛୋଟ ବଡ଼ ବ୍ୟାଙ୍କ ବୁଡିଯାଇଥିଲା। ଏଥିରେ ଜମା କୋଟି କୋଟି ଲୋକ ନିଜର ଝାଳବୁହା ଧନ ହରାଇଥିଲେ। ସେହିପରି କେତେକ ବ୍ୟାଙ୍କ କଳାବଜାରୀ ଧନ୍ଦାରେ ନିବେଶ କରୁଥିଲେ।
ଅର୍ଡିନାନ୍ସ ଜରିଆରେ ହୋଇଥିଲା ଜାତୀୟକରଣ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜୁଲାଇ ୧୯, ୧୯୬୯ ରାତି ୮.୩୦ରେ ଅର୍ଡିନାନ୍ସ ଜାରି କରି ୧୪ ବ୍ୟାଙ୍କର ଜାତୀୟକରଣ କରାଗଲା ବୋଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଘୋଷଣା କରିଥିଲେ। ଏହାର ୭ ଦିନ ପୂର୍ବରୁ କଂଗ୍ରେସର ବାଙ୍ଗାଲୋର ଅଧିବେଶନରେ ଇନ୍ଦିରା ଘରୋଇ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣ କରିବାର ସମୟ ଆସିଛି ବୋଲି ଉଲ୍ଲେଖ କରିଥିଲେ। ତେବେ କେବେ ସୁଦ୍ଧା ଏହା ହେବ ସେ ଜଣାଇ ନ ଥିଲେ। ଅତ୍ୟନ୍ତ ଗୋପନୀୟ ଭାବେ ସେ ଏହି କାର୍ଯ୍ୟରେ ଆଗେଇଥିଲେ। ଅଧ୍ୟାଦେଶ ଚିଠା ପ୍ରସ୍ତୁତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ବିଭାଗ ଡେପୁଟି ସେକ୍ରେଟାରୀ ଡି.ଏନ୍‌.ଘୋଷ, ଇନ୍ଦିରାଙ୍କ ପ୍ରମୁଖ ସଚିବ ପି.ଏନ୍‌.ହକ୍‌ସର ଏବଂ ଆର୍‌ବିଆଇ ଡେପୁଟି ଗଭର୍ନର ଏ.ବକ୍ସିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଅଧ୍ୟାଦେଶ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇନ୍ଦିରା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତତ୍କାଳୀନ ଆର୍‌ବିଆଇ ଗଭର୍ନର ଏଲ୍‌.କେ.ଝା ଏବଂ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ସଚିବ ଆଇ.ଜି.ପଟେଲଙ୍କୁ ଏ ସମ୍ପର୍କରେ କିଛି କୁହାଯାଇ ନ ଥିଲା। ଗ୍ରାମାଞ୍ଚଳରେ ଅର୍ଥ ପହଞ୍ଚାଇବା ଲକ୍ଷ୍ୟରେ ଜାତୀୟକରଣ କରାଯାଉଥିବା ମୂଳ ଉଦ୍ଦେଶ୍ୟ ଥିଲା। ୨୪ଘଣ୍ଟା ମଧ୍ୟରେ ଅଧ୍ୟାଦେଶ ପ୍ରସ୍ତୁତ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଜୁଲାଇ ୧୯ ସନ୍ଧ୍ୟା ୫ଟାରେ ତୁରନ୍ତ କ୍ୟାବିନେଟ ବୈଠକ ଡକାଇଥିଲେ। ଅଧ୍ୟାଦେଶକୁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଭି.ଭି.ଗିରି ଏହାକୁ ଅନୁମୋଦନ କରିଥିଲେ। ରାତ୍ରି ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ବ୍ୟାଙ୍କ ଜାତୀୟକରଣ ଘୋଷଣା କରିଥିଲେ। ଜାତୀୟକରଣ ହୋଇଥିବା ବ୍ୟାଙ୍କଗୁଡ଼ିକ ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ, ୟୁକୋ ବ୍ୟାଙ୍କ,କାନାରା ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସିଣ୍ଡିକେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଲ୍ଲାହାବାଦ୍‌ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ,ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର।
ବିରୋଧ କରି ଇସ୍ତଫା ଦେଇଥିଲେ ମୋରାର୍‌ଜୀ ଦେଶାଇ
ପ୍ରଚଣ୍ଡ ରାଷ୍ଟ୍ରବାଦୀ ନେତା ତଥା ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ମୋରାର୍‌ଜୀ ଭାଇ ଦେଶାଇ ବ୍ୟାଙ୍କ ଜାତୀୟକରଣକୁ ବିରୋଧ କରିଥିଲେ। କଂଗ୍ରେସ ଅଧିବେଶନରେ ଇନ୍ଦିରା ବ୍ୟାଙ୍କ ଜାତୀୟକରଣ ସମ୍ପର୍କରେ ଉଲ୍ଲେଖ କରିବା ମାତ୍ରେ ସେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତେବେ ଇନ୍ଦିରାଙ୍କ ୧୦ ସୂତ୍ରୀ କାର୍ଯ୍ୟକ୍ରମକୁ ଦଳରେ ଉପସ୍ଥାପନ କରିଥିବା ଦେଶାଇ ସାମାଜିକ ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକୁ ସରକାରୀ ନିୟନ୍ତ୍ରଣ ସପକ୍ଷରେ ଥିଲେ ସୁଦ୍ଧା ଜାତୀୟକରଣ ସପକ୍ଷରେ ନ ଥିଲେ। ଇନ୍ଦିରାଙ୍କ ଜିଦ୍‌ ନିକଟରେ ମୁଣ୍ଡ ନ ନୁଆଇ ସେ ଜୁଲାଇ ୧୬, ୧୯୬୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ବ୍ୟାଙ୍କ ଶାଖା ବୃଦ୍ଧି
ଜାତୀୟକରଣ ପରେ ବ୍ୟାଙ୍କ ଶାଖା ବୃଦ୍ଧି ପାଇଲା। ସହର ସହ ବ୍ୟାଙ୍କ ଗ୍ରାମାଞ୍ଚଳରେ ପାଦ ଥାପିଲା। ତଥ୍ୟ ଅନୁଯାୟୀ, ଜୁଲାଇ, ୧୯୬୯ରେ ଦେଶରେ ବ୍ୟାଙ୍କଗୁଡ଼ିକର ମୋଟ ୮୩୨୨ ଶାଖା ଥିଲା। ୧୯୮୦ରେ ଜାତୀୟକରଣର ଦ୍ୱିତୀୟ ଆରମ୍ଭ ହୋଇଥିଲା ଓ ଘରୋଇ ବ୍ୟାଙ୍କଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା। ସେହି ସମୟରେ ୧୪ ବ୍ୟାଙ୍କର ମୋଟ ଲାଭ ୫.୭ କୋଟି ଟଙ୍କା ଥିଲା ବେଳେ ଆଜିର ଦିନରେ ସେମାନଙ୍କର ମୋଟ କ୍ଷତିର ପରିମାଣ ୪୯,୭୦୦ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri