କଚ୍ଛପ ଗତିରେ ୨୯ ମେଗା ପାଣି ପ୍ରକଳ୍ପ

ଯାଜପୁର ଅଫିସ,୨୨ା୮: ରାଜ୍ୟର ୬ ଖଣି ପ୍ରଭାବିତ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଏଥିରେ ନିୟୋଜିତ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାର ସୁଯୋଗରେ କେତେକ ଠିକାସଂସ୍ଥା ରିଭାଇଜ କରାଇ ଚୁକ୍ତିଠାରୁ ଅଧିକ ଅର୍ଥ ମଞ୍ଜୁର କରି ନେଇଛନ୍ତି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୩୧ା୭ା୨୦୨୨ ସୁଦ୍ଧା ୫୮୮୯.୩ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ୩୦୯୯.୫୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ବିଡ଼ମ୍ବନା ଯେ, ୫ ବର୍ଷ ହେଲା ସମସ୍ତ ପ୍ରକଳ୍ପ ନିର୍ମାଣାଧୀନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ କେତେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ମନମାନି ଓ ତ୍ରୁଟିପୂର୍ଣ୍ଣ ହେଉଥିବା ପୂର୍ବରୁ ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇ ସାରିଛି। ଏହିକ୍ରମରେ ଖଣି ପ୍ରଭାବିତ ଅଞ୍ଚଳବାସୀ ସ୍ବଚ୍ଛ ପାଣି ପାଇଁ ଚାତକ ପରି ଚାହିଁ ରହିଥିବା ମତପ୍ରକାଶ ପାଇଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମ୍‌କୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍‌ବିଏଡିସି ଗଠିତ ହୋଇଥିଲା। ଓଏମ୍‌ବିଏଡିସି ଅର୍ଥକୁ ମୁଖ୍ୟତଃ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ୍‌ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ ପାଇଁ ସ୍ଥିର କରାଯିବା ପରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହିକ୍ରମରେ ଖଣି ପ୍ରଭାବିତ ଅନୁଗୋଳ, ମୟୂରଭଞ୍ଜ, କୋରାପୁଟ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୨୦୧୮ରୁ ପର୍ଯ୍ୟାୟକ୍ରମେ ୨୯ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହିସବୁ ମେଗା ପ୍ରକଳ୍ପରେ ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସି (ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ), ଏଲ ଆଣ୍ଡ ଟି, ଭୋଲଟାସ ଏବଂ ମେଘା ଇଞ୍ଜିନିୟର ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିଃ(ମେଲ)କୁ ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ନିର୍ମାଣାଧୀନ ପ୍ରକଳ୍ପ ପାଇଁ ୩୨୧.୩୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ଠିକାସଂସ୍ଥା ଏନସିସିକୁ ୨୮୮.୩୩ କୋଟି ଟଙ୍କା ରିଲିଜ୍‌ ହୋଇଛି। ସେହିପରି କେନ୍ଦୁଝର, ଚମ୍ପୁଆ, ଝୁମ୍ପୁରା ଓ ବଂଶପାଳ ପ୍ରକଳ୍ପରେ ୩୧୧.୫୦ କୋଟି, ହରିଚନ୍ଦନପୁର, ଘଟଗଁା, ତେଲକୋଇ, ପାଟନା ଓ ପାଲଲହଡା ପ୍ରକଳ୍ପରେ ୧୦୨୫.୫୩ କୋଟି, ରାଇରଙ୍ଗପୁର ପ୍ରକଳ୍ପରେ ୧୭୮.୯୧ କୋଟି, କୁସୁମୀ ପ୍ରକଳ୍ପରେ ୨୧୧.୯୩ କୋଟି, ଯଶିପୁର ବ୍ଲକ ପ୍ରକଳ୍ପରେ ୨୨୨.୧୧ କୋଟି, ହେମଗିରି ପ୍ରକଳ୍ପରେ ୧୨୩ କୋଟି, କୁତ୍ରା ପ୍ରକଳ୍ପରେ ୧୩୧.୯୬ କୋଟି, ରାଜଗାଙ୍ଗପୁରର ପ୍ରକଳ୍ପରେ ୧୧୬.୮୭ କୋଟି, ଗୁରୁଣ୍ଡିଆ ପ୍ରକଳ୍ପରେ ୬୨ କୋଟି, କୋଇଡା ପ୍ରକଳ୍ପରେ ୨୩ କୋଟି, ଲହୁଣୀପଡା ପ୍ରକଳ୍ପରେ ୫୩ କୋଟି, କୁଆଁରମୁଣ୍ଡା ପ୍ରକଳ୍ପରେ ୯୪.୫୦ କୋଟି, ନୂଆଗଁା ପ୍ରକଳ୍ପରେ ୧୧୦ କୋଟି, ସୁକିନ୍ଦା-୧ ପ୍ରକଳ୍ପରେ ୪୭.୩୮ କୋଟି, ସୁକିନ୍ଦା-୨ ପ୍ରକଳ୍ପରେ ୧୦୦.୫୪ କୋଟି, ସୁନ୍ଦରଗଡ଼ ଜିଲାର ୧୨୨ଟି ଗ୍ରାମ ପାଇଁ ହେଉଥିବା ପ୍ରକଳ୍ପରେ ୧୪୮ କୋଟି, କେନ୍ଦୁଝର ଜିଲାର ୧୧୫ ଗ୍ରାମ ପ୍ରକଳ୍ପରେ ୮୨.୬୭ କୋଟି, ସୁନ୍ଦରଗଡ ଜିଲାର ବିଶ୍ରା, ଲାଠିକଟା, ବଣେଇ ପ୍ରକଳ୍ପରେ ୪୪ କୋଟି ଏବଂ ଲେଫ୍ରିପଡା, ଟାଙ୍ଗରପାଲି, ସୁନ୍ଦରଗଡ, ବରଗଁା, ସବଡେଗା ଓ ବାଲିଶଙ୍କରା ପ୍ରକଳ୍ପରେ ୮୪ କୋଟି ଟଙ୍କା ରିଲିଜ ହୋଇଛି। ଏହାବାଦ୍‌ ମୟୂରଭଞ୍ଜ ଜିଲା ସାମଖୁଣ୍ଟ ବ୍ଲକର ୧୧୭ ଗ୍ରାମ ପାଇଁ ୧୦୦.୧୨ କୋଟି, ସାରସକଣା, କୁଳିଅଣା, ବାଙ୍ଗିରିପୋଷି ବ୍ଲକର ୨୫ ପଞ୍ଚାୟତ ପାଇଁ ୨୦୨.୬୮ କୋଟି, ବାଙ୍ଗିରିପୋଷି, କୁଳିଅଣା ବ୍ଲକର ଅନ୍ୟ ୧୬ ପଞ୍ଚାୟତ ପାଇଁ ୨୦୭.୮୬ କୋଟି, ଉଦଳା, ଉଦଳା ଓ ଖୁଣ୍ଟା ବ୍ଲକ ପାଇଁ ୨୨୧.୫୭ କୋଟି, କପଟିପଡା ବ୍ଲକର ୨୬ ପଞ୍ଚାୟତ ପାଇଁ ୨୩୫.୯୧ କୋଟି, ବଡ଼ସାହି ବ୍ଲକର ୩୦ ପଞ୍ଚାୟତ ପାଇଁ ୨୦୮.୪୭ କୋଟି ଓ ବାରିପଦା ବ୍ଲକର ୧୧ ପଞ୍ଚାୟତ ପାଇଁ ୧୧୬.୬୯ କୋଟି ଏବଂ ରାଇରଙ୍ଗପୁର ଡିଭିଜନ ଅଧୀନସ୍ଥ ରରୁଆଁ ବ୍ଲକରେ ୭୪.୨୧ କୋଟି ଓ ସୁକ୍ରୁଲି ବ୍ଲକ ପାଇଁ ୯୮.୪୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିସବୁ ପ୍ରକଳ୍ପଗୁଡିକର ଅଗ୍ରଗତି ୮୯.୪୨% ରେ ରହିଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକରେ ଏନ୍‌ସିସି ପକ୍ଷରୁ ନିର୍ମାଣାଧୀନ ୨ ମେଗା ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବରୁ ଇଞ୍ଜିନିୟର୍ସ ଅଥରିଟି ଓ ବିଭାଗୀୟ ତାଗିଦ ହୋଇ ସାରିଛି। ଏହାସତ୍ତ୍ବେ ବିଭିନ୍ନ ଆଳ ଦେଖାଇ ଏହି ପ୍ରକଳ୍ପରେ ମଞ୍ଜୁର ଅର୍ଥ ଠାରୁ ୬ କୋଟି ଟଙ୍କା ଅଧିକ ମଞ୍ଜୁର ହୋଇଥିବା ଜଣାପଡିଛି। ତଥାପି ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ନ ହେବା ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri