୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ନିଜର ପ୍ରତିକ୍ରିୟା ପ୍ରକାଶ କରି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଯୋଜନା ଆୟୋଗକୁ ଭାଙ୍ଗି ଦେଇଥିବା ସରକାର ମନେ ରଖିବା ଉଚିତ୍‌ ଯେ, ଯୋଜନାବଦ୍ଧ ଅର୍ଥନୀତି ପ୍ରତି ଭରସା ଥିବା ସରକାର ହିଁ ଆଧୁନିକ ଭାରତର ମୂଳଦୁଆ ପକାଇଥିଲେ। ଆଜିକାଲି ତାହା ଦେଖାଯାଉନାହିଁ। ୫ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଜାଣନ୍ତୁ ଯେ, ସ୍ବାଧୀନତା ପରେ କଂଗ୍ରେସ ସରକାର ଦ୍ୱାରା ଏହାର ଦୃଢ଼ ଭିତ୍ତି ସ୍ଥାପନ କରାଯାଇଥିଲା। ସ୍ଥାନୀୟ ମାଓ୍ବଲକର ହଲ୍‌ସ୍ଥିତ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଛନ୍ତି ଯେ, ଯେଉଁ ଲୋକମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ, ଦେଶ ସ୍ବାଧୀନ ବେଳେ ଭାରତ କେଉଁଠି ଥିଲା ଏବଂ ଆମେ ଏବେ କେଉଁଠି ପହଞ୍ଚତ୍ଛୁ। ଅଣ କଂଗ୍ରେସ ଶାସନର ମଧ୍ୟ ଦୃଢ଼ ଅର୍ଥନୀତିରେ ଯୋଗଦାନ ଥିଲା। ତେବେ ଯେଉଁମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଆମେ କେଉଁଠୁ ଆରମ୍ଭ କରିଥିଲୁ ଓ କେଉଁଠି ଛାଡିଲୁ। ଭାରତର ଅର୍ଥନୀତି ଯଦି ଏବେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ବାକୁ ଯାଉଛି। କଂଗ୍ରେସ ସରକାର ଦେଶର ଅର୍ଥନୀତିକୁ ୧.୮ ଲକ୍ଷ କୋଟି ଡଲାରରେ ପହଞ୍ଚାଇ ଶାସନ ଛାଡ଼ିଛି। ପ୍ରାୟ ଶୂନ୍ୟରୁ ଅର୍ଥନୀତିକୁ ଏହି ସ୍ଥାନରେ ପହଞ୍ଚାଇପାରିଛି କଂଗ୍ରେସ ସରକାର। ଭାରତର ଭବିଷ୍ୟତର ଅର୍ଥନୀତିର ଭିତ୍ତିଭୂମି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଡ.ମନମୋହନ ସିଂ ଏବଂ ପି.ଭି.ନରସିଂହ ରାଓଙ୍କ ସରକାର ଯୋଗୁ ସମ୍ଭବ ହୋଇପାରିଛି। ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଭାଷଣ ବେଳେ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ଆକାଶରୁ ଉଡ଼ି ଆସିବନି। ଏଥିଲାଗି ଆବଶ୍ୟକ ଦୃଢ଼ ଭିତ୍ତିଭୂମି ରହିଛି। ଏହାକୁ ବ୍ରିଟିଶମାନେ ନୁହେଁ ଦେଶ ସ୍ବାଧୀନ ପରେ ଭାରତୀୟମାନେ ହିଁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ଏବେ ଦ୍ରୁତଗତିରେ ଆଗେଇ ଚାଲିଛି। ନେହେରୁ ତଥା ଅନ୍ୟମାନେ ଦେଶରେ ଆଇଆଇଟି,ଇସ୍ରୋ, ଆଇଆଇଏମ୍‌, ବ୍ୟାଙ୍କିଙ୍ଗ ନେଟ୍‌ଓ୍ବାର୍କ ଆଦି ସ୍ଥାପନ କରିବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଡ.ମନମୋହନ ସିଂ ଏବଂ ନରସିଂହା ରାଓଙ୍କ ଅର୍ଥନୀତିର ଉଦାରୀକରଣ କରିବା ଯୋଗୁ ଏହାକୁ ସହାୟତା ମିଳିଥିଲା। ଯାହା ଦ୍ୱାରା ଭାରତର ଅର୍ଥନୀତି ଅଭିବୃଦ୍ଧି ସମ୍ଭାବନା ବଢ଼ିଛି। ଏହାକୁ ଭିତ୍ତି କରି ଅର୍ଥମନ୍ତ୍ରୀ ଆଜି ଉକ୍ତ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri