ଆଠମଲ୍ଲିକରେ ୫୦ ହଜାର ଲୋକ ପ୍ରଭାବିତ

ଆଠମଲ୍ଲିକ,୧୭।୮(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି। ବ୍ଲକ ଅଞ୍ଚଳର ୧୩ଟି ପଞ୍ଚାୟତବାସୀ ୩ ଦିନ ହେଲା ମହାନଦୀ ଜଳ ଦ୍ୱାରା ପ୍ରଭାବିତ ହେଉଥିବା ବେଳେ ହୀରାକୁଦରୁ ଅଧିକ ପାଣି ଛଡ଼ାଯାଉଥିବାରୁ ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଏନ୍‌ଏସିର ତଳିଆ ଅଞ୍ଚଳକୁ ପାଣି ଲାଗି ଯାଇଥିବାରୁ ହୀରାକୁଦ ପାଣି ପହଞ୍ଚିଲେ ଏଠାରେ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
ପ୍ରକାଶ ଯେ, ବ୍ଲକର ଜାମୁଡୋଲୀ, ଲୁହାସିଙ୍ଗା, ଅଏଡା ପଞ୍ଚାୟତର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କନ୍ଧପଡ଼ା ପଞ୍ଚାୟତର ବେଳାଦୁଲା, ଫକୀରପୁର, ବାସୁଦେବପୁର ପଞ୍ଚାୟତର ଭୋଇପଡା, ବୁରଘାଟ, ଘୋଡାଗାଡି, କିଆକଟା ପଞ୍ଚାୟତର ହେଲେଇ, କମ୍ପଲା ପଞ୍ଚାୟତର ବେଳପୁଞ୍ଜି, ଛେପେରା, ଲୁଣହାଣ୍ଡି ପଞ୍ଚାୟତର ରାସୁସିଙ୍ଗl, ଜହ୍ନିମୁଣ୍ଡା, ଟାଇଁସର, ଲୁଣହାଣ୍ଡି, ତେଲିନାଲି, କୁଦଗାଁ ପଞ୍ଚାୟତର ଖଡରାପଡା, କଣ୍ଠପଡା, ହିଁସେଇ, ପୁରୁଣାମାଣତ୍ରୀ ପଞ୍ଚାୟତର ଓଡ଼ସିଙ୍ଗା, ନୂଆମାଣତ୍ରୀ, ପୁରୁଣାମାଣତ୍ରୀ, ମାଳିପଦର, ନୂଆଭୂଇଁ, ଚିଲଖଣ୍ଡି, ନଅଗାଁ ପଞ୍ଚାୟତର ଲିପିଲୋଇ, ହରିଡ଼ାକୋଠା, ସାତବନ୍ଧୁଲି, କୁଟେଶ୍ୱର ଗ୍ରାମର ସମସ୍ତ ଚାଷ ଜମି ୩ ଦିନ ହେଲା ବନ୍ୟାପାଣିରେ ବୁଡି ରହିଛି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦର ମହାନଦୀ ପାର୍ଶ୍ୱରେ ଥିବା ସମସ୍ତ ଚାଷ ଜମିରେ ବନ୍ୟା ପାଣି ମାଡି ନଦୀର ଭ୍ରମ ସୃଷ୍ଟି କରିଛି। ପୁରୁଣାମାଣତ୍ରୀ ପଞ୍ଚାୟତ ଓଡ଼ସିଙ୍ଗl ଗ୍ରାମରେ ଥିବା ପ୍ରସିଦ୍ଧ ଶୈବପୀଠ ଦେଉଳଝରି ଓ ନିକଟରେ ଥିବା ପାର୍ଶ୍ୱ ମନ୍ଦିର ଭିତରେ ବନ୍ୟାପାଣି ପଶିଯାଇଛି। ଅଏଡା ରାଜସ୍ବ ନିରୀକ୍ଷକ ଅମରନାଥ ଦେହୁରୀଙ୍କ ସୂଚନା ଅନୁଯାୟୀ, ଅଏଡା, ଲୁହାସିଙ୍ଗା, ଜାମୁଡୋଲୀ ପଞ୍ଚାୟତରେ ୧୫ଟି କଚ୍ଚା ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ବନ୍ୟା ଜଳ ବଢ଼ୁଥିବାରୁ ୩ ଦିନ ହେଲା ପୌର ପ୍ରଶାସନ ସଜାଗ ରହିଛି, ପୌରାଞ୍ଚଳର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରକାଶ କରିଛନ୍ତି। ଜାମୁଡୋଲୀ ପଞ୍ଚାୟତର କୁତୁଳସିଙ୍ଗା ଗ୍ରାମ ନିକଟସ୍ଥ ଚଣାଗଡି ନାଳ ପୋଲ ଉପରେ ତିନିଦିନ ହେଲା ୮/୧୦ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ କୁତୁଳସିଙ୍ଗା ଓ କରଡ଼l ସିଂ ସ୍କୁଲ ପର୍ଯ୍ୟନ୍ତ ହାରାହାରି ଏକ କିଲୋମିଟର ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ସରପଞ୍ଚ ସୁଦର୍ଶନ ଗାଈଗାରିଆ ସୂଚନା ଦେଇଛନ୍ତି। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ଆଠମଲ୍ଲିକ ବନ୍ୟାଞ୍ଚଳ ପରିଦର୍ଶନରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି। କୁଦଗାଁ ପଞ୍ଚାୟତର କୁଦଗାଁ ଗ୍ରାମରୁ ୧୫୯ଜଣଙ୍କୁ ଅସ୍ଥାୟୀ ଶିବରକୁ ସ୍ଥାନାନ୍ତରିତ କରାଯାଇଛି। ପଞ୍ଚାୟତ ତରଫରୁ ଅସ୍ଥାୟୀ ଶିବିରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସରପଞ୍ଚ ସିଦ୍ଧାର୍ଥ ଖେତୀ ପ୍ରକାଶ କରିଛନ୍ତି। ୧୪ ତାରିଖରୁ ତିନିଦିନ ହେଲା ବନ୍ୟା ପରିସ୍ଥିତି ସମାନ ସ୍ଥିତିରେ ରହିଥିବା ବେଳେ ହୀରାକୁଦ ଡ୍ୟାମରୁ ଅଧିକ ଜଳ ନିଷ୍କାସିତ ହେଲେ ବନ୍ୟା ପରିସ୍ଥିତି ଆହୁରି ଉଦବେଗ ଜନକ ହେବାର ଆଶଙ୍କା ରହିଛି।

 

 

ଦୁର୍ଦ୍ଦଶାରେ ୧୨ ହଜାରରୁ ଉର୍ଦ୍ଧ୍ୱ ପରିବାର
ମହାନଦୀ ବନ୍ୟାରେ ଆଠମଲ୍ଲିକର ୧୨ ହଜାରରୁ ଉର୍ଦ୍ଧ୍ୱ ପରିବାରର ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ୪ ହଜାର ଏକରରୁ ଊର୍ଦ୍ଧ୍ୱ ଚାଷଜମି ବନ୍ୟାରେ ବୁଡ଼ିଯାଇଛି।
– ସୋଫି ସାଇନିକା, ତହସିଲଦାର, ଆଠମଲ୍ଲିକ
୪୭୧୦ ଏକର ଜଳ ପ୍ଲାବିତ
ଆଠମଲ୍ଲିକ ବ୍ଲକର ୪୭୧୦ ଏକର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଛି। ଫଳରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ବଢ଼ିଯାଇଛି। ତେବେ ବନ୍ୟା ପାଣି ଛାଡିଲେ କ୍ଷୟ କ୍ଷତିର ଆକଳନ କରାଯିବ।
– ରାଜେନ୍ଦ୍ର କୁମାର ଦାସ, ସହକାରୀ କୃଷି ଅଧିକାରୀ
ପ୍ରଶାସନ ପ୍ରସ୍ତୁତ ରହିଛି
ହୀରାକୁଦରୁ ଅଧିକ ପାଣି ଆସୁଥିବାରୁ ଆଠମଲ୍ଲିକରେ ବନ୍ୟା ପରିସ୍ଥିତି ବଢ଼ିବାର ଆଶଙ୍କା ରହିଛି। ଏହାକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଉଦ୍ଧାର , ରିଲିଫ ପ୍ରଦାନ କାର୍ଯ୍ୟ ଜାରି ରହିଥିବା ବେଳେ ବୋଟ୍‌ ପ୍ରସ୍ତୁତ ରଖାଯାଇଛି। – ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri