ଲୁଣାନଦୀରେ ବନ୍ୟା ଆଶଙ୍କା: ନଦୀକୂଳବାସୀ ଆତଙ୍କିତ

ଡେରାବିଶ, ୧୫ା୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ ମହାନଦୀ ସିଷ୍ଟମ୍‌ରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମ୍‌ରୁ ଖୋଲାଯାଇଥିବା ୩୪ଟି ଗେଟ୍‌ ଯୋଗେ ପ୍ରବାହିତ ହେଉଥିବା ବନ୍ୟା ଜଳ ରବିବାର ସୁଦ୍ଧା ନରାଜଠାରେ ପହଞ୍ଚତ୍ଛି। ଏହି ବିନ୍ୟାଜଳ ନରାଜରୁ ନିଷ୍କାସନ ହେବା ପରେ ମହାନଦୀର ବିଭିନ୍ନ ଶାଖା ନଦୀ ଦେଇ ପ୍ରବାହିତ ହେବ। ଲୁଣା ଓ କରାଣ୍ଡିଆ ନଦୀରେ ଏହି ବନ୍ୟାଜଳ ପହଞ୍ଚତ୍ବା ପରେ ବନ୍ୟା ଆଶଙ୍କା ଥିବାରୁ ଡେରାବିଶ ବ୍ଲକ ଅଧୀନ ମୁକୁନ୍ଦପୁର, ଯଅଁରାବାରିମୂଳ, ହରିଅଙ୍କ, ଦାନପୁର, ଇନ୍ଦାଳୋ, ବସୁପୁର ପଞ୍ଚାୟତର ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ବନ୍ୟା ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜଳସମ୍ପଦ ବିଭାଗର ସହକାରୀ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ କେନ୍ଦ୍ରାପଡ଼ାର ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ ସମେତ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନେ ରବିବାର ଲୁଣା ନଦୀବନ୍ଧ ପରିଦର୍ଶନ କରିଛନ୍ତି। ନଦୀବନ୍ଧର ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯାଇଥିବା ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ବନ୍ୟା ପାଇଁ ସାଧାରଣ ଲୋକେ ଆତଙ୍କିତ ନ ହେବା ଲାଗି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୁଣା ଓ କରାଣ୍ଡିଆ ନଦୀରେ ବନ୍ୟା ହେଲେ ବସୁପୁର ପଞ୍ଚାୟତର ଢିଅବସୁପୁର ଓ ଇନ୍ଦାଳୋ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ଦୁଇ ଗ୍ରାମ ପାଇଁ ସତର୍କ ଦୃଷ୍ଟି ରଖାଯାଇଛି। ଲୁଣାନଦୀର ପୁବଂଶଠାରେ ବିପଦସଙ୍କେତ ୩୫.୨୮ ଫୁଟ ରହିଥିବା ବେଳେ ଏଠାରେ ୨୮.୫୮ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଦାନପୁରଠାରେ ବିପଦସଙ୍କେତ ୩୨.୫୫ ରହିଥିବା ବେଳେ ୨୬.୯୦ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବସୁପୁରଠରେ ବିପଦସଙ୍କେତ ୩୦ ଫୁଟ ରହିଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ୨୭ ଫୁଟ ଜଳ ପ୍ରବାହିତ ହେଉଥିବା ଅଧୀକ୍ଷଣ ଯନ୍ତ୍ରୀ ସେଠୀ ସୂଚନା ଦେଇଛନ୍ତି। ତେବେ ପାଣିପାଗ ବିଭାଗ ପକ୍ଷରୁ ମହାନଦୀର ଉପରମୁଣ୍ଡ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆଉ ୨ ଦିନ ବର୍ଷାର ପ୍ରଭାବ ରହିବ ବୋଲି ସତର୍କ ସୂଚନା ଦିଆଯାଇଛି। ଡେରାବିଶ ବ୍ଲକ ଅଞ୍ଚଳର ନଦୀକୂଳିଆ ଗ୍ରାମବାସୀ ସମ୍ଭାବ୍ୟ ବନ୍ୟା ନେଇ ଆଶା ଆଶଙ୍କାରେ ଦିନ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ପ୍ରବୀଣ ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri