‘ଇଚ୍ଛା ଥିଲା ବହି ଲେଖିବି’

ଭୁବନେଶ୍ୱର,୯।୮(ବ୍ୟୁରୋ):ଅନେକ ସମୟରେ ସଚ୍ଚୋଟ ପ୍ରଶାସକମାନେ ବହୁ ଜଟିଳ ପରିସ୍ଥିତିର ସାମ୍ନା କରିଥାନ୍ତି। ଜୀବନବ୍ୟାପୀ ଘଟୁଥିବା ନୈତିକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ କିଭଳି ଦକ୍ଷଭାବେ ସମ୍ପାଦନ କରିବାକୁ ପଡ଼େ ଏହି ପୁସ୍ତକ ତାହାର ଏକ ନିଚ୍ଛକ କାହାଣୀ। ମୁଁ ଯେତେବେଳେ ପ୍ରଶାସକ ହେବାକୁ ଯାଉଥିଲି, ମୋର ସେତେବେଳେ ସେମିତି କିଛି ଇଚ୍ଛା ନ ଥିଲା। କିନ୍ତୁ ଗୋଟିଏ ଇଚ୍ଛା ଥିଲା ଯେ ବହି ଲେଖନ୍ତି! ଯେହେତୁ ମୁଁ ଜଣେ ପାଠକ ଥିଲି, ନିଜର ଏକ ବହି ପ୍ରକାଶ ପାଉ ବୋଲି ଚାହୁଁଥିଲି। ଅବସର ପରେ ମୁଁ ପୁସ୍ତକ ପ୍ରକାଶ କରି ଇଚ୍ଛା ପୂରଣ କଲି ବୋଲି ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା କୋଇଲା ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନିଲ ସ୍ବରୂପ ସୋମବାର ସ୍ଥାନୀୟ ଏକ ହୋଟେଲରେ ନିଜ ପୁସ୍ତକ ଉନ୍ମୋଚନ ସମୟରେ ପ୍ରକାଶ କରିଥିଲେ।
ସେ କହିଛନ୍ତି, ପୁସ୍ତକରେ ପ୍ରଶାସକ ଥିବା ସମୟରେ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବ୍ୟୁରୋକ୍ରାଟିକ୍‌ ଡିଲେମାଜ୍‌, ଜର୍ନି ରିପ୍ଲେଟ ଉଇଥ୍‌ ଡିଲେମାଜ୍‌, ଡିଲେମାଜ୍‌ ଆକ୍ରସ ଦି ବ୍ରିଜ୍‌ ଆଣ୍ଡ୍‌ ବ୍ୟାକ୍‌, ଡିଲେମାଜ୍‌ ଅଫ୍‌ ଇମ୍ପ୍ରୁଭିଙ୍ଗ୍‌ ଗଭର୍ନାନ୍ସ, ଆନ୍‌ ଏଥିକାଲ ଜିପିଏସ୍‌ ଆଦି ବିଷୟବସ୍ତୁ ରହିଛି। ଏଥିସହ ପୁସ୍ତକର କିଛି ବିଷୟବସ୍ତୁକୁ ନେଇ ସେ ସଂକ୍ଷେପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଟାଟାଷ୍ଟିଲ ମାଇନିଂ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ସତିଜା, ପୂର୍ବତନ କୂଟନୀତିଜ୍ଞ ଅବସର ବେଉରିଆ, ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନର ନିର୍ଦ୍ଦେଶକ ଡ. ପ୍ରବୋଧ ମହାନ୍ତି, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ, ରୋଟାରିଆନ୍‌ ଦେବବ୍ରତ ପାଣିଗ୍ରାହୀଙ୍କ ଦ୍ୱାରା ଅନିଲ ସ୍ବରୂପଙ୍କ ଦୁଇ ପୁସ୍ତକ ‘ନୋ ମୋର ଏ ସିଭିଲ ସର୍ଭାଣ୍ଟ’ ଏବଂ ‘ଏଥିକାଲ ଡିଲେମାଜ୍‌ ଅଫ୍‌ ଏ ସିଭିଲ ସର୍ଭାଣ୍ଟ’ ଉନ୍ମୋଚିତ ହୋଇଥିଲା। ଏହାପରେ ‘ଏଥିକାଲ ଡିଲେମାଜ୍‌ ଅଫ୍‌ ଏ ସିଭିଲ ସର୍ଭାଣ୍ଟ’ ସମ୍ପର୍କରେ ଉପସ୍ଥିତ ଅତିଥି ଓ ଲେଖକ ସ୍ବରୂପଙ୍କୁ ନେଇ ପ୍ୟାନେଲ ଡିସକ୍ସନ ହୋଇଥିଲା। ଓଡ଼ିଶା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ ଲେବର ଆଣ୍ଡ୍‌ ଏମ୍ପ୍ଲୟମେଣ୍ଟର ପୂର୍ବତନ ସଚିବ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପୂର୍ବତନ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, କୂଟନୀତିଜ୍ଞ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚିଫ୍‌ ଅପରେଟିଙ୍ଗ ଅଫିସର ସୁବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri