ଓଡ଼ିଶା ବଜାରରେ ‘ନ୍ୟୁ ଟିଭିଏସ୍‌ ରୋନିନ୍‌’

ଭୁବନେଶ୍ୱର,୫।୮:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ‘ଟିଭିଏସ୍‌ ମୋଟର’ ପକ୍ଷରୁ ଓଡ଼ିଶା ବଜାରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଟ୍ରୋ ମୋଟର ସାଇକେଲ ‘ନ୍ୟୁ ଟିଭିଏସ୍‌ ରୋନିନ୍‌’କୁ ଗୁରୁବାର ସ୍ଥାନୀୟ ଖଣ୍ଡଗିରିର ଏକ ହୋଟେଲ ପରିସରରେ ଉନ୍ମୋଚନ କରାଯାଇଛି। ଏହା ଜରିଆରେ କମ୍ପାନୀ ତା’ର ୧୧୦ ବର୍ଷର ଲମ୍ବା ପରମ୍ପରା, ଅଗ୍ରଣୀ ପ୍ରଯୁକ୍ତି ଓ ନବସୃଜନକୁ ଆଗକୁ ବଢ଼ାଇବ। ଟିଭିଏସ୍‌ ମୋଟରର ପ୍ରିମିୟମ ବ୍ୟବସାୟ ମୁଖ୍ୟ ବିମଳ ସୁମ୍ବଲି କହିଛନ୍ତି, ବିଶ୍ୱ ସ୍ତରରେ ମୋଟରସାଇକେଲର ଚାଳନା ବଦଳୁଛି। ଏହା କାର୍ଯ୍ୟର ଉଦ୍ଦେଶ୍ୟ ସାଧନ କରିବାଠାରୁ ଆଗକୁ ବଢ଼ି ଆତ୍ମପ୍ରକାଶ, ସ୍ବାଧୀନତା ଓ ଅନୁସନ୍ଧାନ ପାଇଁ ଆଗ୍ରହ ପର୍ଯ୍ୟନ୍ତ ପହଞ୍ଚତ୍ଛି।
ଟିଭିଏସ୍‌ ରୋନିନ୍‌ର ବିବିଧ ସୁବିଧା ସୁଯୋଗ ସହ ସ୍ବତନ୍ତ୍ର ଡିଜାଇନ୍‌ ଓ ଆଧୁନିକ ପ୍ରଯୁକ୍ତି ଯୋଗୁ ଏହା ସବୁ ପ୍ରକାର ରାସ୍ତାରେ ଚାପ ମୁକ୍ତ ଗାଡ଼ି ଚାଳନା ଅନୁଭୂତିକୁ ନିଶ୍ଚିତ କରିବ। ଆକର୍ଷଣୀୟ ପ୍ରଯୁକ୍ତି ଓ ଡୁଆଲ ଚ୍ୟାନେଲ ଏବିଏସ୍‌, ଭଏସ୍‌ ଆସିଷ୍ଟାଣ୍ଟ ଓ ଉନ୍ନତ କନେକ୍ଟିଭିଟି ଭଳି ସୁବିଧା ସୁଯୋଗ ସହ ଅନେକ ଜ୍ଞାନକୌଶଳର ସୁବିଧା ପ୍ରଥମ ଥର ପାଇଁ ଏଥିରେ ବ୍ୟବହାର କରାଯାଇଛି। ଟିଭିଏସ୍‌ ରୋନିନ୍‌ ୩ଟି ଭାରିଆଣ୍ଟରେ ଉପଲବ୍ଧ। ଟିଭିଏସ୍‌ ରୋନିନ୍‌ ଏସ୍‌ଏସ୍‌ର ଦାମ୍‌ ୧,୪୯,୦୦୦ ଟଙ୍କା, ଟିଭିଏସ୍‌ ରୋନିନ୍‌ ଡିଏସ୍‌ର ଦାମ୍‌ ୧,୫୬,୫୦୦ ଟଙ୍କା ଓ ଟପ୍‌ ଭାରିଆଣ୍ଟ ଟିଭିଏସ୍‌ ରୋନିନ୍‌ ଟିଡିର ଦାମ୍‌ ୧,୬୮,୭୫୦ ଟଙ୍କା (ଏକ୍ସ ଶୋ’ରୁମ୍‌, ଓଡ଼ିଶା) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri