Posted inଜାତୀୟ

ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ, ୨ା୮:ସମ୍ପ୍ରତି ଦେଶରେ ଅତ୍ୟବଶ୍ୟକ ସାମଗ୍ରୀର ଦରଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ମୂଲ୍ୟବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପାର୍ଲାମେଣ୍ଟ ଅଧିବେଶନରେ ବିରୋଧୀ ଏହା ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ ଜାରି ରଖିଛନ୍ତି। ପରିବାର ଚଳାଇବା ସାଧାରଣ ଲୋକଟିଏ ପାଇଁ କଷ୍ଟକର ହୋଇପଡ଼ିଥିବାବେଳେ ଏହା କିପରି ଛୋଟ ପିଲାଙ୍କୁ ପ୍ରଭାବିତ କରିଛି ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ପେନ୍‌ସିଲ, ରବର ଭଳି ପାଠପଢ଼ା ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଅତିଷ୍ଠ ହୋଇପଡ଼ିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସମାଧାନ ଖୋଜିଦେବାକୁ ନିବେଦନ କରିବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଉତ୍ତର ପ୍ରଦେଶର କନୌଜ ଜିଲା ଛିବ୍ରାମାଉ ସହରରେ ରହୁଥିବା ଜଣେ ୬ ବର୍ଷୀୟ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ଶ୍ରେଣୀ ଛାତ୍ରୀ କ୍ରିତି ଦୁବେ ଏହି ଚିଠିରେ ଦରଦାମ ବୃଦ୍ଧି ଯୋଗୁ ସେ କିପରି ଅସୁବିଧାରେ ପଡ଼ିଛନ୍ତି ତାହା ଉଲ୍ଲେଖ କରିଛନ୍ତି। ପେନ୍‌ସିଲ, ରବର, ମ୍ୟାଗି ଦାମ ବଢ଼ିଯାଇଥିବା କହି ପ୍ରଧାନମନ୍ତ୍ରୀଙ୍କୁ ସେ ଅଭିଯୋଗ କରିଛନ୍ତି। ହିନ୍ଦୀରେ ଲେଖାଯାଇଥିବା ଚିଠିଟି ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି।
ଚିଠିରେ କ୍ରିତି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଜୀ, ମୋ ନାଁ କୀର୍ତ୍ତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ପଢ଼େ। ତୁମେ ଦରଦାମ୍‌ ବଢ଼ାଇ ଦେଇଛ। ଏପରି କି ମୋ ପେନ୍‌ସିଲ, ରବର ସହ ମ୍ୟାଗି ଦାମ୍‌ ବି ବଢ଼ିଯାଇଛି। ଏକ ପେନ୍‌ସିଲ ମାଗିଲେ ମା’ ମାଡ଼ ମାରୁଛନ୍ତି। ଏବେ ମୁଁ କ’ଣ କରିବି? ଅନ୍ୟ ପିଲାମାନେ ମୋ ପେନ୍‌ସିଲ ଚୋରି କରିନେଉଛନ୍ତି।’ ଏହା ଉପରେ କ୍ରିତିଙ୍କ ବାପା ବିଶାଲ ଦୁବେ ପ୍ରତିକ୍ରିୟା ରଖିଛନ୍ତି। ଆଇନଜୀବୀ ବିଶାଲ ଦୁବେ କହିଛନ୍ତି, ଏ ହେଉଛି ମୋ ଝିଅର ‘ମନ୍‌ କୀ ବାତ୍‌’। ସେ ସ୍କୁଲରେ ପେନ୍‌ସିଲ ହଜାଇ ଦେବା ପରେ ତାଙ୍କ ମା’ ଗାଳି କରୁଛନ୍ତି। ଏଥିରେ ବ୍ୟସ୍ତ ହୋଇ ଝିଅ ଏହି ଚିଠି ଲେଖିଛି। ଛିବ୍ରମାଉ ଏସ୍‌ଡିଏମ୍‌ ଅଶୋକ କୁମାର କହିଛନ୍ତି, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଚିଠିଟିକୁ ପହଞ୍ଚାଇବାକୁ ସେ ସବୁପ୍ରକାର ଉଦ୍ୟମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri