Odisha Elections 2024

ଅନ୍ଧବିଶ୍ୱାସ ନେଲା ଜୀବନ: ଡାକ୍ତରଖାନାରୁ ଲୁଚି ଆସି ୯ ମାସର ଛୁଆକୁ ଦେଲେ ଚେଙ୍କ

ନବରଙ୍ଗପୁର,୩୦।୭(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ପୁଣି ଏକ ଅନ୍ଧବିଶ୍ବାସ ଘଟଣା ଦେଖିବାକୁ ମିଳିଛି। ଚେଙ୍କ ଦେବା ଯୋଗୁ ୯ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି।
ଗ୍ରାମର ଶୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଥଣ୍ଡା କାଶ ସହ ଜ୍ବର ହୋଇଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ଶୁକଦେବଙ୍କ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଆଶାକର୍ମୀଙ୍କ କଥାକୁ ନ ମାନି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। ଫଳରେ ବୁଧବାର ସମ୍ପୃକ୍ତ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ପୁଅକୁୁ ଚେଙ୍କ ଦେଇଥିଲେ। ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାରେ ପହଞ୍ଚତ୍ ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ। ଅପରପକ୍ଷରେ ଚେଙ୍କ ନେବା ପରେ ରୂପେଶର ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ ଦିନ ଦ୍ବିପ୍ରହରରେ ଆଶାକର୍ମୀଙ୍କ ସହାୟତାରେ ରୂପେଶକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ଡାକ୍ତର ରୂପେଶଙ୍କ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ଭଲ ହେବା ପର୍ଯ୍ୟନ୍ତ ଏଠାରେ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ପରିବାର ଲୋକେ ମେଡିକାଲରେ ଚିକିତ୍ସା କରିବାକୁ ପସନ୍ଦ କରୁ ନ ଥିବା ବେଳେ ଘରକୁ ଫେରିଯିବାକୁ ଇଚ୍ଛା କରି ଡାକ୍ତରଙ୍କୁ ଘରକୁ ଛାଡ଼ିଦିଅ ବୋଲି କହିଥିଲେ। କିନ୍ତୁ ରୂପେଶର ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର କହିଥିଲେ। ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ରୂପେଶକୁ ପରିବାର ଲୋକେ ମେଡିକାଲରୁ ନେଇ ଲୁଚି ପଳାଇଥିଲେ। ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଆଶାକର୍ମୀ ପୁଣଥରେ ଶୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ରୂପେଶର ଘରୋଇ ଚିକିତ୍ସା ଚାଲିଥିଲା । ଆଶାକର୍ମୀ ପରିବାର ଲୋକଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ। ଶେଷରେ ରୂପେଶଙ୍କ ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୫ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା ପାଇଁ...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri