Posted inଜାତୀୟ

ଉଦ୍ଧବଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ସଙ୍କଟ, ଶିନ୍ଦେଙ୍କୁ ଭେଟିଲେ ୧୫ ଏମ୍‌ପି…

ମୁମ୍ବାଇ,୧୪।୭ : ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବାର ଆହ୍ବାନ ବର୍ତ୍ତମାନ ମହାରାଷ୍ଟ୍ରର କ୍ଷମତା ହରାଇଥିବା ଉଦ୍ଧବ ଠାକରେଙ୍କ ସାମ୍ନାରେ ସୃଷ୍ଟି ହୋଇଛି। ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ଏବେ ୪୦ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ସମର୍ଥନ କରୁଛନ୍ତି ଏବଂ କେବଳ ୧୫ ଜଣ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି। ବର୍ତ୍ତମାନ ଏକ ଖବର ଆସିଛି ଯେ ୧୫ ଏମ୍‌ପି ମଧ୍ୟ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି। ବୁଧବାର ବିଳମ୍ବିତ ରାତିରେ ଏହି ଏମ୍‌ପିମାନେ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି।

କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେଙ୍କ ସଙ୍କଟ ସମୟରେ ଏହି ବୈଠକରେ ଲୋକ ସଭାର ୧୯ ଜଣ ଏମ୍‌ପିଙ୍କ ମଧ୍ୟରୁ ଯୋଗ ଦେଇଥିବା ୧୫ ଜଣ ଏମ୍‌ପି ଉଦ୍ଧବଙ୍କୁ ଛାଡି ପାରିବେ କି ନାହିଁ ସେନେଇ କଳ୍ପନା ଜଳ୍ପନାର ଜାରି ରହିଛିି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ, ଯିଏ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ। ଏହା ବ୍ୟତୀତ ବିଦ୍ରୋହୀ ଏମ୍‌ପି ଭବନା ଗାୱଲିଙ୍କୁ ଶିବସେନା ସଂସଦୀୟ ଦଳର ମୁଖ୍ୟ ହ୍ବିପ ପଦରୁ ହଟାଇ ଦିଆଯାଇଛି।

ବିଏମସି ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି ଏବଂ ଏହା ପୂର୍ବରୁ ଉଦ୍ଧବଙ୍କ ଆଗରେ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି। ଥାଣେର ୬୭ ଶିବସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ ଜଣ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରି ସାରିଛନ୍ତି। ଏହା ବ୍ୟତୀତ ଅନ୍ୟ ଅନେକ ଜିଲାରେ ମଧ୍ୟ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଶିନ୍ଦେଙ୍କ ବାସଭବନରେ ଅନୁଷ୍ଠିତ ସଭାରେ ୧୯ ଜଣ ଶିବସେନା ଏମ୍‌ପିଙ୍କ ମଧ୍ୟରୁ ୧୫ ଜଣ ଉପସ୍ଥିତ ଥିଲେ।

ଯଦି ଏହି ଏମ୍‌ପିମାନେ ମଧ୍ୟ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରନ୍ତି, ତେବେ ଉଦ୍ଧବ ଠାକରେଙ୍କ ଆଗାମୀ ରାଜନୈତିକ ଯାତ୍ରା ଆହୁରି କଷ୍ଟସାଧ୍ୟ ହେବ। ଖବର ଆସିଥିଲା ଯେ ଭାଜପା ସହିତ ସରକାରରେ ଯୋଗଦେବାକୁ ରାଜି ହେବା ପାଇଁ ଏହି ଏମ୍‌ପିମାନଙ୍କ ଦ୍ୱାରା ଉଦ୍ଧବ ଠାକରେଙ୍କ ଉପରେ ଚାପ ପକା ଯାଉଥିଲା। ଏହା ସମ୍ଭବ ଯେ ଏହି ଏମ୍‌ ପିମାନେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ଶିବସେନା ସଦସ୍ୟମାନେ ମାତୋଶ୍ରୀ ଅର୍ଥାତ୍‌ ଠାକରେ ପରିବାରର ଆଦେଶକୁ ଫାଇନାଲ ଭାବରେ ବିଚାର କରୁଛନ୍ତି। ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ କ୍ଷମତା ଏହାର ଏକ ଉଦାହରଣ ଥିଲା। କିନ୍ତୁ ଉଦ୍ଧବ ଠାକରେଙ୍କ ବିରୋଧରେ ଏକନାଥ ଶିନ୍ଦେଙ୍କ ବିଦ୍ରୋହ ସ୍ଥିତିକୁ ଓଲଟାଇ ଦେଇଛି। ସେ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଆହ୍ବାନ ଦେଇଛନ୍ତି ଏବଂ ତାଙ୍କ ସହିତ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକଙ୍କୁ ନେଇଛନ୍ତି। ସେ କେତେ ଶକ୍ତିଶାଳୀ ହୋଇଛନ୍ତି ତାହା ସୂଚିତ କରିଛନ୍ତି।

ଶିନ୍ଦେଙ୍କ ଦଳ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ଆମର ଶିବସେନା ହେଉଛି ପ୍ରକୃତ ଶିବସେନା। ଯଦି ଏମ୍‌ପିମାନେ ବିଧାୟକଙ୍କ ପରେ ଶିନ୍ଦେଙ୍କ ଦଳରେ ଯୋଗ ଦିଅନ୍ତି ତେବେ ଉଦ୍ଧବ ଠାକରେଙ୍କ ରାଜନୈତିକ ଅସ୍ତିତ୍ୱ ଦୋହଲି ଯିବ। ଗତ ଦେଢ଼ବର୍ଷ ଧରି ଉଦ୍ଧବ ଠାକରେ ଭାଜପାକୁ ସମାଲୋଚନା କରୁଥିବାବେଳେ ବିଦ୍ରୋହୀ ଶିନ୍ଦେ ଦଳ ଭାଜପା ସହାୟତାରେ ରାଜ୍ୟରେ କ୍ଷମତାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri