ଅର୍ଦ୍ଧେନ୍ଦୁଙ୍କ ନାଁରେ ଠକେଇ ମାମଲା

ଭୁବନେଶ୍ୱର,୨୯।୬(ବ୍ୟୁରୋ): ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ୨ଟି ଠକେଇ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଗୋଟିଏ ମାମଲା(ନଂ.୧୨/୨୦୨୨) ଏବଂ ଅନ୍ୟଟି କମିଶନରେଟ ପୋଲିସର ପୁରୀଘାଟ ଥାନାରେ(ନଂ.୧୫୧/୨୦୨୨) ହୋଇଛି। ୧ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁଙ୍କ ଜାଗମରାସ୍ଥିତ ବାସଭବନରେ ମଙ୍ଗଳବାର ଚଢ଼ାଉ କରିଥିଲା। ହେଲେ ସେ ଘରେ ନ ଥିବାରୁ ଇଓଡବ୍ଲ୍ୟୁ ଖାଲି ହାତରେ ଫେରିଛି। ଏହି ମାମଲାର ତଦନ୍ତ ଜାରି ରହିଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଇଓଡବ୍ଲ୍ୟୁରେ ଅଭିଯୋଗ ଅନୁଯାୟୀ, ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଏବଂ ଷ୍ଟୁଡିଓ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଇଦେବାକୁ ଅର୍ଦ୍ଧେନ୍ଦୁ ଦିଲ୍ଲୀର ସଲ୍ୟୁଶନ୍‌ ବ୍ରଡକାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଗଗନ୍‌ଦୀପ ସିଂ ଚାୱାଲାଙ୍କୁ କହିଥିଲେ। ୨୦୨୦ ଅକ୍ଟୋବର ୨୧ରେ ଅର୍ଦ୍ଧେନ୍ଦୁ ୧୦ଲକ୍ଷ ଟଙ୍କା ଅଗ୍ରୀମ ରାଶି ଦେଇଥିଲେ। ଏହାପରେ ଗଗନ୍‌ଦୀପ ଯନ୍ତ୍ରାଂଶ କୋରିଅର୍‌ରେ ପଠାଇଥିଲେ। ତେବେ ଜିଏସ୍‌ଟି ଏବଂ ପରିବହନ ଖର୍ଚ୍ଚ ଅନ୍ୟାୟ ଖର୍ଚ୍ଚକୁ ମିଶାଇ ସମୁଦାୟ ୧କୋଟି ୪୭ ହଜାର ୭୦ଟଙ୍କା ଅର୍ଦ୍ଧେନ୍ଦୁ ଦେବାର ଥିଲା। ଏହି ଅର୍ଥକୁ ୬ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଫେରାଇଦେବାକୁ ଅର୍ଦ୍ଧେନ୍ଦୁ କହିଥିଲେ। ହେଲେ ଏଯାବତ୍‌ କୌଣସି କାରଣରୁ ସେ ଫେରାଇପାରି ନାହାନ୍ତି। ତେଣୁ ଗଗନ୍‌ଦୀପ ଜୁନ ୨୩ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅର୍ନ୍ଧେନ୍ଦୁ ସାମାଜିକ ଗଣମାଧ୍ୟମରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ମୁଁ ଚ୍ୟାନେଲ କାମରେ ବାହାରେ ଅଛି। ଇଓଡବ୍ଲ୍ୟୁ ଠାରୁ ସମନ୍‌ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି। ରଥଯାତ୍ରା ପରେ ଦେଖା କରିବି ବୋଲି କହିଥିଲି। ଏହାପରେ ଇଓଡବ୍ଲ୍ୟୁ ପୁଣି ସମନ ଜାରି କରି ହାଜର ହେବାକୁ କହିଲା। ତେଣୁ ମୋର ଓକିଲ ଇଓଡବ୍ଲ୍ୟୁକୁ ମେଲ୍‌ କରିଛନ୍ତି। ଇଓଡବ୍ଲ୍ୟୁ ଏସ୍‌ପିଙ୍କ ସହ କଥା ବି ହୋଇଛନ୍ତି। ଏହା ସତ୍ତ୍ୱେ ଇଓଡବ୍ଲ୍ୟୁ ମଙ୍ଗଳବାର ଭୋର୍‌ ୪ଟାରେ ମୋ ଘରେ ରେଡ୍‌ କରିବା ଆଶ୍ଚର୍ଯ୍ୟଜନକ। ସେମାନେ ଆସିବେ ବୋଲି ମୁଁ ଜାଣି ନ ଥିଲି। ମୁଁ ଭୁବନେଶ୍ୱର ବାହାରେ ଥିଲି। ଆମେ ଇଓଡବ୍ଲ୍ୟୁକୁ ସ୍ପଷ୍ଟ ଭାବେ ଆମ ସ୍ପଷ୍ଟୀକରଣ ଲେଖିକି ଜଣାଇଛୁ। କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ। ଗଗନଦୀପ ପୁରୁଣା ଓ ଖରାପ କ୍ୱାଲିଟିର ସାମଗ୍ରୀ ଦେଇ ନୂଆ ସାମଗ୍ରୀର ବିଲ୍‌ ଦେଇଛନ୍ତି। ଏ ସମ୍ପର୍କରେ ବଡ଼ ଖବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି। ସେହିପରି କଟକ ପୁରୀଘାଟ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବିନାୟକ କମରସିଆଲ୍‌ର ପ୍ରୋପ୍ରାଇଟର ନିଷିତ୍‌ ଅଗ୍ରୱାଲଙ୍କଠୁ ୨୦୨୦ ଅକ୍ଟୋବରରେ ଅର୍ଦ୍ଧେନ୍ଦୁ ଚ୍ୟାନେଲ ପାଇଁ ପ୍ଲାଇ, ହାର୍ଡଓ୍ବେର, ସନ୍‌ମାଇକା ନେଇଥିଲେ। ଏଥିପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧେନ୍ଦୁ ୪.୫୦ ଲକ୍ଷ ଟଙ୍କା ଦେଇଥିଲେ। ୬ ମାସ ମଧ୍ୟରେ ବାକି ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ବହୁବାର କହିବା ସତ୍ତ୍ୱେ ଏଯାବତ୍‌ ଅର୍ଦ୍ଧେନ୍ଦୁ ଟଙ୍କା ଦେଉ ନ ଥିବା ମାଲିକ ନିଷିତ୍‌ ଅଗ୍ରୱାଲ କହିଛନ୍ତି। ଏନେଇ ନିଷିତ୍‌ ଅଭଯୋଗ କରିବା ପରେ ପୁରୀଘାଟ ଥାନା ପୋଲିସ ଏକ ମାମଲା (ନଂ.୧୫୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri