ବଢୁଛି ବେଆଇନ ବାଲି ପରିବହନ

ରସୁଲପୁର,୧୭ା୬(ଡି.ଏନ.ଏ.):ରସୁଲପୁର ତହସିଲ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ନିଲାମ ବାଲିଘାଟ ରହିଛି। ତେବେ ଉକ୍ତ ବାଲିଘାଟଗୁଡ଼ିକରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ବେଆଇନ ଭାବେ ପରିବହନ ହେଉଥିବା ଅଭିଯୋଗ ହେଉଛି। ଲିଜ୍‌ଧାରୀ ଲଘୁଖଣିଜ ପରିବହନ ଆଇନ ଖିଲାପ କରି ବାଲି ପରିବହନ କରୁଛନ୍ତି। ଫଳରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବହାନି ଘଟୁଛି। ତେବେ ଏସବୁ ଖୋଲାମେଲାରେ ଚାଲୁଛି। ହେଲେ ତହସିଲ ପ୍ରଶାସନ ଓ ପୋଲିସ ବାଲିଚାଲାଣ ରୋକିବାରେ ବିଫଳ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନର ଭୂମିକା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏଥିସହ ବେଆଇନ ବାଲି ପରିବହନକୁ ନେଇ ବିରୋଧର ସ୍ବର ତେଜିବାରେ ଲାଗିଛି। ଗତ ଶନିବାର କୁଆଖିଆ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତର ଲୋକେ ବେଆଇନ ବାଲି ପରିବହନକୁ ବିରୋଧ କରି ରାସ୍ତାରୋକୋ କରିଥିଲେ। ଫଳରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ୩୦ରୁ ଊର୍ଦ୍ଧ୍ୱ ବେଆଇନ ବାଲି ବୋଝେଇ ଟ୍ରକ୍‌ ଓ ହାଇୱା ରାସ୍ତାରେ ଅଟକି ରହିଥିଲା। ପୋଲିସ ପହଞ୍ଚତ୍ ରାସ୍ତା ଅବରୋଧକାରୀଙ୍କୁ ବୁଝାଇ ରାସ୍ତାରୋକୋ ହଟାଇଥିଲା। ତେବେ ପୋଲିସ ଅବରୋଧକାରୀଙ୍କୁ ଡରାଇ ରାସ୍ତାରୁ ହଟାଇ ଦେଇଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶଯେ, ରସୁଲପୁର ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ଉକ୍ତ ଘାଟ ପରିଚାଳନା ପାଇଁ ମାଇନିଂ ପ୍ଲାନକୁ ଖିଲାପ କରି ବାଲିମାଫିଆ ବାଲି ଚାଲାଣ କରୁଛନ୍ତି। ଫଳରେ ବ୍ରାହ୍ମଣୀ ନଦୀବନ୍ଧ, ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତା ପ୍ରଭାବିତ ହେଉଛି। ନିଲାମ ଘାଟରେ ଶ୍ରମିକ ବାଲି ଲୋଡ୍‌ କରିବା ସହ ଟ୍ରାକ୍ଟରରେ ବାଲି ପରିବହନ ହେବା କଥା। ହେଲେ ମାଫିଆ ଭାରିଯାନ ଜରିଆରେ ଓଭର ଲୋଡିଂ କରି ବାଲି ପରିବହନ କରୁଥିବାରୁ ଅଞ୍ଚଳ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ଭାରିଯାନରେ ବାଲି ପରିବହନ ଯୋଗୁ ନଦୀବନ୍ଧ ଦୁର୍ବଳ ହୋଇଯାଉଛି। ଘାଟସ୍ଥଳରେ ବନ୍ୟା ସମୟରେ ବନ୍ଧରେ ଘାଇ ସୃଷ୍ଟି ହେବା ସମ୍ଭାବନା ଉପୁଜୁଛି। ଗାଁ ରାସ୍ତାଗୁଡ଼ିକ ଖାଲଖମାରେ ଭର୍ତ୍ତି ହୋଇରହିଛି। ଏହି ସ୍ଥିତିରେ ରାସ୍ତାରେ ଯାତାୟାତ କରୁଥିବା ଦୁଇ ଚକିଆ ଯାନର ଚାଳକ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାରେ ପ୍ରତ୍ୟହ ଏକାଧିକ ଦୁର୍ଘଟଣା ଘଟୁଛି। ଏହି ବାଟ ଦେଇ କୁଆଖିଆ ବଜାର, ରସୁଲପୁର ବ୍ଲକ୍‌, କୁଆଖିଆ ଥାନା, ରସୁଲପୁର ଦମକଳକେନ୍ଦ୍ର, କୁଆଖିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଅନ୍ୟ ବାଟକୁ ବ୍ୟବହାର କରୁଛନ୍ତି, ଯଦ୍ଦ୍ବାରା ସେମାନଙ୍କୁ ଲକ୍ଷ୍ୟସ୍ଥଲରେ ପହଞ୍ଚତ୍ବା ପାଇଁ ଅଧିକ ରାସ୍ତା ବୁଲିବାକୁ ପଡୁଛି। ଉକ୍ତ ରାସ୍ତାରେ ଅଧିକ ୨ ଓ ୪ ଚକିଆ ଯାନ ଯାତାୟାତ କରୁଛି। ବହୁ ଆଗନ୍ତୁକ ଓ ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଦୂରଦୂରାନ୍ତକୁ ଯାତାୟାତ କରୁଛନ୍ତି। ତେବେ ଉକ୍ତ ରାସ୍ତାରେ ପଡ଼ି ରହିଥିବା ବାଲି ଆସ୍ତରଣକୁ ସଫା ନ କଲେ ଦୁର୍ଘଟଣା ଘଟି ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ବଢୁଛି। ତେବେ ରଜ ଛୁଟି ପରେ ସ୍କୁଲ୍‌, କଲେଜ ଖୋଲିବ। ତେଣୁ ତୁରନ୍ତ ବେଆଇନ ବାଲି ପରିବହନ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏଥିସହିତ ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତା ଏକ ଗ୍ରାମାଞ୍ଚଳ ବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି। ଏହା ନ ହେଲେ ବହୁ ବିଦ୍ୟାର୍ଥୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ତେବେ ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା କୁଆଖିଆ ଥାନା ଏସ୍‌ଆଇ ଦୁଷ୍ମନ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍ଥାନୀୟ ଲୋକେ ବାଲି ପରିବହନ ହେଉଥିବା ଗାଡ଼ିଗୁଡିକୁ ବନ୍ଦ କରିଥିବା ନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବାଲି ପରିବହନ ବେଳେ ଗାଡ଼ି ଉପରେ ପାଲ ପଡୁ ନ ଥିବା ଓ ରାସ୍ତା ଉପରେ ବାଲି ଆସ୍ତରଣ ଜମି ରହିଥିବାରୁ ଯାତାୟାତରେ ବାଧା ଉପୁଜୁଛି ଏବଂ ଦୁର୍ଘଟଣା ଘଟୁଛି। ଏ ଦିଗରେ ସୁଧାର ଆଣିବା ପାଇଁ ଲିଜ୍‌ଧାରୀଙ୍କୁ ସୂଚନା ଦିଆଯାଇଛି। ସେମାନେ ତୁରନ୍ତ ପଦକ୍ଷେପ ନେବେ ବୋଲି ଏସ୍‌ଆଇ ଦାସ ପ୍ରକାଶ କରିଛନ୍ତି। ହେଲେ ବେଆଇନ ବାଲି ପରିବହନ ନେଇ ପୋଲିସ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ। ବେଆଇନ ବାଲି ପରିବହନ ସମ୍ପର୍କରେ ତହସିଲଦାର ନିରଞ୍ଜନ ସାହୁଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ପ୍ରୟାସ କରାଯାଇ ଥିଲେ ମଧ୍ୟ ସେ ଫୋନ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri