ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିଗତ କେତେବର୍ଷ ଧରି ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁନାହିଁ। ଯଦି ବର୍ଷକୁ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ବୃଦ୍ଧି ହାର ଦେଖାଯାଏ, ତାହେଲେ ଏହା ଗତବର୍ଷ ଅପେକ୍ଷା ଚଳିତବର୍ଷ କମିଥିବା ଜଣାପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୧୬-୧୭ ବର୍ଷରେ ରାଜ୍ୟକୁ ଯେତିକି ବିଦେଶୀ ପର୍ଯ୍ୟଟକ ଆସିଥିଲେ, ୨୦୧୭-୧୮ରେ ସେଥିରେ ୩୨.୯୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ହେଲେ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ମାତ୍ର ୧୦.୪୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ରାଜ୍ୟକୁ କ’ଣ ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ମାଳମାଳ କାର୍ଯ୍ୟକ୍ରମ କରୁଛନ୍ତି। ବିଶେଷକରି ୨୦୧୮-୧୯ ବର୍ଷରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସର୍ବାଧିକ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଇଭେଣ୍ଟ୍‌ର ଆୟୋଜନ କରାଯାଇଛି। ପୁରୁଷ ହକି ବିଶ୍ୱକପ୍‌, ଇଣ୍ଟରନ୍ୟାଶନାଲ ଟେନିସ୍‌ ମିଟ୍‌, ଏସିଆ ରଗ୍‌ବି ଚାମ୍ପିୟନଶିପ୍‌ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ବାଟ ଖୋଲିଛି। ଏହାବ୍ୟତୀତ ରୋଡ୍‌ ଶୋ’, ଫ୍ୟାମ୍‌ ଟ୍ରିପ୍‌, ଟ୍ରାଭେଲ ଓ ଟ୍ରେଡ୍‌ ବଜାର ଆଦିର ଆୟୋଜନ କରି କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ବ୍ରାଣ୍ଡିଂ ଏବଂ ବିଜ୍ଞାପନରେ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ ହୋଇଛି। ହେଲେ ଏତେସବୁ ପରେ ବି ଫଳ ଶୂନ। ୨୦୧୮-୧୯ ବର୍ଷରେ ରାଜ୍ୟକୁ ମାତ୍ର ୧,୧୩,୭୨୧ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଏହିବର୍ଷ ଭାରତ ଭ୍ରମଣରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ଏକ ପ୍ରତିଶତ ବି ଓଡ଼ିଶା ଆସିନାହାନ୍ତି। ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ, ୨୦୧୪-୧୫ ବର୍ଷ ଓଡ଼ିଶାକୁ ୭୨,୨୧୫ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେହିଭଳି ୨୦୧୫-୧୬ରେ ମାତ୍ର ୬୭, ୩୬୪ ଏବଂ ୨୦୧୬-୧୭ରେ ୭୭, ୪୯୬ ବିଦେଶୀ ଓଡ଼ିଶା ବୁଲିବାକୁ ଆସିଥିଲେ। ଏହିବର୍ଷ ବିଦେଶୀଙ୍କ ଆାଗମନରେ ୧୫.୦୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ତେବେ ୨୦୧୭୧-୧୮ ବର୍ଷ ରାଜ୍ୟକୁ ଲକ୍ଷାଧିକ ଅର୍ଥାତ୍‌ ୧,୦୨,୯୯୫ ପର୍ଯ୍ୟଟକ ଆସିଥିବା ବେଳେ ଏହିବର୍ଷ ସର୍ବାଧିକ ୩୨.୯୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ଉଭୟ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ବେଶ୍‌ ବାହାବା ନେଇଥିଲେ। ଏହାପରେ ୨୦୧୮-୧୯ ବର୍ଷରେ ଯେପରି ବିଦେଶୀ ପର୍ଯ୍ୟଟକ ଆଗମନରେ ଅହେତୁକ ବୃଦ୍ଧିହେବ ସେଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଥିଲା। ଏପରିକି ୨୦୨୦ ସୁଦ୍ଧା ୨.୫କୋଟି ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଲକ୍ଷ୍ୟ ରଖିଥିଲା ପର୍ଯ୍ୟଟନ ବିଭାଗ। ହେଲେ ୨୦୧୮-୧୯ରେ ମାତ୍ର ୧,୧୩,୭୨୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ, ଯାହାକି ମାତ୍ର ୧୦.୪୧ ପ୍ରତିଶତ। ଅନ୍ୟପକ୍ଷରେ ଡୋମେଷ୍ଟିକ୍‌ ତଥା ଦେଶ ମଧ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ବୃଦ୍ଧି ଅନୁପାତରେ ମଧ୍ୟ ହ୍ରାସ ପାଇଛି। ୨୦୧୭-୧୮ରେ ଦେଶୀୟ ପର୍ଯ୍ୟଟକଙ୍କ ଆଗମନ ୮.୭୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୧୮-୧୯ରେ ୮.୭୫ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ମୋଟ ପର୍ଯ୍ୟଟକ ବୃଦ୍ଧି ଅନୁପାତ ମଧ୍ୟ ହ୍ରାସପାଇଛି। ଗତବର୍ଷ ପର୍ଯ୍ୟଟକ ଆଗମନରେ ୮.୯୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୧୮-୧୯ରେ କିନ୍ତୁ ୮.୭୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭-୧୮ରେ ଓଡ଼ିଶାକୁ ୧,୪୩,୬୪,୫୪୧ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮-୧୯ରେ ୧,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ତେବେ ରାଜ୍ୟରେ ଥିବା ୩୫୭ ପର୍ଯ୍ୟଟନସ୍ଥଳୀରେ ବିପର୍ଯ୍ୟସ୍ତ ଭିତ୍ତିଭୂମି, ପର୍ଯ୍ୟଟକଙ୍କ ଲାଗି ମୌଳିକ ସୁବିଧା ସୁଯୋଗର ଅଭାବ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅବହେଳା ଓ ଅନ୍ତର୍ଜାତୀୟ ବିମାନ ସେବା ନ ଥିବା ପର୍ଯ୍ୟଟକ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri