ଦୀର୍ଘବର୍ଷ ହେଲା ହୋଇନି ବାବୁମାନଙ୍କ ବଦଳି

ଅନୁଗୋଳ ଅଫିସ, ୧୧।୬ ଗୋଟିଏ ଚୌକିରେ ସରକାରଙ୍କ କୌଣସି କର୍ମଚାରୀ ଅଧିକ ବର୍ଷ ରହିପାରିବେ ନାହିଁ। ଏହା ହେଲେ ସ୍ବଚ୍ଛତାରେ ବାଧା ଉପୁଜିବ। ତେଣୁ ଦୀର୍ଘବର୍ଷ ଧରି ଗୋଟିଏ ଚୌକିରେ ବସିଥିବା କର୍ମଚାରୀମାନଙ୍କୁ ବଦଳି କରିବାକୁ ସରକାରୀ ନିର୍ଦ୍ଦେଶନାମା ରହିଛି। ଏପରି କି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କୁହାଯାଇଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ସରକାରୀ ନିର୍ଦ୍ଦେଶନାମାକୁ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। କାରଣ ଏଠାରେ କେଉଁ ବାବୁ ୧୦ ବର୍ଷ ରହିଲେଣି ତ ଆଉ କେଉଁ ବାବୁ ୩୧ ବର୍ଷ ଗୋଟିଏ ଚୌକିରେ ବସିସାରିଲେଣି। ହେଲେ ଏମାନଙ୍କୁ ବଦଳି କରିବାକୁ ସ୍ବାସ୍ଥ୍ୟ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ଜଣେ ବାବୁ ୧୩ ବର୍ଷ ହେବ ଗୋଟିଏ ଚୌକିରେ ବସିଛନ୍ତି। ସେହିପରି ଅନ୍ୟ ଏକ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ବାବୁ ୧୯୯୧ରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଛନ୍ତି। ଅନ୍ୟ ଜଣେ ୨୦୧୨ରୁ, ୨ଜଣ ୨୦୧୩ରୁ, ଜଣେ ୨୦୧୪ରୁ, ଆଉ ଜଣେ ୨୦୧୭ରୁ ଏଠାରେ ଗୋଟିଏ ଚୌକି ମାଡ଼ିବସିଥିଲେ ମଧ୍ୟ ବଦଳି ହେଉନାହିଁ। ଜିଲାରେ ଥିବା ୩ଟି ଉପଖଣ୍ଡ ଓ ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା କେତେଜଣ ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟ ଅନ୍ୟତ୍ର ବଦଳି ହୋଇଯିବାକୁ ଦୀର୍ଘ ଦିନ ହେବ ଆବେଦନ କରିଛନ୍ତି। କିଏ ପାରିବାରିକ ସମସ୍ୟା କାରଣ ଦର୍ଶାଇଛନ୍ତି ତ ଆଉ କିଏ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ବଦଳି ହେବାକୁ ଚାହଁୁଛନ୍ତି। କିନ୍ତୁ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାକୁ କର୍ଣ୍ଣପାତ କରୁନାହିଁ। ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଥିଲେ, ବଦଳି ଋତୁ ଆସିଲେ ଏମାନଙ୍କର ବଦଳି ହେବ। କିନ୍ତୁ କେବେ ବାବୁମାନଙ୍କୁ ଅନ୍ୟତ୍ର ପଠାଯିବ ତାହା ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ପୂର୍ବରୁ କୋଭିଡ୍‌ ପାଇଁ ବଦଳି ହୋଇ ନ ଥିଲା। ଏବେ ବଦଳି ସିଜିନ୍‌ ଚାଲିଥିବାରୁ ସେମାନଙ୍କୁ ଖୁବ୍‌ଶୀଘ୍ର ବଦଳି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri