୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌ ଘାଟ, ଭାସ୍କରଗଞ୍ଜ ଓ ବାଲିଆରେ ଥିବା ବିଟ୍‌ ହାଉସ୍‌ରେ ତାଲା ଝୁଲୁଛି। ଏଥିପାଇଁ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତୃଣମୂଳସ୍ତରରେ ଅପରାଧୀମାନଙ୍କୁ ଚିହ୍ନଟ କରିବା, ନୂଆ କରି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ଜାଣିବା, କୋର୍ଟରୁ ଆସୁଥିବା ସମନ ବଣ୍ଟନ କରିବା ଭଳି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିଛି। ସେଥିପାଇଁ ସହର ମଝିରେ ଅପରାଧୀମାନେ ଦିନ ଦ୍ୱିପ୍ରହରରେ ଛିନ୍‌ତାଇ, ଲୁଟ୍‌ କରି ସହଜରେ ଖସି ପଳାଉଛନ୍ତି।
ମଧ୍ୟଭାଗରେ ଫକୀରମୋହନ ମହାବିଦ୍ୟାଳୟ ଥିବାରୁ ଶାନ୍ତିକାନନ, ମଲ୍ଲିକାଶପୁର, ଆଜିମାବାଦ, ମଠସାହି, ମାନସିଂବଜାର, ଗଡ଼ଗଡ଼ିଆ ଅଞ୍ଚଳରେ ଅଧିକ ଛାତ୍ରୀଛାତ୍ର ରହିବା ସହ ଯା’ଆସ କରିଥାନ୍ତି। ଦିନକୁ ଦିନ ଉକ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଛାତ୍ରୀଛାତ୍ରଙ୍କ ଦାବି ଓ ଆନ୍ଦୋଳନ ପରେ ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ତତ୍କାଳୀନ ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶରେ ମହାବିଦ୍ୟାଳୟ ପରିସରରେ ଏକ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିରେ ଜଣେ ଏଏସ୍‌ଆଇ ଓ କେତେଜଣ କନଷ୍ଟେବଳଙ୍କୁ ନିଯୁକ୍ତି କରାଯାଇଥିଲା। ଫଳରେ ଉକ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣାଧୀନ ଥିଲା। ମାତ୍ର ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମୟରେ ଗତ କିଛିଦିନ ପୂର୍ବରୁ ପୋଲିସ ବିଟ୍‌ ହାଉସ ବନ୍ଦ ହୋଇଯିବା କାରଣରୁ ଉକ୍ତ ଅଞ୍ଚଳରେ ଅଧିକରୁ ଅଧିକ ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏପରିକି ପୋଲିସ ମଧ୍ୟ ଚେଷ୍ଟା କରି ଅପରାଧୀମାନଙ୍କୁ ଧରିବାରେ ବିଫଳ ହେଉଛନ୍ତି। ସେହିପରି ଟାଉନ ଥାନା ଅଧୀନରେ ଥିବା ସୁନହଟ, ଦାମୋଦରପୁର, ପରମିଟ୍‌ ଘାଟରେ ଥିବା ପୋଲିସ ବିଟ୍‌ ହାଉସ ପାଇଁ ଉକ୍ତ ଅଞ୍ଚଳରେ ଘଟୁଥିବା ଅପରାଧସ୍ଥଳକୁ ପୋଲିସ ଯଥାଶୀଘ୍ର ପହଞ୍ଚିବା ସହ ତୁରନ୍ତ ଚିହ୍ନଟ କରିବା ସହ ଅପରାଧୀଙ୍କୁ ଗିରଫ କରିପାରୁଥିଲା ତାହା ହେବେ ସମ୍ଭବ ହେଉନାହଁି। ସେହିପରି ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନରେ ଥିବା ଭାସ୍କରଗଞ୍ଜ ଓ ବାଲିଆ ବିଟ୍‌ ହାଉସ ବନ୍ଦ ହେବା ଫଳରେ ଉକ୍ତ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇଉଠି ବହୁ ଅପରାଧ ଘଟାଉଥିବା ଜଣାପଡ଼ିଛି। ଯଥାଶୀଘ୍ର ପୋଲିସ ବିଟ୍‌ ହାଉସଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri