କୁଆମରା,୩୧ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ କୁଆମରା ଫାଣ୍ଡି ପ୍ରଶାସନିକ ଅବହେଳାର ଶିକାର ହୋଇଛି। କର୍ମଚାରୀ ଅଭାବରୁ ଏହି ଫାଣ୍ଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି। ଗୋପବନ୍ଧୁ ନଗର ବ୍ଲକର ଶେଷ ସୀମାରେ ଅବସ୍ଥିତ ଏହି ଫାଣ୍ଡିଟି ବହୁ ପୁରୁଣା। ଆରପଟା, କୁଆମରା, ପୁରୁଣା ବାରିପଦା, ସାଇଁକୁଳା ପଞ୍ଚାୟତ ଏହି ଫାଣ୍ଡି ଅଧୀନରେ ରହିଛି। ଫାଣ୍ଡିର ଜଣେ ଇନ୍ସପେକ୍ଟରଙ୍କ ସମେତ ୬ଜଣ କନଷ୍ଟେବଳ ପଦ ଥିବା ବେଳେ ଏବେ ଦୁଇ କନଷ୍ଟେବଳ ଓ ଜଣେ ଅଫିସରଙ୍କୁ ନେଇ କାର୍ଯ୍ୟ ଚାଲିଛି। ଦୁଇ ବର୍ଷ ହେବ ୪ କନଷ୍ଟେବଳ ପଦ ଫାଙ୍କା ପଡ଼ିଛି। ଖୁଣ୍ଟା ଥାନା ଅଧୀନରେ କୁଆମରା ଓ ଡୁକୁରା ଫାଣ୍ଡି ରହିଛି। କୁଆମରା ଫାଣ୍ଡିରେ ୫୦ ପ୍ରତିଶତ ମାମଲା ବର୍ଷକୁ ରୁଜୁ ହେଉଛି। ଏହି ଫାଣ୍ଡିଟି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ରହୁଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି। ୪ଟି ପଞ୍ଚାୟତର ୨୫ ହଜାରରୁ ଅଧିକ ଲୋକ ସଂଖ୍ୟା ଥିବା ବେଳେ କର୍ମଚାରୀ ଅଭାବରୁ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଛି। ବିଗତ ବର୍ଷକ ମଧ୍ୟରେ ଅଞ୍ଚଳରେ ଚୋରି, ରାହାଜାନୀ, ଦୋକାନ ଲୁଟ ଭଳି ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ଥାନାଠାରୁ ଫାଣ୍ଡିର ଦୂରତ୍ୱ ୩୦ କି.ମି. ହୋଇଥିବାରୁ ଜରୁରୀ ସମୟରେ ପୋଲିସ ସେବା ମିଳି ପାରୁନାହିଁ। ୨୦୦୫ରେ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ନୂତନ ଫାଣ୍ଡି ଗୃହ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ମରାମତି ଅଭାବରୁ ଛାତରୁ ପାଣି ଗଳିବା ସହ ବିଭିନ୍ନ ସମୟରେ କଂକ୍ରିଟ ଖଣ୍ଡ ଖସୁଛି। ସେହିପରି ଗତବର୍ଷ ବାତ୍ୟାରେ ଉତ୍ତର ପାର୍ଶ୍ୱ ପାଚେରି ଭଶୁଡ଼ି ପଡ଼ିବା ଯୋଗୁ ଏବେ ଫାଣ୍ଡିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥି ପାଇଁ କେନ୍ଦ୍ରୀୟ ଟିମ୍ ସମେତ ଜିଲାପାଳ ଓ ଏସ୍ପି ପରିଦର୍ଶନ କରି ଫେରିଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ
କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...
ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ
ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…
ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...
Archives


