ସ୍ବର୍ଣ୍ଣ ଜିତିଲେ ମିଳିବ ୧ କୋଟି

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଜୟ ଏକ ଅଭ୍ୟାସ। ବିଜୟରୁ ମିଳେ ଉତ୍କର୍ଷତା। ଓଡ଼ିଶାର ପିଲାମାନେ ଉତ୍କର୍ଷକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି। ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ବିଜୟ ଲାଭ କରି ରାଜ୍ୟ ପାଇଁ ଓଡ଼ିଆ ପିଲା ଗୌରବ ଆଣୁଛନ୍ତି। ଶନିବାର ଲୋକସେବା ଭବନଠାରେ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଭାରତ ଦକ୍ଷତା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଓଡ଼ିଶାର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ୨୦୨୨ ଜାନୁୟାରୀରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଦକ୍ଷତା ପ୍ରତିଯୋଗିତାରେ ୫୯ଟି ମେଡାଲ ଜିତିଥିବା ଓଡ଼ିଶା ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦକ୍ଷତା ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହାସହ ୨୦୨୨ ଅକ୍ଟୋବରରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସାଂଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ୧ କୋଟି, ରୌପ୍ୟ ଜିତିଲେ ୫୦ଲକ୍ଷ ଏବଂ ବ୍ରୋଞ୍ଜ ଜିତିଲେ ୨୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସ୍ବର୍ଣ୍ଣ ବିଜେତାଙ୍କୁ ପ୍ରସ୍ତୁତ କରିଥିବା ସଂସ୍ଥାକୁ ୫କୋଟି ଟଙ୍କା ଦିଆଯିବ। ଆସନ୍ତା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ୨-୩-୪ ଲକ୍ଷ୍ୟ ନେଇ ପ୍ରସ୍ତୁତି ହେବା ଆବଶ୍ୟକ। ଓଡ଼ିଶାର ଯୁବଗୋଷ୍ଠୀ ଦେଶ ପାଇଁ ୨ଟି ସ୍ବର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଓ ୪ଟି ବ୍ରୋଞ୍ଜ ପଦକ ବିଜୟୀ ହେବା ନେଇ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି। ମନରେ ସାଂଘାଇ, ହୃଦୟରେ ଭାରତ ଭାବି ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ୫୯ଟି ପଦକ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି। ମୁଖ୍ୟମନ୍ତ୍ରୀ ଏଥିପାଇଁ ବିଜେତାଙ୍କ ମାତାପିତା, କୋଚ, ଅନୁଷ୍ଠାନ ଓ ଶିଳ୍ପ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମର ଝିଅ,ପୁଅଙ୍କ ନିକଟରେ ବହୁବିଧ ଦକ୍ଷତା ରହିଛି। ପଦକଗୁଡ଼ିକ ପାରମ୍ପରିକ ଦକ୍ଷତାରୁ ଉତ୍କର୍ଷ ବୈଷୟିକ ଦକ୍ଷତା ମଧ୍ୟରୁ ଆସିଛି। ଝିଅମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ। ଏହାଦ୍ୱାରା ପାରମ୍ପରିକ ପୁରୁଷ ପ୍ରଭାବିତ କ୍ଷେତ୍ରରେ ଝିଅମାନେ ଦେଶରେ ରାଜ୍ୟକୁ ଗର୍ବିତ କରି ପାରିଛନ୍ତି। ଓଡ଼ିଆ ଯୁବଗୋଷ୍ଠୀଙ୍କୁ ଦକ୍ଷ କରିବା ପାଇଁ ଭୁବନେଶ୍ୱରଠାରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍‌ ନଲେଜ ପାର୍ଟନର ଭାବେ କାର୍ଯ୍ୟ କରୁଛି। ଏହା ସରକାରଙ୍କର ଯୁବଗୋଷ୍ଠୀଙ୍କ ପ୍ରତି ପ୍ରତିବଦ୍ଧତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ଭାରତ ଦକ୍ଷତା ପ୍ରତିଯୋଗିତାରେ ସମସ୍ତ ବିଜୟୀ ତୃଣମୂଳ ସ୍ତରରୁ ଆସିଛନ୍ତି। ସମଗ୍ର ରାଜ୍ୟ ପାଇଁ ସେମାନେ ଏକ ସମ୍ଭାବନା। ମୁଖ୍ୟମନ୍ତ୍ରୀ ହକି ପାଇଁ ଯାହାକିଛି କରିଛନ୍ତି ଦକ୍ଷତା ହାସଲ ପାଇଁ ମଧ୍ୟ ତାହା କରୁଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ବିଜେତାମାନେ ହେଉଛନ୍ତି ରାଜ୍ୟର ଦକ୍ଷତା ତାରକା। ବିଭାଗ ସେମାନଙ୍କ ସ୍ବପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବ। ଏହି ଅବସରରେ ବିଭାଗୀୟ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସିଇଓ ଜି. ରେଘୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri