Posted inଖେଳ

ପୂର୍ବତନ ଖେଳାଳିଙ୍କ ଦାବି ଦୁଇ ଥର ୧୬୦ କିମିରୁ ଅଧିକ ବେଗରେ ବୋଲିଂ କରିଛି

କରାଚୀ,୧।୫ : ପୂର୍ବତନ ପାକିସ୍ତାନ ପେସର ମହମ୍ମଦ ସାମି କ୍ୟାରିୟର ଆରମ୍ଭରୁ ଦ୍ରୁତଗତିରେ ବୋଲିଂ କରିବା ପାଇଁ ଜଣାଯାଉଥିଲେ। ସେ ଘଣ୍ଟା ପ୍ରତି ୧୪୫ରୁ ୧୫୦ କିମି ବେଗରେ ବଲ ପକାଉଥିଲେ। ଶୋଏବ ଅଖତରଙ୍କ ସହ ମିଶି ପ୍ରତିପକ୍ଷ ବ୍ୟାଟରଙ୍କୁ ଭୟଭିତ କରୁଥିଲେ। ଏହି ପୂର୍ବତନ ପାକିସ୍ତାନ ପେସର ଗୋଟିଏ ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଦୁଇ ଥର ବୋଲିଂ କରିଥିବା ଦାବି କରିଛନ୍ତି। କିନ୍ତୁ ସେହି ମ୍ୟାଚ୍‌ରେ ସ୍ପିଡ୍‌ ଗନ କାମ କରୁ ନ ଥିବାରୁ ବଲର ଗତି ମପାଯାଇ ପାରି ନ ଥିଲା।
”ମୁଁ ଗୋଟିଏ ମ୍ୟାଚ୍‌ରେ ଦୁଇ ଥର ୧୬୦ରୁ ଅଧିକ କିମି ବେଗରେ ବୋଲିଂ କରିଛି। ଗୋଟିଏ ୧୬୨ ଓ ଅନ୍ୟ ବଲର ଗତି ୧୬୪ କିମି ଥିଲା। ତା’ ପରେ ବୋଲିଂ ମେସିନ (ସ୍ପିଡ୍‌ ଗନ) କାମ କରୁ ନ ଥିବା କୁହାଗଲା। ଏଣୁ ବଲକୁ ହିସାବକୁ ନିଆଗଲା ନାହିଁ। କିନ୍ତୁ ଯଦି ମୋଟ ଉପରେ ଦେଖିବା, ଯିଏବି ୧୬୦ରୁ ଅଧିକ ବେଗରେ ବୋଲିଂ କରିଛନ୍ତି, ସେ ଥରେ କିମ୍ବା ଦୁଇ ଥର ଏହି ଗତି ହାସଲ କରିଛନ୍ତି। ଏହାର ଅର୍ଥ ନୁହେଁ, ସେମାନେ ନିୟମିତ ଭାବେ ଏହି ଗତିରେ ବୋଲିଂ କରନ୍ତି“ ବୋଲି ଶାମି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ପକାଇବାର ରେକର୍ଡ ଶୋଏବ ଅଖତରଙ୍କ ନାମରେ ରହିଛି। ୨୦୦୨ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୬୧ କିମି ବେଗ ହାସଲ କରିଥିଲେ। ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଶାମି ୩୬ ଟେଷ୍ଟ, ୮୭ ଦିନିକିଆ ଓ ୧୩ଟି୨୦ ଖେଳି ମୋଟ ୨୨୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri