ଲକ୍‌ଡାଉନ୍‌ରେ ଘରେ କଏଦ୍‌ ଥିବା ଲୋକଙ୍କ ଶୁଭୁଛି ଚିତ୍କାର

ବେଜିଂ,୧୧।୪: ଚାଇନା ବର୍ତ୍ତମାନ ଜିରୋ କୋଭିଡ ପଲିସି ଅନୁସରଣ କରୁଛି। ଚାଇନାର ସବୁଠୁ ବଡ଼ ସହର ସଂଘାଇରେ କୋଭିଡ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ସମଗ୍ର ସହରରେ କଡ଼ା ଲକ୍‌ଡାଉନ ଲାଗୁ କରିଛନ୍ତି। ଇତିମଧ୍ୟରେ କଡ଼ା ଲକ୍‌ଡାଉନ ଯୋଗୁ ଲୋକମାନେ କ୍ରୋଧିତ ହୋଇ ନିଜ ଆପାର୍ଟମେଣ୍ଟରେ ଚିତ୍କାର କରୁଥିବାର ଶୁଣିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ସ୍ଥାନୀୟ ଅଧିକାରୀଙ୍କ ସହ ଝଗଡ଼ା କରୁଥିବାର ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୫ରୁ ସଂଘାଇରେ ଚାଇନା ସରକାର ସମ୍ପୂର୍ଣ୍ଣ ଲକ୍‌ଡାଉନ କରିଛନ୍ତି। ଏହାଦ୍ୱାରା ସହରର ପ୍ରାୟ ୨୬କୋଟି ଲୋକ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ସଂଘାଇରେ କଡ଼ା ଲକ୍‌ଡାଉନ ଯୋଗୁ ଘରେ ବନ୍ଦୀ ଥିବା ଲୋକମାନେ ନିଜ ଆପାର୍ଟମେଣ୍ଟରେ ଚିତ୍କାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଆମେରିକାର ଜଣାଶୁଣା ସ୍ବାସ୍ଥ୍ୟ ବୈଜ୍ଞାନିକ ଡକ୍ଟର ଏରିକ ଫିଗଲ-ଡିଙ୍ଗ ସାଂଘାଇର ଏହି ଭିଡିଓକୁ ଟୁଇଟ କରି ଶେୟାର କରିଛନ୍ତି। ସେ କହିଛନ୍ତି, ଘରେ ବନ୍ଦୀ ଥିବା ଲୋକମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ଲୋକମାନେ କମ୍‌ ଖର୍ଚ୍ଚ କରି ଅଧିକ ଦିନ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେସବୁ କେତେଦିନ ଯାଏ ସାଇତି ରଖିପାରିବେ। ଗୋଟିଏ ଦିନ ଆସିବ ସେସବୁ ଶେଷ ହୋଇଯିବ। ତେବେ ଏଭଳି କଡ଼ା ଲକ୍‌ଡାଉନର ପରିଣାମ ଅତି ଭୟଙ୍କର ହୋଇପାରେ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ବେଶୀଦିନ ଯାଏ ଲୋକଙ୍କୁ ସରକାର ଘରେ ବାନ୍ଧି ରଖିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri