ବିଶ୍ୱକୁ ଭାବପ୍ରବଣ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୪।୪: ରୁଷିଆ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱଂସ ଆଡକୁ ଗତି କରୁଛି। ୟୁକ୍ରେନ ଅନେକ ସହର ନିଶ୍ଚିହ୍ନ ହୋଇପଡିଛି। ଏହି ସମୟରେ, ଗ୍ରାମୀ ପୁରସ୍କାର ସମାରୋହ ମଞ୍ଚରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ ପାଇଁ ବିଶ୍ୱକୁ ଭାବପ୍ରବଣ ନିବେଦନ କରିଛନ୍ତି।
ଗ୍ରାମୀ ପୁରସ୍କାର ବିତରଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କର ଏକ ପୂର୍ବ-ରେକର୍ଡ ହୋଇଥିବା ଭିଡିଓ ପ୍ଲେ କରାଯାଇଥିଲା। ଏହି ଭିଡିଓ ବଡ ପରଦାରେ ପ୍ରଦର୍ଶିତ ହୋଇଥିଲା। ଭିଡିଓ ଜରିଆରେ ସେ ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ କରିବାକୁ ବିଶ୍ୱକୁ ନିବେଦନ କରିଥିଲେ।ଏହି ଭିଡିଓ ବାର୍ତ୍ତା ୟୁକ୍ରେନ ଗାୟକ ମିକା ନ୍ୟୁଟନ ଏବଂ କବି ଲିୟୁବା ୟାକିମଚୁକଙ୍କ ପ୍ରଦର୍ଶନ ପୂର୍ବରୁ ପ୍ରଦର୍ଶିତ ହୋଇଥିଲା।
ୟୁକ୍ରେନର ରାଷ୍ଟ୍ରପତି ଏହି ଭାବପ୍ରବଣ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆମର ପ୍ରିୟଜନମାନେ ପୁନର୍ବାର ଏକାଠି ରହିବେ କି ନାହିଁ ସେ ଜାଣନ୍ତି ନାହିଁ। କିଏ ବଞ୍ଚିବ ଏବଂ ଚିରଦିନ ପାଇଁ ନୀରବି ଯିବ ତାହା ବାଛିବା ପାଇଁ ଯୁଦ୍ଧ ଆମକୁ ଅନୁମତି ଦେଇ ନାହିଁ। ଆମର ସଂଗୀତଜ୍ଞମାନେ ଆହତମାନଙ୍କ ପାଇଁ ଡାକ୍ତରଖାନାରେ ଗୀତ ଗାଉଛନ୍ତି। ଯେଉଁମାନେ ତାଙ୍କ କଥା ଶୁଣିପାରୁ ନାହାଁନ୍ତି, ସେମାନଙ୍କ ପାଇଁ ସେ ଗୀତ ଗାଉଛନ୍ତି। ଆମେ ସ୍ବାଧୀନତା ରକ୍ଷା କରୁଛୁ। ବଞ୍ଚିବା ପାଇଁ ଆମେ ରୁଷିଆ ସହିତ ଲଢୁଛୁ। ଆମକୁ ସାହାଯ୍ୟ କରନ୍ତୁ, ଯେକୌଣସି ପ୍ରକାରେ ଆମକୁ ସମର୍ଥନ କରନ୍ତୁ। ମୁଁ କେବଳ ୟୁକ୍ରେନର ସ୍ବାଧୀନତାର ସ୍ବପ୍ନ ଦେଖିଛି ବୋଲି ଜେଲେନସ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri