ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ ବାଜି ମାରିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା। ଚଳିତ ନିର୍ବାଚନରେ ପୌର ଅଧ୍ୟକ୍ଷ ଆସନ ପାଇଁ ସିଧାସଳଖ ଭୋଟ ହେଉଛି। ଏଥର ପୌର ନିର୍ବାଚନରେ ନୋଟା (ଏଥିରୁ କୌଣସିଟି ନୁହେଁ) ରହିଛି। ପୌରାଧ୍ୟକ୍ଷା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେବ। ବିଜେଡିର କନକଲକ୍ଷ୍ମୀ ମହାନ୍ତି, ଭାଜପାର କୁନିଲତା ସ୍ବାଇଁ ଏବଂ କଂଗ୍ରେସରୁ ବିନୋଦିନୀ ମହାପାତ୍ର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବା ସମ୍ଭାବନା ରହିଛି। ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ପୂର୍ବରୁ ଦଳରେ ଅସନ୍ତୋଷ ବଢିଥିବା ବେଳେ ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟମାନେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଏପରିକି ବେଗୁନିଆ ବିଧାୟକ ଏବଂ ଖୋର୍ଦ୍ଧା ବିଧାୟକ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ତେବେ ଦଳରେ ଅସନ୍ତୋଷ ପାଇଁ ବିଜୟ ପଥରେ କଣ୍ଟା ସାଜିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପା ପ୍ରାର୍ଥୀ କୁନିଲତା ପୂର୍ବରୁ ୩ଥର କାଉନସିଲର ଓ ଉପାଧ୍ୟକ୍ଷ ରହିଥିଲେ। ତାଙ୍କ ଅଭିଜ୍ଞତା କାମ ଦେବ ବୋଲି କୁହାଯାଉଛି।

ସେହିପରି ମହିଳାଙ୍କ ଭୋଟ ତାଙ୍କ ସପକ୍ଷରେ ଅଧିକ ଯାଇପାରେ ବୋଲି ଆଲୋଚନା ହେଉଛି। ଭାଜପାା ପୂର୍ବତନ ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ କହିଛନ୍ତି, ଜନାଦେଶ ଆମ ସାଥିରେ ରହିଛି ପୌର ଅଧ୍ୟକ୍ଷ ସମେତ ଏକାଧିକ ୱାର୍ଡରେ ଭାଜପା ପ୍ରାର୍ଥୀ ବିଜୟ ଲାଭ କରିବେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଦୁ ଆଗରେ ବିରୋଧୀଙ୍କ ରଣନୀତି କାମ କରିବ ନାହିଁ ବୋଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି। ଖୋର୍ଦ୍ଧା ପୌର ପରିଷଦ ପୁଣି ବିଜେଡି ଦଖଲ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏକ ମନରେ ଦଳ ପାଇଁ କାମ କରିବା ସହ ପ୍ରାର୍ଥୀଙ୍କୁ ବିଜୟ କରାଇବା ଲାଗି ଆହ୍ବାନ ଦିଆଯାଇଛି। ପୌର ଅଧ୍ୟକ୍ଷା ଆସନ ହାତେଇବା ଦଳ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ମିଶନ ମହିଳା ଏସ୍‌ଏଚ୍‌ଜି ଗ୍ରୁପ, ବସ୍ତି ଭୋଟ ବିଜେଡି ହାତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri