ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି

ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) । ୨୨ ମାର୍ଚ୍ଚ ୧୯୯୮ରେ ମୁମ୍ବାଇରେ ଜନ୍ମ ନେଇଥିବା ଏହି ଗାୟିକା ମୁମ୍ବାଇରେ ହିଁ ପାଠ ପଢିଛନ୍ତି । ପିଲାଟି ଦିନରୁ ସଙ୍ଗିତରେ ରୁଚି ରଖୁଥିବା ଭାନୁଶାଳି ଆଜି ବଲିଉଡରେ ପାଦ ଦେଇଛନ୍ତି । ତେବେ ତାଙ୍କ ଦାଦା ସଙ୍ଗିତର ଜଣେ ପୂଜାରୀ ଥିବା ବେଳେ ପିଲାଦିନେ ସେ ତାଙ୍କଠାରୁ ବି କିଛି ସଙ୍ଗିତ ଶିକ୍ଷା କରିଛନ୍ତି । ୨୦୧୭ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଟି ସିରିଜ କମ୍ପାନୀ ପାଇଁ ଫିଲ୍ମ ‘ବଦ୍ରିନାଥ କି ଦୁହ୍ଳନିୟା’ରେ ‘ହମସଫର’ର ଫିମେଲ ଭର୍ସନକୁ ଗାଇଥିଲେ ଭାନୁଶାଳି । ଏହି ଗୀତଟିକୁ ଶ୍ରୋତା ଖୁବ୍ ପସନ୍ଦ କରିଥିଲେ ।
ଭାନୁଶାଳି ଫିଲ୍ମ ୱେଲକମ୍ ଟୁ ନ୍ୟୁୟର୍କ, ବୀରେ ଦ ୱେଡିଂ, ସତ୍ୟମେବ ଜୟତେ, ଲୁକା ଚ୍ଛୁପି ଓ ମରଜାୱାଂ ପାଇଁଗୀତ ଗାଇ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । ତାଙ୍କ ନାଁରେ ରହିଛି ଏକ ବିରଳ ରେକର୍ଡ । ୨୦୧୯ରେ ଟି ସିରିଜ ତା’ର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଥିଲା । ଯେଉଁଥିରେ ଏକ ପୋଷ୍ଟର ସାମିଲ ଥିଲା । ସେଥିରେ ଧ୍ୱନି ଭାନୁଶାଳିଙ୍କ ଫଟୋ ସହ ତାଙ୍କର ଦୁଇଟି ଗୀତ ଲେ ଯା ରେ ଓ ୱାସ୍ତେର ୟୁଟ୍ୟୁବ ଭ୍ୟୁଜ ଏକ ବିଲିୟନ୍ ଅର୍ଥାତ୍ ୧ ଅରବ କ୍ରସ କରିଥିବା ସୂଚନା ଦିଆଯାଇଥିଲା । ଏହି ପୋଷ୍ଟ ମାଧ୍ୟମରେ କୁହାଯାଇଥିଲା କି ଧ୍ୱନି ଭାନୁଶାଳି ୨୧ ବର୍ଷ ବୟସରେ ଇତିହାସ ରଚିଥିବା ପ୍ରଥମ ଭାରତୀୟ ଯୁବା ମହିଳା ସିଙ୍ଗର । ଏବେ ସେ ସବୁଠାରୁ ଲୋପ୍ରିୟ ଗାୟିକା ତାଲିକାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri