Posted inଖେଳ

ଖେଳରେ ୟୋ-ୟୋ ଟେଷ୍ଟ କ’ଣ

ବେଙ୍ଗାଲୁରୁ,୧୮।୩: କିଛି ଦିନ ହେବ ଆଘାତ ଯୋଗୁ ପଡ଼ିଆରୁ ଦୂରେଇ ରହିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ଫିଟନେସ ଆକଳନ କରିବା ପାଇଁ ୟୋ ୟୋ ଟେଷ୍ଟ କରିଥିଲେ। ଯାହାର ଫଳାଫଳ ଆସିଛି। ଆଇପିଏଲ ୨୦୨୨ରେ ନୂତନ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ନେଉଥିବା ପାଣ୍ଡ୍ୟା ୟୋ ୟୋ ଟେଷ୍ଟରେ ସଫଳ ହୋଇଥିଲେ। ଶ’ କିନ୍ତୁ ଏଥିରେ ବିଫଳ ହୋଇଥିଲେ।
ଖେଳାଳିଙ୍କ ଫିଟନେସ ଯାଞ୍ଚ କରିବା ପାଇଁ ୟୋ-ୟୋ ଟେଷ୍ଟ କରାଯାଏ। ଏହା ଏକ ସଫ୍ଟୱେର୍‌ ଆଧାରିତ। ଯାହା ଟେକ୍ନୋଲୋଜି ସାହାଯ୍ୟରେ କରାଯାଇଥାଏ। ଭାରତରେ ୟୋ-ୟୋ ଟେଷ୍ଟ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ କରାଯାଏ। ଏହି ଟେଷ୍ଟ ପାଇଁ ଏଠାରେ ସଫ୍ଟୱେର୍‌ ସଂସ୍ଥାପିତ ହୋଇଛି।
କ୍ରିକେଟର ତିନୋଟି ଫର୍ମାଟରେ ଉନ୍ନତ ପ୍ରଦର୍ଶନ ପାଇଁ, ଖେଳାଳି ଫିଟ ହେବା ଆବଶ୍ୟକ। ଫିଟନେସ ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡେ। ସେଥିପାଇଁ ଖେଳାଳିମାନଙ୍କୁ ଅନେକ ବଡ଼ ମ୍ୟାଚ ପୂର୍ବରୁ ୟୋ-ୟୋ ଟେଷ୍ଟ ଦେବାକୁ ପଡିବ। ଏଥିରେ ପାସ୍‌ ହେଲେ ଦଳରେ ସୁଯୋଗ ମିଳିଥାଏ। କେବଳ କ୍ରିକେଟ ନୁହେଁ, ଖେଳାଳିଙ୍କୁ ରଗବି, ଫୁଟବଲ ଭଳି ଖେଳଗୁଡିକରେ ମଧ୍ୟ ଏହି ଟେଷ୍ଟ ଦେଇ ଯିବାକୁ ପଡେ।
ୟୋ-ୟୋ ପରୀକ୍ଷା କିପରି କରାଯାଏ?
ୟୋ-ୟୋ ଟେଷ୍ଟରେ ୨୩ଟି ସ୍ତର ଅଛି, କିନ୍ତୁ ଖେଳାଳିଙ୍କ ଟେଷ୍ଟ ୫ ସ୍ତରରୁ ଆରମ୍ଭ କରାଯାଏ। ପ୍ରତ୍ୟେକ ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୨୦-୨୦ ଅର୍ଥାତ୍‌ ୪୦ ମିଟର ଦୂରତା ପୂରଣ କରିବାକୁ ପଡିବ। ସ୍ତର ବଢିବା ସହିତ ସମୟ କମି କମି ଯାଏ। ଅର୍ଥାତ୍‌ ସମାନ ଦୂରତାକୁ କମ ସମୟ ମଧ୍ୟରେ ଶେଷ କରିବାକୁ ପଡିବ। ଏହି ଆଧାରରେ ସ୍କୋର ସ୍ଥିର ହୁଏ। ଆଜି ପର୍ଯ୍ୟନ୍ତ କେହି ଏହାର ଶେଷ ଅର୍ଥାତ୍‌ ୨୩ ତମ ସ୍ତରକୁ ଅତିକ୍ରମ କରିବାକୁ ସକ୍ଷମ ହୋଇନାହାଁନ୍ତି।

ଭାରତୀୟ କ୍ରିକେଟ ଦଳ ପାଇଁ ୟୋ-ୟୋ ଟେଷ୍ଟରେ ପାସ ସ୍କୋରକୁ ୧୬.୧ରେ ରଖାଯାଇଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ପାଇଁ ଏହି ସ୍କୋର ୧୯ ହେବା ଉଚିତ। ଏଥି ସହିତ, ଶ୍ରୀଲଙ୍କା-ପାକିସ୍ତାନ ପାଇଁ ୧୭.୪ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ପାଇଁ ୟୋ-ୟୋ ଟେଷ୍ଟ ପାଇଁ ୧୮.୫ ସ୍କୋର କରିବା ଆବଶ୍ୟକ।

ଏହି ପରୀକ୍ଷା କିପରି ଆରମ୍ଭ ହେଲା?
ୟୋ-ୟୋ ପରୀକ୍ଷାକୁ ଡେନମାର୍କ ଫୁଟବଲ ଫିଜିଓଲୋଜିଷ୍ଟ ଜେନ୍ସ ବଙ୍ଗସବୋ ଦ୍ୱାରା ବିକଶିତ କରାଯାଇଥିଲା। ପ୍ରଥମେ, ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳିଙ୍କ ପାଇଁ ୟୋ-ୟୋ ବାଧ୍ୟତାମୂଳକ କରାଯାଇଥିଲା। ଏବେ ଭାରତ ସମେତ ଅନେକ ଦେଶର ଖେଳାଳିଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ କ୍ରୀଡା ଜଗତରେ ଏହାର ବହୁତ ଗୁରୁତ୍ୱ ରହିଛି। ଏହି ଟେଷ୍ଟସହଜ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଏହି ଟେଷ୍ଟ ବହୁତ କଷ୍ଟକର।

 


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri