Posted inଜାତୀୟ

ମହିଳାଙ୍କ ପାଇଁ ରହିବ ୩୩ ପ୍ରତିଶତ ସଂରକ୍ଷଣ

ଅଗରତାଲା,୮।୩: ତ୍ରିପୁରାରେ ଭାଜପା ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସଶକ୍ତିକରଣ ଅଭିଯାନ ଏଠାରେ ହିଁ ଆରମ୍ଭ ହେବାକୁ ଯାଉଛି ବୋଲି ଅମିତ ଶାହା କହିଛନ୍ତି। ଏହି ଅବସରରେ ତ୍ରିପୁରା ମହିଳାଙ୍କୁ ଶାହା ଏକ ବଡ଼ ଉପହାର ଭେଟି ଦେଇଛନ୍ତି। ବର୍ତ୍ତମାନ ତ୍ରିପୁରାର ସରକାରୀ ଚାକିରିରେ ମାଆ ଓ ଭଉଣୀମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏତଦ୍‌ ବ୍ୟତୀତ ତ୍ରିପୁରାର ଯୁବକମାନଙ୍କ ପାଇଁ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭର୍ସିଟି କ୍ୟାମ୍ପସର ଖୁବ୍‌ଶୀଘ୍ର ମୂଳଦୁଆ ପକାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜଧାନୀ ଅଗରତାଲାରେ ଶାହା କହିଛନ୍ତି, ଦେଶର ସ୍ବାଧୀନତାର ୭୫ ବର୍ଷ ପୂରଣ ହୋଇଥିବା ବେଳେ ସୁନ୍ଦର ତ୍ରିପୁରାକୁ ମଧ୍ୟ ୫୦ ବର୍ଷ ପୂରିଛି। ୨୫ ବର୍ଷ ଧରି କମ୍ୟୁନିଷ୍ଟମାନେ ତ୍ରିପୁରା ଉପରେ ଶାସନ କରିଥିଲେ। ଏହି ସମୟରେ କମ୍ୟୁନିଷ୍ଟମାନେ ଗରିବଙ୍କ ନାମରେ ଏଠାରେ ଶାସନ କରିଥିଲେ। କିନ୍ତୁ ଗରିବଙ୍କ ପାଇଁ କିଛି କରି ନ ଥିଲେ। କିନ୍ତୁ ୪ବର୍ଷରୁ ଭାଜପା ସରକାର ଆସିବା ପରେ ତ୍ରିପୁରା ପରିବର୍ତ୍ତନ ହେବା ସହ ଲୋକଙ୍କୁ ମୌଳିକ ସୁବିଧା ମିଳିଛି। ତ୍ରିପୁରାର ପ୍ରତ୍ୟେକ ଗରିବ ଲୋକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଭାଜପା ସରକାର କାର୍ଯ୍ୟ କରିଛି। ତ୍ରିପୁରାରେ ସଡ଼କ ଏବଂ ରେଳପଥ ସହ ଜଡିତ ଅନେକ ଯୋଜନା କର୍ଯ୍ୟକ୍ଷମ କରିଛି ଭାଜପା। ଆସନ୍ତା ବର୍ଷ ଯେତେବେଳେ ୫ବର୍ଷ ସମାପ୍ତ ହୋଇଯିବ ସେତେବେଳେ ଭାଜପାକୁ ଆଉ ଥରେ ସୁଯୋଗ ଦେବାକୁ ଜନତାଙ୍କୁ ସେ ନିବେଦନ କରିଛନ୍ତି। ଏଥିସହ ଭାଜପା ଶାସନକୁ ଆସିଲେ ତ୍ରିପୁରାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ିତୋଳିବୁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri