ବିଜେଡିକୁ ମୁକାବିଲା କରୁଛି ଭାଜପା

ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି ୮ ପଞ୍ଚାୟତକୁ ନେଇ ଗଠିତ ୧୦ନଂ. ଜୋନ୍‌। ଏହି ସମସ୍ତ ପଞ୍ଚାୟତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଅଧିନ ହୋଇଥିଲେ ମଧ୍ୟ ଗୋପାଳପୁରରେ ଅନ୍ତର୍ଭୁକ୍ତ ରହିଛି। ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଶାସକ ବିଜେଡିରୁ ଭାରତୀ ନାୟକ, ଭାଜପାରୁ ଅନିତା ବେହେରା ଓ କଂଗ୍ରେସରୁ କୃଷ୍ଣଲତା ଦାସ ପ୍ରାର୍ଥୀ ହୋଇଛନ୍ତି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ମୁଖ୍ୟତଃ ଶଙ୍ଖ ଓ ପଦ୍ମ ଦଳ ମଧ୍ୟରେ ଲଢ଼େଇ ତୀବ୍ର ହେଉଛି।
ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଏହି ଜୋନ୍‌ ପୁରୁଷଙ୍କ ପାଇଁ ଥିଲା। ଭାଜପାରୁ ବର୍ତ୍ତମାନର ଗଞ୍ଜାମ ସାଙ୍ଗଠନିକ ଜିଲା ଯୁବମୋର୍ଚ୍ଚା ସଭାପତି ଏଲ.ମୋହନ ଦାସ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଭାଜପା ହାତରୁ ଛଡ଼ାଇ ନେବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଏହି ଜୋନ୍‌ ଉଭୟ ବିଜେଡି ଓ ଭାଜପାର ସମ୍ମାନର ପ୍ରଶ୍ନ ହୋଇଛି। ମୋହନ ଦାସ ଏବେ ଲୋଚାପଡ଼ା ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଗୋପାଳପୁର କ୍ଷେତ୍ରର ୪ ଜୋନ୍‌ରୁ ୧୦ ଓ ୫୪ନଂ. ଜୋନ୍‌ରେ ଭାଜପା ଜିତିଥିଲା। ତାହା ବଜାୟ ରଖିତ୍ବା ନିମନ୍ତେ ପଦ୍ମ ଦଳ କସରତ କରୁଛି।
କୁକୁଡ଼ାଖଣ୍ଡି ବ୍ଲକର ଏହି ଜୋନ୍‌ରେ ବିଜେଡି ପକ୍ଷରୁ ଗୋପାଳପୁର ସେଗ୍‌ମେଣ୍ଟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିିବ ଗୋପବନ୍ଧୁ ଦାସ ଭୋଟରଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୀତିରେ ପୁରୁଣା ଏବଂ ଗୋପାଳପୁର ଆସନରେ ୩ ଥର ନିର୍ବାଚନ ଲଢ଼ିଥିବା ପାର୍ଟି ଜିଲା ସଭାପତି ବିଭୂତି ଜେନା କାଉଣ୍ଟର ପ୍ରଚାର କରୁଛନ୍ତି। ମୋହନ ଦାସଙ୍କ ସମେତ ଅନ୍ୟମାନେ ଭୋଟ ପ୍ରଚାରରେ ସାମିଲ ହେଉଛନ୍ତି। ତେବେ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଅନ୍ୟ ଜୋନ୍‌ଗୁଡ଼ିକ ଭଳି ୧୦ନଂ.ରେ ବହୁ ପଛରେ ଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଯିଏ ଜିତିବ ଭୋଟ ବ୍ୟବଧାନ ଅଳ୍ପ ହେବାର ପ୍ରାକ୍‌ ଆକଳନ କରାଯାଇଛି। ସେହିପରି ଗୋପାଳପୁର କ୍ଷେତ୍ର ରଙ୍ଗେଇଲୁଣ୍ଡା ବ୍ଲକ ୫୪ନଂ. ଜୋନ୍‌ରେ ମଧ୍ୟ ବିଜେଡି -ଭାଜପା ମଧ୍ୟରେ ଟକ୍କର ହେଉଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଶୁଭାଶିଷ ସାହୁ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୂଆ ଓ ପୁରୁଣାଙ୍କ ଏହି ଲଢ଼େଇ ରୋଚକ ହୋଇଛି। ଗତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଭ୍ୟା ମଞ୍ଜୁଶ୍ରୀ ଦଳାଇଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ତଥାପି ସେ ଦୀପକଙ୍କ ପାଇଁ ପ୍ରଚାର କରୁଥିଲେ ମଧ୍ୟ ଅସନ୍ତୁଷ୍ଟ ଥିବା ଅଞ୍ଚଳରେ ଆଲୋଚନା ହେଉଛି। ଏହି ଜୋନ୍‌ରେ ମଧ୍ୟ କଂଗ୍ରେସ ପଛରେ ରହିଛି। କିଏ ଜିତିବ ଓ କିଏ ହାରିବ ସେନେଇ ସବୁ ଖଟିରେ ଜୋର ଧରିଛି ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri