ମୁଦ୍ରାସ୍ଫୀତିକୁ ଆକର୍ଷିତ କରିଥିଲା ସୁନା ଇଟିଏଫ୍‌

ନୂଆଦିଲ୍ଲୀ, ୭ା୨: ଗତ କିଛିବର୍ଷ ହେବ ସୁନା ଆମଦାନୀ ଭାରତରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ୨୦୨୧ରେ ସୁନା ବିନିମୟ ବାଣିଜ୍ୟ ପାଣ୍ଠି (ଇଟିଏଫ୍‌) ବଜାର ସପକ୍ଷରେ ରହିଥିଲା। ଏହାଦ୍ୱାରା ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ସହ ବଜାର ମୂଲ୍ୟ ବୃଦ୍ଧିରେ ମଧ୍ୟ ସହାୟ ହୋଇଥିଲା। ଗତବର୍ଷ ଏହି ସେଗ୍‌ମେଣ୍ଟ ୪,୮୧୪ କୋଟି ଟଙ୍କାର ବଜାର ମୂଲ୍ୟକୁ ଆକର୍ଷିତ କରିଥିଲା। ଫଳରେ ୨୦୨୦ରେ ଦେଖାଯାଇଥିବା ୬,୬୫୭ କୋଟି ତୁଳନାରେ ଏହାର ପ୍ରବାହ କମ୍‌ ଥିଲା ବୋଲି ଆସୋସିଏଶନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ଡସ୍‌ ଅଫ୍‌ ଇଣ୍ଡିଆ (ଆମ୍ଫି) ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ବିଶ୍ୱର ପୁନରୁଦ୍ଧାର ଏବଂ ଉନ୍ନତ ନିବେଶକଙ୍କ ମନୋବଳକୁ ଏହା ବଢ଼ାଇଥିଲା। ଏ ସମ୍ପର୍କରେ କ୍ୱାଣ୍ଟମ୍‌ ମ୍ୟୁଚୁଆଲ୍‌ ଫଣ୍ଡର ଏମ୍‌ଡି ଏବଂ ସିଇଓ, ଜିମି ପଟେଲ କହିଛନ୍ତି, ୨୦୨୨ରେ ଏହି ବର୍ଗର ଆଗ୍ରହ ବୃଦ୍ଧି ସହ ଷ୍ଟିକ୍‌ ମୁଦ୍ରାସ୍ଫୀତି ଏବଂ ଫେଡେରାଲ୍‌ ରିଜର୍ଭ ଏହାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଯାହା ସମ୍ଭବତଃ ଅଭିବୃଦ୍ଧି ଏବଂ ବଜାରକୁ ବାଧା ଦେଇପାରେ ବୋଲି ସେ କହିଛନ୍ତି। ଅପରପକ୍ଷରେ ମୁଦ୍ରାନୀତିର ସମନ୍ବିତ ସହଜତା ଏବଂ ବିଶ୍ୱର ସୁଧ ହାରର ନରମତା, ଯାହା ସୁନାକୁ ଆକର୍ଷଣୀୟ କରିଥିଲା। ସେହିଭଳି ୨୦୨୧ରେ ମୁଦ୍ରାସ୍ଫୀତିର ସୁଦୃଢ଼ତା ଏବଂ ବଜାର ମୂଲ୍ୟ ବୃଦ୍ଧି ହେତୁ ଗତବର୍ଷର ଚାହିଦା ସୁନା ସପକ୍ଷରେ ରହିଥିଲା ବୋଲି ପଟେଲ କହିଛନ୍ତି। ଅପରପକ୍ଷରେ ମର୍ନିଂଷ୍ଟାର ଇଣ୍ଡିଆର ଆସୋସିଏଟ୍‌ ଡାଇରେକ୍ଟର ମ୍ୟାନେଜର ରିସର୍ଚ୍ଚ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି, ସୁନା ଇଟିଏଫ୍‌ ବର୍ଷସାରା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି। ଫଳରେ ୨୦୨୧ ଜୁଲାଇରେ ପ୍ରାୟ ୬୧.୫ କୋଟି ଟଙ୍କା ରହିଥିଲା। ସୁନା ପାଣ୍ଠିର ପରିଚାଳନା ଅଧୀନରେ ସମ୍ପତ୍ତିକୁ ୩୦% ବୃଦ୍ଧି କରି ୧୮,୪୦୫ କୋଟି ଟଙ୍କାକୁ ପହଞ୍ଚତ୍ ପାରିଥିଲା। ୨୦୨୧ ଡିସେମ୍ବର ଶେଷ ବେଳକୁ ଏକ ବର୍ଷ ପୂର୍ବେ ୧୪,୧୭୪ କୋଟି ଟଙ୍କାକୁ ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଥିଲା। ସୁନା, ଗତ କିଛିବର୍ଷ ମଧ୍ୟରେ ଏହାର ଚମତ୍କାର ପ୍ରଦର୍ଶନ ସହିତ ୨୦୨୧ରେ ନିବେଶକଙ୍କ ଆଗ୍ରହକୁ ଆକର୍ଷିତ କରିଛି। ଫଳରେ ସୁନା ଇଟିଏଫ୍‌ଗୁଡ଼ିକରେ ଫୋଲିଓ ସଂଖ୍ୟା ୨୦୨୦ ଡିସେମ୍ବରରେ ୮.୮୭ ଲକ୍ଷରୁ ୨୦୨୧ ଡିସେମ୍ବର ମଧ୍ୟରେ ୩୨.୦୯ ଲକ୍ଷକୁ ବୃଦ୍ଧି ପାଇଥିଲା। ତେବେ ଏହି ଶ୍ରେଣୀରେ କ୍ରମାଗତ ଭାବେ ୨୦୨୦ ନଭେମ୍ବରରେ ୧୪୧ କୋଟି, ୨୦୨୦ ଫେବୃୟାରୀରେ ୧୯୫ କୋଟି ଏବଂ ୨୦୨୧ ଜୁଲାଇରେ ୬୧.୫ କୋଟି ଟଙ୍କା ନିଟ୍‌ ଆଉଟ ଫ୍ଲୋ ହୋଇଛି। ନିବେଶକଙ୍କ ପୋର୍ଟଫୋଲିଓରେ ସୁନା ଏକ ରଣନୀତିକ ସମ୍ପତ୍ତି ଭାବରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri