ରାସ୍ତା, ପାଣି, ଅଙ୍ଗନଓ୍ବାଡି ଗୃହ ଦିଅ; ଭୋଟ ନିଅ

ଆର. ଉଦୟଗିରି,୩୦ା୧(ଡି.ଏନ୍‌.ଏ.): ଗଜପତି ଜିଲାର ବିକାଶ କେବଳ କାଗଜ କଲମରେ ହିଁ ପ୍ରଚାର ପ୍ରସାରରେ ଅଟକି ରହିଛି। ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ବିତିଲାଣି ହେଲେ ଏଥି ମଧ୍ୟରେ ଅନେକ ନେତା ମନ୍ତ୍ରୀଙ୍କୁ ଅଭିଯୋଗ ଦେଇ ଦେଇ ଜନତା ଥକି ଗଲେଣି କିନ୍ତୁ କାମ କରିବା ନଁାରେ ଖାଲି ମିଥ୍ୟା ପ୍ରତିଶ୍ରୁତି ହିଁ ମିଳୁଛି। ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ବାଦପୁର ଗ୍ରାମ। ପଞ୍ଚାୟତଠାରୁ ମାତ୍ର ୭କିମି ଦୂର ୱାର୍ଡ ନଂ. ୨ ଓ ୱାର୍ଡ ନଂ. ୩। ଏହି ଦୁଇଟି ୱାର୍ଡ ଗୋଟିଏ ଗ୍ରାମରେ। ପରିବାର ସଂଖ୍ୟା ୧ ହଜାର ଥିବାବେଳେ ଭୋଟର ସଂଖ୍ୟା ରହିଛନ୍ତି ୧୫ ଶହରୁ ଊଦ୍ଧର୍‌ବ। ଲୋକ ସଂଖ୍ୟା ୨ ହଜାରରୁ ଊଦ୍ଧର୍‌ବ। ହେଲେ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ବର୍ଷା ଦିନେ ଗ୍ରାମ ରାସ୍ତା କାଦୁଅ। ଗ୍ରାମକୁ ଗାଡ଼ି ଯିବା ମୁସ୍କିଲ । ବର୍ଷା ହେଲେ ପିଲାଙ୍କ ପାଠ ପଢ଼ା ବନ୍ଦ। କୌଣସି ଗର୍ଭବତୀ ମା’ଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଆମ୍ବୁଲାନ୍ସ ଗ୍ରାମକୁ ପହଞ୍ଚତ୍ ପାରୁନି। ଯାହାଦ୍ୱାରା ଲୋକେ ଦୋଳାରେ ୧ କିମି ଚାଲି ଚାଲି ଯିବା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ। ସେହିପରି ଗ୍ରାମରେ ଦୁଇଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିବା ବେଳେ ଦୁଇଟି ଯାକ ଅଙ୍ଗନଓ୍ବାଡି ଗୃହ ଅଧାଗଢ଼ା ହୋଇ ପଡି ରହିଛି। ଅଙ୍ଗନଓ୍ବାଡି ଦିଦି ପିଲାଙ୍କୁ ନିଜ ବାରଣ୍ଡାରେ ପଢାଉଛନ୍ତି। ଗ୍ରାମରେ ପିଇବା ପାଣିର ଘୋର ଅଭାବ ଥିବାରୁ ଲୋକେ ବାଧ୍ୟ ହୋଇ ପୋଖରୀର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ଏଭଳି ଦୀର୍ଘବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ଥିବାରୁ ବାଦପୁର ଗ୍ରାମବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କୁ ମଧ୍ୟ ଜଣାଇଛନ୍ତି। ଏହା ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ସଫଳତା ନ ମିଳିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri