ନୂଆଦିଲ୍ଲୀ,୨୬।୧: ଆସନ୍ତା ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍। ଏହି ସିରିଜ୍ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ ଦଳରେ ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ ବରିଷ୍ଠ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ ଜଣେ ବିସିସିଆଇ ଅଧିକାରୀ ନା ନ କହିବା ସର୍ତ୍ତରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର କୁମାର ଦିନିକିଆ ଦଳରେ ସ୍ଥାନ ପାଇଥିବା ବେଳେ ଟି୨୦ ଦଳରୁ ବାଦ୍ ପଡ଼ିବେ। ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଉଭୟ ଦଳରେ ସ୍ଥାନ ମିଳିଥିବା ସେ କହିଛନ୍ତି।


