ପ୍ରାର୍ଥୀ ଚୟନ ନେଇ ଅଙ୍କକଷା

ସୁୁନ୍ଦରଗଡ଼,୧୫।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧିରେ ଏହି ଜିଲା ଶୀର୍ଷରେ ରହୁଥିବାବେଳେ ଗାଁଗାଁରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପଟେ କରୋନା କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନରଙ୍କ ଘୋଷଣାକୁ କଡାକଡି ପାଳନ ପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡସଭ୍ୟ ଓ ଜିଲା ପରିଷଦ ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବେଶ ତପତ୍ରତା ପ୍ରକାଶ ପାଇଛି। ଅନ୍ୟପଟେ ଜିଲା ପରିଷଦ ଦଖଲ ପାଇଁ ବିଭିନ୍ନ ରାଜନୈତିକ ଦଳ କିଭଳି ଗୋଟି ଚାଳନା କରିବେ ଓ ସାମ୍ଭାବ୍ୟ ପ୍ରାର୍ଥୀ ଚୟନ ସକାଶେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। କେଉଁ ପ୍ରାର୍ଥୀଙ୍କୁ କେଉଁଠାରୁ ପ୍ରାର୍ଥୀ କରି ଦଳ ବିଜୟର ଧ୍ୱଜା ଉଡାଇ କ୍ଷମତା ଦାଖଲ କରିବ ସେ ନେଇ ଦଳର ଛାମୁଆ ନେତାମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ଟିକେଟ ହାସଲ ପାଇଁ ନିଜର ଲବିକୁ ଜୋରଦାର କରିଛନ୍ତି। ଗତ ୨୦୧୭ ନିର୍ବାଚନରେ ୩୫ଟି ଜିଲା ପରିଷଦ ଆସନ ମଧ୍ୟରୁ କୌଣସି ଦଳ ୧୮ମ୍ୟାଜିକ ସଂଖ୍ୟା ହାସଲ କରି ନ ଥିଲେ । ହେଲେ ବିଜେଡି କଂଗ୍ରେସ ଓ ସିପିଆଇକୁ ଧରି ଜିଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଥିଲା। ଏଥର କିନ୍ତୁ ଭାଜପା ଓ ବିଜେଡି କିଭଳି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଜିଲା ପରିଷଦ ଦଖଲ କରିବେ ସେ ନେଇ ଉଭୟ ଦଳ ପ୍ରାର୍ଥୀ ଚୟନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଉଭୟ ଦଳ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଭୋଟରଙ୍କ ନିକଟତର ହେଉଥିବା ବେଳେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରର ବିଫଳତା ଓ ଦରଦାମ ବୃଦ୍ଧିକୁ ଇସ୍ୟୁ କରି ଭୋଟରଙ୍କ ନିକଟରେ ପହଞ୍ଚିବ ବୋଲି ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ ପ୍ରକାଶ କରିଛନ୍ତି। ୩୫ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଚୟନ ଚୂଡାନ୍ତ କରିସାରିଥିବା ବେଳେ ବିଜେଡି ଓ ଭାଜପା ପ୍ରାର୍ଥୀତାଲିକା ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ହୋଇନାହିଁ। ଏଥର ଲୋକସଭା ଆସନ ସମେତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁନ୍ଦରଗଡ, ତଳସରା, ବୀରମିତ୍ରପୁର ଆସନରେ ଭାଜପା ବିଜୟୀ ହୋଇଛି। ରାଉରକେଲା, ରଘୁନାଥପାଲି ଆସନରେ ବିଜେଡି, ରାଜଗାଙ୍ଗପୁରରେ କଂଗ୍ରେସ ଓ ବଣାଇଁରେ ସିପିଆଇଏମ ବିଜୟୀ ହୋଇଛି। ଗତଥର ଅପେକ୍ଷା ଚଳିତ ଥର ଭାଜପା ପ୍ରତି ଜନସମର୍ଥନ ଆଶା ରଖି ଭାଜପା ଏଥର ଭଲ ପ୍ରଦର୍ଶନ କରି ଜିଲା ପରିଷଦ ଦଖଲ କରିବ ବୋଲି ଦଳ ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜେଡିରେ ଏଥର ପୂର୍ବତନ ବିଧାୟକ ଯୋଗେଶ ସିଂ, ଡା. ପ୍ରଫୁଲ୍ଲ କୁମାର ମାଝୀଙ୍କ ଭଳି ନେତା ଯୋଗ ଦେଇଥିବାରୁ ବିଜେଡି ପୂର୍ବାପେକ୍ଷା ଏହି ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଭଲପ୍ରଦର୍ଶନ କରି ପୂର୍ବପରି କ୍ଷମତା ଦଖଲ କରିବାକୁ ଆଶା ବାନ୍ଧିଛି। ସେହିପରି କଂଗ୍ରେସ ମଧ୍ୟ ନିଜର ସାଙ୍ଗଠନିକ ସ୍ଥିତି ଓ ପାରମ୍ପରିକ ଆଦିବାସୀ ଭୋଟକୁ ଆଖି ଆଗରେ ରଖି ନିର୍ବାଚନ ରଣାଙ୍ଗନରେ ବିଜୟର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri