ପରଦାକୁ ଆସିବ ବିଜେନ୍ଦ୍ର-ଲୀଲାଙ୍କ ଦାମ୍ପତ୍ୟ ପ୍ରେମ

ଜୟପୁର, ୩।୧: ୨୦୧୩ କେଦାରନାଥ ବର୍ଷା ବିତ୍ପାତରେ ନିଖୋଜ ହୋଇଯାଇଥିଲେ ସ୍ତ୍ରୀ। ଖୋଜାଖୋଜି ସତ୍ତ୍ୱେ ମିଳି ନ ଥିଲା ତାଙ୍କର କୌଣସି ସନ୍ଧାନ। ଏପରି କି ସରକାର ତାଙ୍କୁ ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ହେଲେ ଏହାକୁ ମାନି ନ ଥିଲା ସ୍ବାମୀ ବିଜେନ୍ଦ୍ର ସିଂ ରାଠୋରଙ୍କ ମନ। ଜୀବନଠୁ ବେଶି ଭଲ ପାଉଥିବା ସ୍ତ୍ରୀ ଲୀଲାଙ୍କୁ ଖୋଜିବାକୁ ସେ ଏକାକୀ ଆରମ୍ଭ କଲେ ଅଭିଯାନ। ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମ ପରିକ୍ରମା କରିବା ପରେ ହୋଇଥିଲା ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଠାବ ହୋଇଥିଲେ ଲୀଲା। ଏଥିଲାଗି ତାଙ୍କୁ ଲାଗିଥିଲା ଦୀର୍ଘ ୧୯ ମାସ। ବିଜେନ୍ଦ୍ର-ଲୀଲାଙ୍କ ଜୀବନର ଏହି ଅଙ୍ଗେନିଭା ଘଟଣାକୁ ବିତିଗଲାଣି ଦୀର୍ଘଦିନ। ସଫଳ ଦାମ୍ପତ୍ୟର ଉଦାହରଣ ପାଲଟିଥିବା ଏହି ଦମ୍ପତିଙ୍କ ଜୀବନୀକୁ ନେଇ ଖୁବ୍‌ଶୀଘ୍ର ଏକ ସିନେମା ନିର୍ମାଣ କରିବାକୁ ଯୋଜନା କରାଯାଉଛି, ଯାହାର ନିର୍ଦ୍ଦେଶନା ଦେବେ ସ୍ବନାମଧନ୍ୟ ବଲିଉଡ୍‌ ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁର।

ଉତ୍ତରାଖଣ୍ଡର କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବିପର୍ଯ୍ୟୟ ଉଜାଡ଼ି ଦେଇଥିଲା ଅନେକଙ୍କ ପରିବାର। ବାଦଲଫଟା ବର୍ଷା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଆଖି ଆଗରେ ଭାସିଯାଇଥିଲେ ଅନେକଙ୍କ ଆତ୍ମୀୟ। ଏଭଳି ଦୁଃଖଦ ଘଟଣାର ଭୁକ୍ତଭୋଗୀ ସାଜିଥିଲେ ରାଜସ୍ଥାନ ଆଜମେରର ବିଜେନ୍ଦ୍ର ସିଂ ରାଠୋର। ଚାରିଧାମ ଯାତ୍ରାରେ ବାହାରିଥିବା ବିଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଲୀଲାଙ୍କ ପାଇଁ କେଦାରନାଥ ପରିକ୍ରମା ଆଣିଦେଇଥିଲା ଲୋମଟାଙ୍କୁରା ଅନୁଭୂତି।
ଟ୍ରାଭେଲ ଏଜେନ୍ସିରେ କାର୍ଯ୍ୟରତ ବିଜେନ୍ଦ୍ର ପତ୍ନୀଙ୍କ ଅନୁରୋଧକ୍ରମେ ବାହାରିଥିଲେ ଚାରିଧାମ ଯାତ୍ରାରେ। କେଦାରନାଥରେ ପହଞ୍ଚତ୍ ସେଠାକାର ଏକ ଲଜ୍‌ରେ ରହିଥିଲେ ଉଭୟେ। ଲୀଲାଙ୍କୁ ଲଜ୍‌ରେ ଛାଡ଼ି ବିଜେନ୍ଦ୍ର କୌଣସି କାମରେ ବାହାରକୁ ଯାଇଥିବାବେଳେ ଆରମ୍ଭ ହୋଇଥିଲା ମୂଷଳଧାରାରେ ବର୍ଷା। ଚାହୁଁ ଚାହୁଁ ମାଡ଼ି ଆସିଥିଲା ସୁଅ। ଭାସିଯାଇଥିଲା ଘରଦ୍ୱାର, ତା’ ସହିତ ହଜାର ହଜାର ଲୋକ। ପାଣି କମିବା ପରେ ବିଜେନ୍ଦ୍ର ବଡ଼ କଷ୍ଟରେ ଲଜ୍‌ ପାଖରେ ପହଞ୍ଚତ୍ଥିଲେ। ହେଲେ ସେ ଯାହା ଦେଖିଲେ, ତାହା ଥିଲା କଳ୍ପନା ବାହାରେ। କାରଣ ସେଠାରେ ଲଜ୍‌ର କୌଣସି ଚିହ୍ନବର୍ଣ୍ଣ ନ ଥିଲା। ସବୁକିଛି ଭାସିଯାଇଥିଲା ପ୍ରଖର ସ୍ରୋତରେ। ଅନ୍ୟମାନଙ୍କ ସହ ଲୀଲା ବି ବନ୍ୟାରେ ଭାସିଯାଇଥିବା ଆଶଙ୍କା କରାଯାଇଥିଲା। ଏପରି କି ସରକାର ତାଙ୍କୁ ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ହେଲେ ବିଜେନ୍ଦ୍ରଙ୍କ ମନରେ ଥିବା ବିଶ୍ୱାସ ଦୋହଲି ନ ଥିଲା। ଲୀଲାଙ୍କୁ ଖୋଜିବା ପାଇଁ ସେ ଆରମ୍ଭ କଲେ ଅଭିଯାନ। ସ୍ତ୍ରୀଙ୍କ ଫଟୋ ଧରି କେଦାରନାଥ ଆଖପାଖ ଅଞ୍ଚଳର ପ୍ରତି ଗଁା ବୁଲିଲେ। ଦୀର୍ଘ ୧୯ ମାସ ପରେ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଉତ୍ତରାଖଣ୍ଡର ଗଙ୍ଗୋଲି ଗ୍ରାମରୁ ମିଳିଲେ ଲୀଲା। ବିଜେନ୍ଦ୍ର-ଲୀଲାଙ୍କ ଅନାବିଳ ଦାମ୍ପତ୍ୟ ଜୀବନ ସେ ସମୟରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଏହି ସତ୍ୟ କାହାଣୀକୁ ନେଇ ଖ୍ୟାତନାମା ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁର ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏଭଳି ଏକ ନିଆରା ଫିଲ୍ମ ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ସିଦ୍ଧାର୍ଥ କହିଛନ୍ତି।

ଅଭୁଲା ୨୦୧୫ ଜାନୁୟାରୀ ୨୭
କେଦାରନାଥ ବିପତ୍ତି ଛାଡ଼ି ଯାଇଥିଲା ବିପର୍ଯ୍ୟୟର କରୁଣ ଚିତ୍ର। ବନ୍ୟା ଉଜାଡ଼ି ଦେଇଥିଲା ହଜାର ହଜାର ପରିବାର। ଧ୍ୱସ୍ତ ସ୍ତୂପ ତଳେ ଶବଙ୍କ ବିଭୀଷିକା ଦର୍ଶାଉଥିଲା ପ୍ରକୃତିର ତାଣ୍ଡବ। କିଏ ହରାଇଥିଲା ପୁଅ କୁ ତ ଆଉ କିଏ ବାପାଙ୍କୁ। କାହା ଆଖି ସାମ୍ନାରେ ଭାସିଯାଇଥିଲେ ସମ୍ପୂର୍ଣ୍ଣ ପରିବାର ତ ଆଉ କିଏ ସର୍ବସ୍ବ ହରାଇ ନିନ୍ଦୁଥିଲା ଭାଗ୍ୟକୁ। ଏଭଳି ସ୍ଥିତିରେ ଦୀର୍ଘ ୧୯ ମାସ ଧରି ମନରେ ଅନେକ ସଂଶୟ ନେଇ ସ୍ତ୍ରୀ ଲୀଲାଙ୍କୁ ଖୋଜିବା ବିଜେନ୍ଦ୍ରଙ୍କ ପାଇଁ ଥିଲା ସବୁଠାରୁ କଷ୍ଟକର ସମୟ। ପ୍ରାୟ ୧୦୦୦ ଗ୍ରାମ ପରିକ୍ରମା କରିବା ପରେ ବିଜେନ୍ଦ୍ରଙ୍କ ଜୀବନରେ ଆସିଥିଲା ସେହି ପ୍ରତୀକ୍ଷିତ ମୁହୂର୍ତ୍ତ। ସେଦିନ ଥିଲା ୨୭ ଜାନୁୟାରୀ ୨୦୧୫। ଉତ୍ତରାଖଣ୍ଡର ଗଙ୍ଗୋଲି ଗ୍ରାମରେ ବୁଲୁଥିବା ବେଳେ ସ୍ଥାନୀୟ ଜଣେ ବାସିନ୍ଦା ଲୀଲାଙ୍କ ଫଟୋକୁ ଚିହ୍ନି ପାରିଥିଲେ। ସେ କହିଥିଲେ, ଫଟୋରେ ଥିବା ମହିଳା ଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି ଏବଂ ଗଁାରେ ଇତସ୍ତତଃ ହୋଇ ବୁଲୁଛନ୍ତି। ଏହା ଶୁଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଦୌଡ଼ିଥିଲେ ବିଜେନ୍ଦ୍ର। ସେତେବେଳେ ଗ୍ରାମର ଏକ ମଣ୍ଡପ ନିକଟରେ ଅସହାୟ ଅବସ୍ଥାରେ ବସିଥିଲେ ଲୀଲା। ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ପ୍ରଥମେ ସ୍ବାମୀଙ୍କୁ ଚିହ୍ନି ପାରି ନ ଥିଲେ। ହେଲେ ସ୍ତ୍ରୀ-ସ୍ବାମୀଙ୍କ ଭେଟର ଦୃଶ୍ୟ ଏବଂ ଏହି କରୁଣ କାହାଣୀ ସେଦିନ ଚକିତ କରିଦେଇଥିଲା ଗଙ୍ଗୋଲି ଗ୍ରାମବାସୀଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri