ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍‌ ଯୁବକ

ଲଣ୍ଡନ, ୨୮ା୧୨: ଜାଲିଆନ୍‌ଓ୍ବାଲା ବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍‌ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଖ୍ରୀଷ୍ଟମାସ ପାଳନ ପାଇଁ ମହାରାଣୀ ଓ୍ବିଣ୍ଡସର୍‌ କାସ୍‌ଲେରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଯଶଓ୍ବନ୍ତ ସିଂ ଚେଲ୍‌ ସେଠାରେ ଧନୁ ତୀର ଭଳି ଅସ୍ତ୍ର ଧରି ପହଞ୍ଚି ଯାଇଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଯଶଓ୍ବନ୍ତଙ୍କ ବୟସ ୧୯ ବର୍ଷ। ବ୍ରିଟିଶ ଶାସନବେଳେ ୧୯୧୯ରେ ପଞ୍ଜାବର ଅମୃତସରଠାରେ ହୋଇଥିବା ଗଣହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯଶଓ୍ବନ୍ତ ଏପରି କରିଥିଲେ ବୋଲି ଏକ ଭିଡିଓରେ କହିଛନ୍ତି। ଓ୍ବିଣ୍ଡସର କାସ୍‌ଲେକୁ ଯିବା ପୂର୍ବରୁ ସେ ଏହି ଭିଡିଓକୁ ସ୍ନାପ୍‌ଚାଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହା ଜଣାପଡ଼ିବା ପରେ ସ୍କଟ୍‌ଲାଣ୍ଡ ୟାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି। ମେଟ୍ରୋପଲିଟାନ୍‌ ପୋଲିସ ଯଶଓ୍ବନ୍ତଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ସହ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।
ଭିଡିଓରେ ଯଶଓ୍ବନ୍ତ କହିଛନ୍ତି, ‘ଯାହା ମୁଁ କରିଛି ଏବଂ କରିବାକୁ ଯାଉଛି ସେଥିପାଇଁ ମୋତେ କ୍ଷମା କର। ମୁଁ ରାଜ ପରିବାରର ମହାରାଣୀ ଏଲିଜାବେଥ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିବି। ଏହା ୧୯୧୯ ଜାଲିଆନ୍‌ଓ୍ବାଲା ବାଗ୍‌ ହତ୍ୟାକାଣ୍ଡର ପ୍ରତିଶୋଧ ହେବ। ଏଥିସହ ଜାତି, ବର୍ଣ୍ଣ ଯୋଗୁ ଭେଦଭାବର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହା ନ୍ୟାୟ ହେବ। ମୁଁ ଜଣେ ଭାରତୀୟ ଶିଖ୍‌। ମୋ ନଁା ଯଶଓ୍ବନ୍ତ ସିଂ ଚେଲ୍‌ ଥିଲା। ଏବେ ମୁଁ ଡାର୍ଟ ଜୋନ୍ସ’। ଏଥିରେ ସେ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ସହ ସ୍ବର ଚିହ୍ନଟ ନ ହେବା ପାଇଁ ଫିଲ୍ଟର ବ୍ୟବହାର କରିଛନ୍ତି। ଭିଡିଓଟି ଦ ସନ୍‌ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରାଯାଇଛି। ଏଥିରେ ଯଶଓ୍ବନ୍ତ ‘ଷ୍ଟାର ଓ୍ବାର’ ଫିଲ୍ମ ଭଳି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଜାଲିଆନ୍‌ୱାଲା ବାଗ୍‌ଠାରେ ସ୍ବାଧୀନତା ସଂଗ୍ରାମ ଜାରି ରଖି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ବ୍ରିଟିଶ ସେନା ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା, ୧୨୦୦ରୁ ଅଧିକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri