Odisha Elections 2024
Posted inଜାତୀୟ

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର ନିକଟରେ ଅଜଣା ଆକ୍ରମଣକାରୀ ହତ୍ୟା କରିଛନ୍ତି। ୧୨ ଘଣ୍ଟା ପୂର୍ବରୁ ଜିଲାରେ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ)ର ନେତା ରାଜ୍ୟ ସଚିବ ଶାନ କେ.ଏସ.ଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଥିବା ଜିଲାପାଳ ଏ.ସିକନ୍ଦର ସୂଚନା ଦେଇଛନ୍ତି।

ପୋଲିସର ସୂଚନାନୁସାରେ,ଭାଜପା ନେତାଙ୍କ ହତ୍ୟା ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ କିଛି ଏହି ମାମଲାରେ ସିଧାସଳଖ ଜଡିତ ହେବାର ଆଶଙ୍କା ରହିଛି। ଏହି ଦୁଇଟି ଘଟଣାକୁ ନେଇ ରାଜ୍ୟ

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଉଦବେଗ ପ୍ରକାଶ କରିବା ସହିତ ଏହାର କଡ଼ା ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏଭଳି ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ଅମାନବୀୟ କାର୍ଯ୍ୟ ରାଜ୍ୟ ପାଇଁ ଖରାପ ବୋଲି ସେ କହିଛନ୍ତି। ହତ୍ୟାକାରୀ ଗୋଷ୍ଠୀ ଏବଂ ସେମାନଙ୍କର ଘୃଣ୍ୟ ମନୋଭାବକୁ ସେ ସମାଲୋଚନା କରିଛନ୍ତି।

ମୃତ ଶ୍ରୀନିବାସନଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଛି। ପୋଲିସ କହିଛି ଯେ ସେ ସକାଳେ ମର୍ନିଂଓ୍ବାର୍କରେ ବୁଲିବାକୁ ବାହାରିଥିବାବେଳେ ଆଠ ଜଣିଆ ଆକ୍ରମଣକାରୀ ଦଳ ତାଙ୍କୁ ଆକ୍ରମଣ କରି ଛୁରୀରେ ହତ୍ୟା କରିଥିଲେ। ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଏସଡିପିଓ ନେତା ନିଜ ସ୍କୁଟରରେ ମାନ୍ନାଚେରୀକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପୋଲିସ କହିଛି ଯେ କାରରେ ଆସିଥିବା ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲେ ଏବଂ ସେ ତଳେ ପଡ଼ିଯିବା ମାତ୍ରେ ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ପରେ ଏର୍ନାକୁଲମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ

ରାଜକୋଟ,୨୮।୫: ରାଜକୋଟର ଟିଆର୍‌ପି ଗେମ୍‌ ଜୋନ୍‌ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍‌ ଜୋନ୍‌ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ...

ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା...

ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ...

ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର...

ଥରୁର ଜଣେ ‘ଇଂରେଜ’, ସେ କେବଳ ନିର୍ବାଚନ ସମୟରେ ଭାରତ ଆସନ୍ତି: ରବି କିଶନ

ଲକ୍ଷ୍ନୌ,୨୮।୫: ଉତ୍ତରପ୍ରଦେଶର ଗୋରଖପୁରରେ ଭାଜପା ପ୍ରାର୍ଥୀ ରବି କିଶନ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ଥରୁର ଭାଜପା ୩୦୦...

ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ

ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ...

ମୋଦି କହିଲେ ମନର କଥା: ୟୁପି ନୁହେଁ ଏହି ରାଜ୍ୟରେ ଭାଜପାକୁ ମିଳିବ ସବୁଠାରୁ ଅଧିକ ଆସନ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ସହିତ ଭୋଟ ପ୍ରକ୍ରିୟା ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri