Posted inଜାତୀୟ

ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ: ଓୱାଇଇସି କହିଲେ ୧୮ ବର୍ଷରେ ଯଦି ଏମ୍‌ପି, ବିଧାୟକ ବାଛିପାରିବେ ଜୀବନ ସାଥି କାହିଁକି ନୁହେଁ

ନୂଆଦିଲ୍ଲୀ,୧୮ ।୧୨: ଝିଅଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିସାରିଛି । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମ୍‌ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇଇସି । ସେ କହିଛନ୍ତି ଯଦି ୧୮ ବର୍ଷ ବୟସରେ ଜଣେ ପୁଅ ବା ଝିଅ ସାବାଳକ ହୋଇ ଯାଉଛନ୍ତି ଓ ସେମାନଙ୍କୁ ଏମ୍‌ପି , ବିଧାୟକ ବାଛିବାକୁ ସ୍ୱାଧିନତା ମିଳିଯାଉଛି ତେବେ ସେମାନେ ନିଜର ଜୀବନ ସାଥି କାର୍ହିକି ବାଛି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ୧୮ ବର୍ଷରେ ଜଣେ ବାଳକ ବା ବାଳିକା କଣ୍ଟ୍ରାକ୍ଟ ସାଇନ୍ କରିପାରିବେ, ବ୍ୟବସାୟ ଆରମ୍ଭ କରିପାରିବେ, ପ୍ରଧାନମନ୍ତ୍ରୀ ବାଛି ପାରିବେ, ଏମ୍‌ପି ବିଧାୟକ ବାଛି ପାରିବେ ହେଲେ ଜୀବନ ସାଥି ନୁହେଁ । ଏମାନେ ଲିଭ ଇନ୍ ରିଲେସନଶିପରେ ରହିପାରିବେ ହେଲେ ନିଜର ଜୀବନ ସାଥି ବାଛି ପାରିବେ ନାହିଁ । ଏହା ବଡ ହାସ୍ୟାସ୍ପଦ କଥା ।
ତେବେ ବାଲ୍ୟ ବିବାହ ରୋକିବାକୁ ଏମିତି କରାଯାଇଥିବା କୁହଯାଉଥିବା ବେଳେ ଓୱାଇଇସି କହିଛନ୍ତି ଦେଶରେ ପ୍ରତି ୪ ଜଣରେ ଜଣେ କନ୍ୟା ବାଲ୍ୟ ବିବାହ କରୁଛନ୍ତି । ହେଲେ କେବଳ ୭୮୫ ଆପରାଧିକ ମାମାଲା ଦାୟର କରାଯାଉଛି । ତେଣୁ ଆଇନ ମାଧ୍ୟମରେ ବାଲ୍ୟ ବିବାହକୁ ରୋକାଯାଇ ପାରିବ ନାହିଁ, କେବଳ ଶିକ୍ଷା ଓ ଆର୍ଥିକ ପ୍ରଗତି ପାଇଁ ଆଜି ଦେଶରେ ବାଲ୍ୟ ବିବାହ ସଂଖ୍ୟା କମ୍ ହୋଇଥିବା ସେ କହିଛନ୍ତି । ଓୱାଇସିଙ୍କ ମତରେ ୧.୨ କୋଟି ଶିଶୁଙ୍କର ୧୦ ବର୍ଷ ବୟସ ପୂର୍ବରୁ ବିବାହ କରି ଦିଆଯାଇଛି । ଏଥିରେ ୮୪ ପ୍ରତିଶତ ହିନ୍ଦୁ ପରିବାର ଥିବା ବେଳେ ୧୧ ପ୍ରତିଶତ ମୁସଲମାନ ପରିବାର ରହିଛନ୍ତି । ତେଣୁ ବାଲ୍ୟ ବିବାହ ରୋକିବା ପାଇଁ ଆଇନ ନୁହେଁ ଶିକ୍ଷା ଓ ମାନବ ବିକାଶ ଜରୁରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri