Posted inଖେଳ

ମିଡ୍‌ଲ ଅର୍ଡର ଚିନ୍ତାରେ କୋହଲି

ମୁମ୍ବାଇ,୩।୧୨: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ପାଗ ଓ ଦଳର ମଧ୍ୟକ୍ରମକୁ ନେଇ ଅଧିନାୟକ ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ ଚିନ୍ତିତ ହେବା ସ୍ବାଭାବିକ।

ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉଟ ଫିଲ୍ଡ ଓଦା ହେବା ସହିତ ପିଚ୍‌ରେ ଆର୍ଦ୍ରତା ରହିବ। ତେଣୁ ବଲ୍‌ ଏକ୍ସଟ୍ରା ବାଉନ୍ସ କରିବ। ଏହା ଠାରୁ ମଧ୍ୟକ୍ରମ ସମସ୍ୟା ଢ଼େର ବଡ଼ ଜଣାପଡ଼ୁଛି। କାରଣ କାନପୁର ଟେଷ୍ଟରେ ପଦାର୍ପଣ କରିଥିବା ଶ୍ରେୟସ ଆୟାର ପ୍ରଥମ ଇନିଂସରେ ୧୦୫ ଓ ଦ୍ୱିତୀୟ ଇନିଂସରେ ୬୫ ରନ କରିଥିଲେ। ତାଙ୍କୁ ଦଳରେ ନେବାକୁ ହେଲେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରୁ ଜଣଙ୍କୁ ବସାଇବାକୁ ପଡ଼ିବ। ଗୋଟିଏ ପଟେ ପ୍ରତିଭାଶାଳୀ ଯୁବ ବ୍ୟାଟର ଥିବା ବେଳେ ଅନ୍ୟପକ୍ଷରେ ରହିଛନ୍ତି ଦୁଇ ଖେଳାଳି ଅଭିଜ୍ଞ। ଏଭଳି ପରିସ୍ଥିତିରେ ପଦାର୍ପଣ ମ୍ୟାଚ୍‌ରେ ରେକର୍ଡ କରିଥିତ୍ବା ଶ୍ରେୟସଙ୍କ ସ୍ଥାନ ମଧ୍ୟ ଦଳରେ ନିଶ୍ଚିତ ନୁହେଁ। ପୂର୍ବରୁ ମଧ୍ୟ ଏପରି ହୋଇଛି। ୨୦୧୬ ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟରେ କରୁନ ନାୟାର ୩୦୩ ରନର ଅପରାଜିତ ତ୍ରିଶତକୀୟ ପାଳି ଖେଳିଥିଲେ। ଏହାସତ୍ତ୍ୱେ ତାଙ୍କୁ ପରବର୍ତ୍ତୀ ସିରିଜରୁ ବାଦ୍‌ ଦିଆଯାଇଥିଲା।

୨୦୧୨ ରେ ଅଜିଙ୍କ୍ୟ ରାହାନେ କ୍ରମାଗତ ଦ୍ୱାଦଶଥର ପାଇଁ ବ୍ୟାଟିଂରେ ଫେଲ ମାରିଛନ୍ତି। ତେବେ ସେ ଗତ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିତ୍ବାରୁ ତାଙ୍କୁ ଦୁର୍ବଳ ଫର୍ମ କାରଣରୁ ଦଳରୁ ବାଦ୍‌ ଦେବା ଉଚିତ ମନେ ହେଉନାହିଁ। ପୁଣି ଘରୋଇ ପିଚ୍‌ରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ମଧ୍ୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି। କ୍ରମାଗତ ଭାବେ କେତୋଟି ସିରିଜରେ ସେ ବିଫଳ ହୋଇ ଆସୁଛନ୍ତି। ଗତ ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଆଶାନୁରୂପ ଖେଳିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri