Posted inଜାତୀୟ

ବଡ଼ ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବେଳେ ଛୋଟ ପିଲା ଯାଉଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବା ମଧ୍ୟରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ପୁଣି ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ଆମକୁ କହିଛନ୍ତି ଯେ ସ୍କୁଲ ବନ୍ଦ ଅଛି କିନ୍ତୁ ଛୋଟ ପିଲାମାନେ ସ୍କୁଲ ଯାଉଛନ୍ତି। ଘରେ ରହି ବଡ ଲୋକ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଏହା କ’ଣ ଚାଲିଛି? କୋର୍ଟ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମକୁ ଦିଲ୍ଲୀ ସରକାରଙ୍କ ତଦାରଖ ପାଇଁ କାହାକୁ ନିଯୁକ୍ତ କରିବାକୁ ପଡିବ ?

ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ ଆଶ୍ୱାସନା ଏବଂ ଲୋକପ୍ରିୟତାର ସ୍ଲୋଗାନ ବ୍ୟତୀତ ସରକାର କୌଣସି କାର୍ଯ୍ୟ କରୁ ନାହାନ୍ତି। ଯଦି ଆଦେଶ ଆବଶ୍ୟକ ଶୀର୍ଷକୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି.ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣ ପ୍ରସଙ୍ଗରେ ଆପଣଙ୍କ ସରକାର ଚଳାଇବା ପାଇଁ ଆମେ କାହାକୁ ନିଯୁକ୍ତ କରିବୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି ଯେ ଆପଣ କହିଥିଲେ ଯେ ଦିଲ୍ଲୀରେ ୧୦୦୦ ସିଏନଜି ବସ ଚଳାଚଳ କରିବ। ଏହି ଯୋଜନା କ’ଣ ହେଲା? ପ୍ରଧାନ ବିଚାରପତି କହିଛନ୍ତି କିଛି କାମ ହେଉ ନ ଥିବା ଆମକୁ ମନେ ହେଉଛି। କାରଣ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। କେବଳ ସମୟ ହିଁ ନଷ୍ଟ ହେଉଛି। ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ନଡ଼ା ମୂଳ ପୋଡା ଯାଉନାହିଁ କିନ୍ତୁ ପ୍ରଦୂଷଣର ସ୍ତର କାହିଁକି ବଢୁଛି? ପ୍ରଧାନ ବିଚାରପତି ସରକାରଙ୍କୁ କହିିଛନ୍ତି, ସାଧାରଣ ଲୋକଙ୍କ ତରଫରୁ ମୁଁ ପ୍ରଶ୍ନ ପଚାରୁଛି ଯେ ଏହି ମାମଲା ଆରମ୍ଭ ହେବା ଦିନଠାରୁ ସରକାରଙ୍କ ପକ୍ଷରୁ କେଉଁ କେଉଁ ନିଆଯାଇଥିବା ପଦକ୍ଷେପ ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦ୍ୱାରା କିଭଳି ସୁଫଳ ମଳିଛି। ପ୍ରଦୂଷଣ କାହିଁକି ହ୍ରାସ ହେଉନାହିଁ?

ପ୍ରଦୂଷଣ ଉପରେ ଚାଲିଥିବା ଶୁଣାଣି ସମୟରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଛି ଯେ ବ୍ୟାନର ଧରି ରାସ୍ତାରେ ଠିଆ ହୋଇଥିବା ପିଲାମାନେ କିପରି ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି ସେ ବିଷୟରେ ଦିଲ୍ଲୀ ସରକାରଙ୍କୁ ସୂଚନା ଦିଆଯାଇଛି କି? ଦିଲ୍ଲୀ ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିବା ଆଇନଜୀବୀ ଏହାର ଉତ୍ତରରେ କହିଥିଲେ ଯେ ସେମାନେ ସିଭିଲ୍‌ ଡିଫେନ୍ସ୍‌ ସଦସ୍ୟ। ସେମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଟାସ୍କଫୋର୍ସ ଭିନ୍ନ ଭିନ୍ନ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri