ଟୁଇଟର୍‌ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ,୧।୧୨: ନୂଆଦିଲ୍ଲୀ,୧।୧୨: ଟୁଇଟର୍‌ ଦାୟିତ୍ୱ ନେବା ମାତ୍ରେ ପରାଗ ଅଗ୍ରୱାଲ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଟୁଇଟ୍‌ ସିଇଓ ପରାଗ ଟୁଇଟର ସମ୍ବନ୍ଧରେ ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ନୂତନ ନିୟମ ଅନୁଯାୟୀ, କୌଣସି ୟୁଜର୍ସ ସମ୍ମତି ବିନା ଅନ୍ୟର ଫଟୋ କିମ୍ବା ଭିଡିଓ ଶେୟାର କରିବାକୁ ସମର୍ଥ ହେବେ ନାହିଁ । ଉତ୍ପୀଡନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି। ଉତ୍ପୀଡନ ବିରୋଧୀ ନୀତିକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟୁଇଟର କହିଛି।
ଟୁଇଟରର ନୂତନ ନିୟମ ଅନୁଯାୟୀ, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ ଜଣେ କିଏ ଅନ୍ୟଜଣଙ୍କ ବିନା ଅନୁମତିରେ ଫଟୋ କିମ୍ବା ଭିଡିଓ କେହି ପୋଷ୍ଟ କରିଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ହଟାଇବାକୁ କହିପାରିବେ। ଟୁଇଟର୍‌ ସ୍ପଷ୍ଟ କରିଛି ଯେ ପବ୍ଲିକ୍‌ ଫିଗରଙ୍କୁ ଏହି ସୁବିଧା ମିଳିବ ନାହିଁ। ବ୍ୟକ୍ତିଗତ ସୂଚନା ପ୍ରକାଶ କରିବାକୁ ଧମକ ଦେବା କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଉତ୍ସାହିତ କରିବା ମଧ୍ୟ ଟୁଇଟରର ନୂତନ ଗୋପନୀୟତା ନୀତିରେ ଅନ୍ତର୍ଭୂକ୍ତ କରାଯାଇଛି।
ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସେୟାର କରିବା ଜଣେ ବ୍ୟକ୍ତିର ଗୋପନୀୟତାକୁ ଖଣ୍ଡନ କରିପାରେ। ଏହିପରି କାର୍ଯ୍ୟ ହେତୁ (ଯାହାର ଫଟୋ ଶେୟାର କରାଯାଇଛି) ସେ ମାନସିକ କିମ୍ବା ଶାରୀରିକ କ୍ଷତି ମଧ୍ୟ ପାଇପାରନ୍ତି।ଏଭଳି ପରିସ୍ଥିତିରେ କମ୍ପାନୀ କହିଛି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧୀ ଏପରି ସୂଚନା ଦିଅନ୍ତି, ତେବେ ଟୁଇଟର୍‌ ଏପରି ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ହଟାଇପାରିବ।

ଟୁଇଟର୍‌ ସହ-ପ୍ରତିଷ୍ଠାତା ଜ୍ୟାକ ଡୋରସି ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଭାରତୀୟ ମୂଳ ପରାଗ ଅଗ୍ରୱାଲଙ୍କୁ ନୂତନ ସିଇଓ କରାଯାଇଛି। ପରାଗ ୨୦୧୧ ମସିହାରୁ ଟୁଇଟରରେ କାମ କରୁଛନ୍ତି ଏବଂ ୨୦୧୭ ରୁ କମ୍ପାନୀର ସିଟିଓ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri