ବ୍ୟାସନଗର ଦୁରବସ୍ଥା ଦୂର ହୋଇପାରୁନି

ଯାଜପୁର ଅଫିସ,୨୯ା୧୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ। ସହରର ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିଣତ ହୋଇସାରିଛି। ବିଶେଷକରି ୨୫ ନମ୍ବର ୱାର୍ଡ ଗୋଶାଳାଛକଠାରୁ ଶିଶୁମନ୍ଦିର ପଛପାର୍ଶ୍ୱ ଛକ ସମେତ ଟିନା ହେଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, କୋପଣ୍ଡ ହରିଜନ ସାହିଠାରୁ କୋପଣ୍ଡ ଛକ, ବ୍ୟାସଦେବ ରାଘବ ଜୀଉ ମନ୍ଦିର, କୁଷ୍ଠାଶ୍ରମ ଏବଂ ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ଅଞ୍ଚଳକୁ ଜାଣିଶୁଣି ଅବହେଳା କରାଯାଇଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏହି ୨୫ ନମ୍ବର ୱାର୍ଡ ଅଞ୍ଚଳରେ ୨୦୧୬-୧୭ରୁ ୨୦୧୮-୧୯ ପର୍ଯ୍ୟନ୍ତ ମାତ୍ର ୭ ପ୍ରକଳ୍ପରେ ୨୯ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କେବଳ କଂକ୍ରିଟ ରାସ୍ତା ଓ ଡ୍ରେନ କାମ ହୋଇଛି। ଏହି କଂକ୍ରିଟ ରାସ୍ତାଗୁଡିକର ବିପର୍ଯ୍ୟସ୍ତ ଅବସ୍ଥା ଏତେ ଶୋଚନୀୟ ଯେ ନ ଦେଖିଲା ଲୋକ ବିଶ୍ୱାସ କରିପାରିବେ ନାହିଁ। ଅନ୍ୟପକ୍ଷେ ଏହି ୱାର୍ଡର ଶିଶୁମନ୍ଦିର ନିକଟରୁ ଶ୍ମଶାନ ଯାଏ ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଅବହେଳା କରି ୨୫ ନମ୍ବର ୱାର୍ଡବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ସହରର ପ୍ରମୁଖ ରାସ୍ତାଗୁଡିକର ମରାମତି, ଛକଗୁଡ଼ିକର ସୌନ୍ଦର୍ଯ୍ୟକରଣ, ପାର୍କ ଓ ବୋଟିଂ କ୍ଲବ ନିର୍ମାଣ କରାଯିବ ବୋଲି ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳୁଛି। ନିକଟରେ ୬.୬୨ କୋଟି ଟଙ୍କା ଖର୍ଚ୍ଚ କରି ସହରର ବିଭିନ୍ନ ବିକାଶ କାର୍ଯ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ବିଧାୟକ ଅଶୋକ ବଳ ସୂଚନା ଦେଇଛନ୍ତି। ହେଲେ ଏହିସବୁ କେବଳ ପ୍ରତିଶ୍ରୁତି ହୋଇଥିବାବେଳେ ବ୍ୟାସନଗରକୁ ଆସୁଥିବା ଲୋକମାନେ ସହରର ଦୁରବସ୍ଥାକୁ ଦେଖି ନକାରାମତ୍କ ମତ ଦେଉଛନ୍ତି। ସ୍ଥାନୀୟ ନେତୃବୃନ୍ଦଙ୍କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଦୁରବସ୍ଥାର ଉଦାହରଣ ଭାବେ ୨୫ ନମ୍ବର ୱାର୍ଡକୁ ନିଆଯାଇପାରେ। ୨୦୧୭-୧୮ ବର୍ଷରେ ପ୍ଲଟ ଛକଠାରୁ ଗାନ୍ଧୀନଗର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ଏଥିରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୪ ବର୍ଷରେ ଏହି ରାସ୍ତାର ଅଧିକାଂଶ ଭାଗ ମାଟିରେ ମିଶି ସାରିଛି। ସେହିପରି ପ୍ଲଟ ଛକଠାରୁ ଡ. ପି.କେ. ସାହୁ ରାସ୍ତା ପାଇଁ ୩,୮୬,୭୦୨ ଟଙ୍କା, ୨୦୧୬-୧୭ ବର୍ଷରେ ଥନାପତି ମନ୍ଦିରଠାରୁ ତେଲେଙ୍ଗା ସାହି ଡ୍ରେନ କାର୍ଯ୍ୟ ପାଇଁ ୧,୯୭,୫୯୯ ଟଙ୍କା, ବଙ୍ଗାଳିସାହିଠାରୁ ମହମ୍ମଦ ଇସ୍ରାଏଲ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ପାଇଁ ୩ ଲକ୍ଷ ଟଙ୍କା, ଦେବେଶ୍ୱର ମନ୍ଦିର ଠାରୁ କଲଭର୍ଟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଲାଗି ୨ ଲକ୍ଷ ଟଙ୍କା, ବରହମପୁର ସାହିଠାରୁ ପ୍ଲଟ ଭାୟା ହଟିଂ ଯାଏ କଂକ୍ରିଟ ରାସ୍ତା ନିମନ୍ତେ ୫ ଲକ୍ଷ ଟଙ୍କା ଏବଂ ୨୦୧୮-୧୯ରେ କୋପଣ୍ଡ ସ୍କୁଲଠାରୁ କୋପଣ୍ଡ ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ଚଳିତବର୍ଷ ଶ୍ମଶାନକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ଏଯାଏ ତିଆରି ହୋଇଥିବା ଫଳକରେ କିଛି ସୂଚନା ଦିଆଯାଇନାହିଁ। ଅଟକଳ ଅନୁଯାୟୀ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନଥିବାରୁ ପୂର୍ବ ରାସ୍ତାଗୁଡିକ ଭଳି ଏହା ମଧ୍ୟ ସେଥିରେ ସାମିଲ ହେବ। ସମ୍ପୃକ୍ତ ଯନ୍ତ୍ରୀଙ୍କ ଅବହେଳା ମନୋଭାବ ଯୋଗୁ ଏହି ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଏବଂ ବିଧାୟକ ବଳଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪ ଗିରଫ

ଧର୍ମଶାଳା,୧୫।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଗତକାଲି...

ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ, ଆଗାମୀ ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୪।୧୨( ସୁନିଲ କୁମାର ମହାନ୍ତି): ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri