ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…

ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ତାଇଓ୍ବାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଚାଇନା ଲଗାତାର ନିଜର ସାମରିକ ଶକ୍ତିର ଆଧୁନିକୀକରଣ ଜାରି ରଖିଛି। ଏହା ତାଇଓ୍ବାନ ପ୍ରତି ବିପଦ ସୃଷ୍ଟି କରୁଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆବଶ୍ୟକ ପଡ଼ିଲେ ଚାଇନାର ପ୍ରମୁଖ ବିମାନ ବନ୍ଦର ଏବଂ ସାମୁଦ୍ରିକ ବନ୍ଦରକୁ ଅବରୋଧ କରିବାର କ୍ଷମତା ରହିଛି। ଏଥି ସହିତ, ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୨୦୨୭ ସୁଦ୍ଧା ତାଇୱାନର ନେତୃତ୍ୱକୁ ବୁଝାମଣା ପାଇଁ ଚାଇନା ବାଧ୍ୟ କରିବାର ଆଶଙ୍କା ରହିଛି।

୨୦୧୬ରେ କ୍ଷମତା ଗ୍ରହଣ କରିବା ପରଠାରୁ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ ତାଇୱାନର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଛନ୍ତି। ଚାଇନା ସହିତ ସମ୍ପର୍କ ଖରାପ ଥିବାରୁ ତାଇୱାନ ଆମେରିକାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୭୫ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି ନେଇ ନିଜର ସମ୍ମତି ଦେଇଛନ୍ତି।

ଏହାପୂର୍ବରୁ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ରେ ୫୧୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଣସ୍ତ୍ର ବିକ୍ରୟ କରିବାକୁ ଅନୁମତି ଦେଇଥିଲେ।
ପ୍ରତିରକ୍ଷା କ୍ଷମତା ବଢ଼ାଇବା ପାଇଁ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଅତିରିକ୍ତ ୯୦୦ କୋଟି ଡଲାରା ଆବଶ୍ୟକ କରୁଛି। ଆସନ୍ତା ୫ ବର୍ଷ ମଧ୍ୟରେ ଏହା ପ୍ରତିରକ୍ଷା ବିଭାଗକୁ ମିଳିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହି ଅର୍ଥ ଦେଶର ବର୍ତ୍ତମାନର ପ୍ରତିରକ୍ଷା ବଜେଟର ଅତିରିକ୍ତ।

ତାଇୱାନ ଉପରେ ଭବିଷ୍ୟତରେ ଆସୁଥିବା ବିପଦ ମଧ୍ୟରେ ସାଧାରଣ ଜନତା ଏହା ପାଇଁ ପ୍ରସ୍ତୁତ ହେବେ କି ନାହିଁ ପ୍ରଶ୍ନ ଉଠିଛି। ସମସ୍ତ ପୁରୁଷ ନାଗରିକଙ୍କ ପାଇଁ ଜାତୀୟ ସେବା ସମାପ୍ତ କରିବାକୁ ତାଇୱାନ ବାଧ୍ୟତାମୂଳକ କରିଛି। ବାସ୍ତବରେ ଏହାର ଅର୍ଥ ହେଉଛି ସେମାନେ ସେନା ସହିତ ମିଶି ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିବା ଉଚିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତାଇୱାନର ସୈନ୍ୟବାହିନୀରେ ବର୍ତ୍ତମାନ ୧୮୮,୦୦୦ ସୈନ୍ୟ ଅଛନ୍ତି। ଯଦି ସାଧାରଣ ନାଗରିକମାନେ ମିଳିତ ହୁଅନ୍ତି ତେବେ ଏହା ୨୧୫,୦୦୦କୁ ବୃଦ୍ଧି ପାଇବାର ଆଶା ରହିଛି। ଯେହେତୁ ତାଇୱାନ ଆଲର୍ଟ ମୋଡରେ ଅଧିକ ସୈନ୍ୟ ରଖିପାରିବ ନାହିଁ, ତେଣୁ ରିଜର୍ଭ ବାହିନୀଙ୍କୁ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ରିଜର୍ଭ ବାହିନୀ ବୋମା ବିସ୍ଫୋରଣ ବେଳେ ରନୱେ ମରାମତି, ଯାନବାହନ ମରାମତି ଏବଂ ଖାଲ ଖୋଳିବାରେ ସକ୍ଷମ ହେବେ। ଆକ୍ରମଣ ହେଲେ ପ୍ରଥମ ରାଉଣ୍ଡରେ ପାଖାପାଖି ୧୦ ଲକ୍ଷ ରିଜର୍ଭ ସୈନିକଙ୍କୁ ଡକାଯାଇପାରିବ।

ତେବେ ବହୁ ସାମରିକ ବିଶେଷଜ୍ଞ ଏହି ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଯୁଦ୍ଧ ଲଢ଼ିବାରେ ରିଜର୍ଭ ବାହିନୀ ଦକ୍ଷ ହୋଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri