ପରଫେକ୍ଟ ଜେଣ୍ଟଲମ୍ୟାନ ଖୋଜୁଛନ୍ତି ତ୍ରିଶାଳା

ମୁମ୍ବାଇ: ସବୁବେଳେ ଦେଖାଯାଇଛି କି ବଲିଉଡ୍ ଷ୍ଟାର କିଡ୍‌ମାନେ ନିଜ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ବଲିଉଡ୍‌ରେ ପ୍ରବେଶ କରିବାକୁ ବହୁ ଚେଷ୍ଟା କରିଥାଆନ୍ତି । ଷ୍ଟାର କିଡମାନେ ନିଜ ନିଜର ସ୍ଥାନ ତିଆରି କରିବାକୁ ବହୁ ପରିଶ୍ରମ ବି କରିଥାଆନ୍ତି । ହେଲେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସମସ୍ତଙ୍କଠାରୁ ଟିକେ ଭିନ୍ନ । ସଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ଝିଅ ହେଉଛନ୍ତି ତ୍ରିଶାଳା । ଏବେ ସେ ୟୁଏସ୍‌ଏରେ ରହୁଛନ୍ତି । ସେଠାରେ ସେ ସାଇକୋଥେରାପିଷ୍ଟ ଅଛନ୍ତି । ବଲିଉଡ୍‌ଠାରୁ ଦୂରରେ ଥିଲେ ବି ତ୍ରିଶାଳାଙ୍କ ଫ୍ୟାନ ଫଲୋଇଙ୍ଗସ୍ ବହୁ ଅଧିକ । ଇତିମଧ୍ୟରେ ୱିକେଣ୍ଡରେ ତ୍ରିଶାଳା ତାଙ୍କ ତାଙ୍କ ଇନଷ୍ଟାଗ୍ରାମରେ’AMA’ (Ask Me Anything) ) ସେଶନ ରଖିଥିଲେ । ଯେଉଁଥିରେ ତାଙ୍କ ପ୍ରଶଂସକମାନେ ତ୍ରିଶାଳାଙ୍କ କ୍ୟାରିୟର, ପ୍ୟାରେଣ୍ଟସ୍ ଓ ପର୍ସନାଲ ଲାଇଫ ବିଷୟରେ କଥା ହୋଇଥିଲେ । ଫ୍ୟାନମାନଙ୍କ ସହ ତ୍ରିଶାଳାବି ସବୁ ଶେୟାର କରିଥିଲେ ।
ଏହି ସମୟରେ ତ୍ରିଶାଳାଙ୍କ ବିବାହକୁ ନେଇ ଜଣେ ପ୍ରଶଂସକ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଥିଲେ ୩୩ ବର୍ଷ ବୟସରେ ଡେଟିଂ କରିବା ଡିଜାଷ୍ଟର । ତେଣୁ ସେ ଜଣେ ପରଫେକ୍ଟଜେଣ୍ଟଲମ୍ୟାନ ଖୋଜୁଛନ୍ତି । ଯିଏ ତାଙ୍କୁ ସମ୍ମାନ ଦେଉଥିବେ, ଭଲପାଉଥିବେ ଓ ତାଙ୍କୁ ଆପ୍ରିସିଏଟ କରୁଥିବେ । ଯେଉଁଦିନ ସେହି ଜେଣ୍ଟଲମ୍ୟାନ ମିଳିଯିବେ ସେଦିନ ସେ ବିବାହ କରିନେବେ ବୋଲି କହିଛନ୍ତି । ଅନ୍ୟଜଣେ ଫ୍ୟାନ୍ ତାଙ୍କ ବଲିଉଡ୍ ଡବ୍ୟୁକୁ ନେଇ ପ୍ରଶ୍ନ କରିବାରୁ ଖୁବ୍ ସରଳ ଭାବେ ସେ ଏହାର ଉତ୍ତର ନା ବୋଲି କହି ଦେଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ସେ ତ୍ରିଶାଳା ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଏବେ ରାଜି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri