Posted inଫୁରସତ

ଏହି ମନ୍ଦିରକୁ ଥରେ ଦର୍ଶନ ପାଇଁ ଗଲେ ଭକ୍ତ ହୁଅନ୍ତି ଧନୀ

ଭାରତର ପ୍ରତ୍ୟେକ ଗାଁ ଗଣ୍ଡାରେ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମନ୍ଦିର ରହସ୍ୟରେ ପରିପୂର୍ଣ୍ଣ। କିଛି ମନ୍ଦିରର ନିଜର ସ୍ବତନ୍ତ୍ର ପରିଚୟ ରହିଛି। ଏପରି ଏକ ରହସ୍ୟମୟ ମନ୍ଦିର ମଧ୍ୟପ୍ରଦେଶରେ ଅବସ୍ଥିତ। ରତଲାମ ଜିଲାର ମାନକରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରର ନାମ ହେଉଛି ମହାଲକ୍ଷ୍ମୀ ମନ୍ଦିର। ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ସେ ଧନୀ ହୁଅନ୍ତି। ଜାଣନ୍ତୁ ଏପରି ରହସ୍ୟମୟ ମନ୍ଦିର ସମ୍ପର୍କରେ…

ଏହି ମନ୍ଦିରକୁ ଯିଏ ଥରେ ଆସନ୍ତି ତାଙ୍କୁ ସୁନା, ରୁପା ଅଳଙ୍କାର ଏବଂ ଟଙ୍କା ଦିଆଯାଏ। ଭକ୍ତମାନେ ଏହି ସୁନାରୁପା ଅଳଙ୍କାରକୁ ଘରକୁ ନେଇ ଯାଇଥାନ୍ତି। ପ୍ରତିଦିନ ଶହ ଶହ ଭକ୍ତ ଏଠାକୁ ଆସି ମା’ଙ୍କୁ ଦର୍ଶନ କରନ୍ତି। ଏହି ମନ୍ଦିରରେ ଭକ୍ତମାନେ ପ୍ରତିଦିନ ମା’ ମହାଲକ୍ଷ୍ମୀଙ୍କୁ ବହୁ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପ୍ରଦାନ କରିଥାନ୍ତି। ଏହା ସହିତ ଭକ୍ତମାନେ ଏହି ମନ୍ଦିରରେ ଲକ୍ଷଲକ୍ଷ ଟଙ୍କା ଦାନ କରନ୍ତି। ଏହି ମନ୍ଦିରକୁ ନେଇ ଭକ୍ତମାନଙ୍କର ବହୁତ ବିଶ୍ୱାସ ଅଛି।

ବିଶ୍ୱାସ ଅନୁଯାୟୀ, ପୂର୍ବର ରାଜାମାନେ ନିଜ ରାଜ୍ୟର ସମୃଦ୍ଧତା ଏବଂ ସୁଖ ପାଇଁ ଏହି ମନ୍ଦିରକୁ ଅଳଙ୍କାର ଏବଂ ଟଙ୍କା ପ୍ରଦାନ କରୁଥିଲେ। ସେବେଠାରୁ ଦେବୀ ମହାଲକ୍ଷ୍ମୀଙ୍କୁ ଟଙ୍କା ଏବଂ ଅଳଙ୍କାର ଅର୍ପଣ କରିବାର ପରମ୍ପରା ଚାଲିଛି। କୁହାଯାଏ, ଏହା କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ସବୁବେଳେ ଭକ୍ତଙ୍କ ଉପରେ ରହିଥାଏ। ଥରେ ମା’ଙ୍କୁ ଦର୍ଶନ କରି ଗଲେ ଘରେ ଆଉ ଧନର ଅଭାବ ରୁହେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri