Posted inଜାତୀୟ

ଆଗାମୀ ଦୁଇଦିନ ମଧ୍ୟରେ ଗ୍ୟାସ ଚାମ୍ବର ପାଲଟିବ ରାଜଧାନୀ, ନିଶ୍ୱାସ ନେବାରେ ହେବ ଅସୁବିଧା

ନୂଆଦିଲ୍ଲୀ,୧୨ ।୧୧: ବେଳକୁ ବେଳ ଖରାପ ହୋଇଚାଲିଛି ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳ । ଆଗାମୀ ଦୁଇଦିନ ମଧ୍ୟରେ ଏହା ଗ୍ୟାସ ଚାମ୍ବର ପାଲଟିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଏଠାରେ ପ୍ରଦୂଷଣର ସ୍ତର ବେଳକୁ ବେଳ ବଢିବାରେ ଲାଗିଛି । ତେଣୁ ଆବଶ୍ୟକ ନ ଥିଲେ ଘରେ କବାଟ ଝରକା ବନ୍ଦ କରି ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଗୁରୁବାର ଦିଲ୍ଲୀରେ ଧୂଆଁର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ଅଧିକ ପ୍ରଦୂଷିତ ଥିବା ବେଳେ ଏଠାରେ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବା ସହ ଗଳା ଦରଜ ହେବା, ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ଉପୁଜିଛି । ସେହିପରି ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଛି ଯେ ବହୁତ ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଗୁରୁବାର ସଫଦରଜଙ୍ଗରେ ୮୦୦ ମିଟର ପର୍ଯ୍ୟନ୍ତ ଦେଖାଯାଉଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri