ଗୋଟିଏ ମିନିଟ୍‌ ଟ୍ରେନ୍‌ ବିଳମ୍ବ ହେବାରୁ ଡ୍ରାଇଭର୍‌ଙ୍କୁ ୩୬ ଟଙ୍କା ଜରିମାନା

ଟୋକିଓ,୧୧।୧୧: ଭାରତରେ ଟ୍ରେନ୍‌ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ। ଟିକେ ବିଳମ୍ବ ହେଲେ ଜରିମାନା ଦେବାକୁ ପଡେ। ଜାପାନ ଏହି ପ୍ରସଙ୍ଗରେ ଶୀର୍ଷରେ ରହିଛି। ଜାପାନର ଟ୍ରେନ ଗୁଡିକ ଏକ ମିନିଟ ପାଇଁ ମଧ୍ୟ ବିଳମ୍ବ ହୁଏ ନାହିଁ ଏବଂ ଯଦି ଏହା ଘଟେ ତେବେ ସେଠାରେ ହଙ୍ଗାମା ସୃଷ୍ଟି ହୁଏ। ନିକଟରେ ଜାପାନରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଡ୍ରାଇଭରଙ୍କ ଭୁଲ ହେତୁ ଟ୍ରେନ ପ୍ରାୟ ଏକ ମିନିଟ ବିଳମ୍ବ ହୋଇଥିଲା ଏବଂ ତା’ପରେ ରେଳବାଇ ଡ୍ରାଇଭରଙ୍କ ବେତନରୁ ୫୬ ୟେନ ଅର୍ଥାତ୍‌ ପ୍ରାୟ ୩୬ ଟଙ୍କା କାଟିବାକୁ ନିର୍ଦ୍ଦେଶ ଦେଇଥିଲା।
ଜାପାନ ରେଳବାଇର ଏହି ଆଦେଶ ପରେ ଟ୍ରେନ ଡ୍ରାଇଭର ଏବେ କୋର୍ଟରେ ପହଞ୍ଚି ୨.୨ ମିଲିୟନ ୟେନ ଅର୍ଥାତ୍‌ ପ୍ରାୟ ୧୪.୩୭ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି। ଡ୍ରାଇଭର ତାଙ୍କ ଓଭରଟାଇମ ଡ୍ୟୁଟି, ମାନସିକ ଯନ୍ତ୍ରଣା, ଚାକିରିରେ ସମସ୍ୟା ଇତ୍ୟାଦି ଦର୍ଶାଇ ଜାପାନ ରେଳବାଇରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି।
ଗତ ବର୍ଷ ଜୁନ ୧୮ରେ ଡ୍ରାଇଭର ଓକାୟାମା ଷ୍ଟେଶନରେ ଏକ ଖାଲି ଟ୍ରେନ ନେବାକୁ ନେବାକୁ ଯାଇଥିଲେ, କିନ୍ତୁ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ବାଥରୁମକୁ ଯିବାକୁ ପଡିଥିଲା। ସେ ଏହି ଚାର୍ଜକୁ ତାଙ୍କ ଜୁନିଅର ଡ୍ରାଇଭରକୁ ଦେଇଥିଲେ, କିନ୍ତୁ ସେ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ଚଲାଇଥିଲେ ଏବଂ ଏହି କାରଣରୁ ଟ୍ରେନଟି ଗୋଟିଏ ମିନିଟ ବିଳମ୍ବ ହୋଇଥିଲା। ଏହା ପରେ ପଶ୍ଚିମ ଜାପାନ ରେଳ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରାଇଭର ବେତନରୁ ୮୫ ୟେନ ଅର୍ଥାତ୍‌ ପ୍ରାୟ ୫୫.୫୭ ଟଙ୍କା କାଟିବାକୁ ନିର୍ଦ୍ଦେଶ ଦେଇଥିଲା।
ଜାପାନ ରେଳବାଇର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ଓକାୟାମା ଲେବର ଷ୍ଟାଣ୍ଡାର୍ଡ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଜରିମାନା ହଟାଇବା ସହ କ୍ଷତିପୂରଣ ଦାବି କରିଛି। ତେବେ ରେଳବାଇ ଏହି କଟକଣାକୁ ସଠିକ ଦର୍ଶାଇ କହିଛି ଯେ ଏହି ସମୟ ମଧ୍ୟରେ କୌଣସି କାମ କରାଯାଇ ନାହିଁ। ତେବେ କମ୍ପାନୀ ଜରିମାନାକୁ ୫୬ ୟେନକୁ କିମ୍ବା ପ୍ରାୟ ୩୬ ଟଙ୍କାକୁ ହ୍ରାସ କରିଛି। ଏହା ପରେ ଡ୍ରାଇଭର ଓକାୟାମା ଜିଲା କୋର୍ଟରେ ପହଞ୍ଚି ଯୁକ୍ତି ବାଢିଥିଲେ ଯେ,ସେହି ସମୟରେ ଟ୍ରେନ ଖାଲି ଥିବାରୁ ଟ୍ରେନ ବିଳମ୍ବ ହେବା ତାଙ୍କ କାର୍ଯ୍ୟସୂଚୀ ଉପରେ ପ୍ରଭାବ ପକାଇ ନ ଥିଲା। ଏବେ ଏହି ମାମଲା କୋର୍ଟରେ ଚାଲିଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri