Posted inଜାତୀୟ

ତୈଳ ରାଜନୀତି ଘେରରେ ଉପଭୋକ୍ତା, ୧୦ ଅଣ-ଭାଜପା ଶାସିତ ରାଜ୍ୟରେ କମୁନି ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ,୯।୧୧: ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିବା ପରେ ଭାଜପା ଶାସିତ ସମସ୍ତ ରାଜ୍ୟ ମଧ୍ୟ ଇନ୍ଧନ ଉପରେ ଭାଲ୍ୟୁ ଆଡ ଟ୍ୟାକ୍ସ (ଭାଟ) ହ୍ରାସ କରିଛନ୍ତି। ଇନ୍ଧନ ଉପରେ ଭାଟ ହ୍ରାସ କରିବାକୁ ଓଡିଶା ଏବଂ ପଞ୍ଜାବ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏଭଳି କରି ପଞ୍ଜାବ ପେଟ୍ରୋଲ ଏବଂ ଡିଜେଲ ଦାମ ମୂଲ୍ୟ ହ୍ରାସ କରିବାରେ ଏକମାତ୍ର କଂଗ୍ରେସ ଶାସିତ ରାଜ୍ୟ ହୋଇପାରିଛି।
ତେବେ ଦେଶର ୧୦ ଅଣ-ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ ପୂର୍ବ ପରି ରହିଛି। ଏହାଦ୍ୱାରା ରାଜ ନୈତିକ ଦଳର ତୈଳ ରାଜନୀତି ଘେରରେ ଉପଭୋକ୍ତାମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। କଂଗ୍ରେସ ଶାସିତ ଅନ୍ୟ ରାଜ୍ୟଗୁଡିକରେ ଭାଟ ହ୍ରାସ କରିବାର ଆବଶ୍ୟକତା ବିଷୟରେ ପଚରାଯିବାରୁ ଦଳର ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଏହା ଉପରେ ବିଚାର କରାଯାଉଛି। ଏହା ସହିତ ଦେ କହିଛନ୍ତି ଯେ, ଭାଜପା ଗତ ଦୁଇ ବର୍ଷ ହେଲା କହୁଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। କିନ୍ତୁ ଉପ-ନିର୍ବାଚନରେ ଭାଜପା ହାରିଯିବା ପରେ, ହଠାତ୍‌ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଏଭଳି କରି ଭାଜପା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବାର ଉଦ୍ୟମ କରୁଥିବା ସେ କହିଛନ୍ତି।

ଅପରପକ୍ଷରେ ଭାଜପା ମୁଖପାତ୍ର ଗୋପାଳ କୃଷ୍ଣ ଅଗ୍ରୱାଲ ଦଳର ଆଭିମୁଖ୍ୟକୁ ଦୋହରାଇ କହିଛନ୍ତି ଯେ ଭାଜପା ଶାସିତ ରାଜ୍ୟ ଭଳି କଂଗ୍ରେସ ଶାସିତ ରାଜ୍ୟ ଏଭଳି କରିବା ଆବଶ୍ୟକ। କଂଗ୍ରେସ ଶାସିତ ରାଜସ୍ଥାନ ଏବଂ ଛତିଶଗଡରେ ପେଟ୍ରୋଲ-ଡିଜେଲ ଉପରେ ଭାଟ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ କାଟିବାକୁ ମନା କରିଦେଇଛନ୍ତି। ଖବରକାଗଜରେ ବିଜ୍ଞାପନ ପ୍ରକାଶ କରି ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ଭାବେ ୩.୩୫ ଲକ୍ଷ କୋଟି ଟଙ୍କା ଜମା କରିବା ସତ୍ତ୍ୱେ କେନ୍ଦ୍ର ଏହାକୁ ଯଥେଷ୍ଟ ଅର୍ଥ ଭରଣା କରିବାକୁ ଦେଇନାହିଁ। ରାଜ୍ୟରେ ପେଟ୍ରୋଲର ମୂଲ୍ୟ ୧୦୮.୨୦ ଟଙ୍କା ରହିଛି॥

କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଘୋଷଣା କରିନାହିଁ। ତଥାପି କଂଗ୍ରେସ ଶାସିତ ପଞ୍ଜାବ ପରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ କାଟିବାକୁ ବିଚାର କରାଯାଉଛି ବୋଲି ରାଜ୍ୟ ସରକାର କହିଛନ୍ତି।

ଆମ ଆଦମୀ ପାର୍ଟି (ଏଏପି) ଦିଲ୍ଲୀ ସରକାର ତୈଳ ଉପରେ ଭାଟ ହ୍ରାସ ଘୋଷଣା କରିନାହାଁନ୍ତି। ଦିଲ୍ଲୀର ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ତୁରନ୍ତ ଟିକସ ହ୍ରାସ କରିବାକୁ ଦାବି କରିଛନ୍ତି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୧୦୩.୯୭ ଏବଂ ୮୬.୬୭ ଟଙ୍କା ରହିଛି।

ଅଣ-ଭାଜପା ଶାସିତ ଝାଡଖଣ୍ଡ ମଧ୍ୟ ତୈଳ ଟିକସ ହ୍ରାସ ସମ୍ପର୍କରେ ଘୋଷଣା କରି ନାହିଁ। ବିରୋଧୀ ଭାଜପା ଏବଂ ପେଟ୍ରୋଲିୟମ ଡିଲର ଆସୋସିଏଶନ ହେମନ୍ତ ସୋରେନ ସରକାରଙ୍କ ଉପରେ ଭାଟ ହ୍ରାସ କରିବାକୁ ଦାବି କରିଛନ୍ତି।
କେରଳର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସରକାର ସ୍ପଷ୍ଟ କରିଛନ୍ତି ଯେ ଭାଟ ହ୍ରାସ କରିବାର କୌଣସି ଯୋଜନା ନାହିଁ। ଅର୍ଥମନ୍ତ୍ରୀ କେ.ଏନ ବାଲାଗୋପାଲ ଯୁକ୍ତି କରିଛନ୍ତି ଯେ କେନ୍ଦ୍ର ତୈଳ ଟିକସକୁ ସାମାନ୍ୟ ହ୍ରାସ କରିଛି। ତୈଳ ମୂଲ୍ୟ ବୃଦ୍ଧି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରି ବାଲାଗୋପାଲ ଏକ୍ସାଇଜ ଡ୍ୟୁଟିରେ ହ୍ରାସ କେନ୍ଦ୍ରର ଏକ ଅସ୍ଥାୟୀ ଏବଂ ଭାବମୂର୍ତ୍ତିି ବଞ୍ଚାଇବା ପଦକ୍ଷେପ ବୋଲି କହିଛନ୍ତି।

ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଆଘାଡି (ଏମଭିଏ) ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହ୍ରାସ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସରକାର କହିଛନ୍ତି ଯେ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ହ୍ରାସ ହେଲେ ନଭେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ପର୍ଯ୍ୟନ୍ତ ୧,୭୦୦ କୋଟି କ୍ଷତି ହେବ। ୬.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ରାଜ୍ୟ ସରକାର ରାଜସ୍ବ କ୍ଷତି ପ୍ରଭାବକୁ ସମ୍ଭାଳିବା ପାଇଁ ସକ୍ଷମ ନୁହନ୍ତି।

କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ତୈଳ ଉପରେ ଭାଟ ହ୍ରାସ କରିବାକୁ ବିଭିନ୍ନ ବିଭାଗର ଚାପର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରର କଟ ସତ୍ତ୍ୱେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ସର୍ବାଧିକ ରହିଛି। ଜୟପୁରରେ ପେଟ୍ରୋଲ ମୂଲ୍ୟ ୧୧୧.୦୬ ଟଙ୍କା ଏବଂ ଡିଜେଲ ମୂଲ୍ୟ ୯୫.୭୧ ଟଙ୍କା ଅଛି।

ତାମିଲନାଡୁର ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ)ର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହ୍ରାସ ଘୋଷଣା କରିନାହାଁନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କେବଳ ଏକ ଲୋକ ଦେଖାଣିଆ ଯୋଜନା ବୋଲି କହିଛି। ଟିଏମସି ସାଧାରଣ ସମ୍ପାଦକ ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଭାଜପା ଶାସିତ ରାଜ୍ୟ ସରକାର ସେମାନଙ୍କ ଟିକସ କାରଣରୁ କେନ୍ଦ୍ରରୁ ସେମାନଙ୍କ ଦେୟ ପାଉଛନ୍ତି, କିନ୍ତୁ ପଶ୍ଚିମବଙ୍ଗ ସେଥିରୁ ବଞ୍ଚିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri