Posted inଫୁରସତ

ବୁଣାକାରଙ୍କ ଗାଁ ଗୋପାଳପୁର

ଏମିତି ଗାଁ, ଯେଉଁଠି ବର୍ଷବର୍ଷ ଧରି ବୁଣାକାରମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ୧୬ନଂ ଜାତୀୟ ରାଜପଥ କଟକ-ବାଲେଶ୍ୱର ରାସ୍ତାର ଜାରକା ଓ କୁଆଖିଆ ଛକର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର। ନିକଟରେ ରହିଛି ବ୍ରାହ୍ମଣୀ ନଦୀ । ଗାଁ ଭିତରକୁ ପ୍ରବେଶମାତ୍ରେ କାନରେ ପଡ଼େ ଖଡଖଡ ଶବ୍ଦ । ଏହି ଅଞ୍ଚଳର କାରିଗରମାନଙ୍କ ଘରେ ଘରେ ତନ୍ତଚାଲେ ସକାଳୁ ସଞ୍ଜ ପର୍ଯ୍ୟନ୍ତ। ଗାଁର ପ୍ରାୟ୧୫୦୦ ପରିବାରର ଜନସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି । ଶତକଡା ୭୦ଭାଗ ବାସିନ୍ଦାଙ୍କ ବେଉସା ହେଉଛି ଲୁଗା ବୁଣିବା । ସେଥିମଧ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ବୁଣାକାର ବୃତ୍ତି ଉପରେ ନିର୍ଭରଶୀଳ ା ଅନୂ୍ୟନ ୫ହଜାରରୁ ଊର୍ଦ୍ଧ୍ୱ ଲୋକେ ବୁଣାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେଥିମଧ୍ୟରୁ ପ୍ରାୟତଃ ୩୦୦୦ରୁ ଊର୍ଦ୍ଧ୍ୱ କାରିଗର ତନ୍ତ ଚଳାଇବା ଦକ୍ଷତା ରଖନ୍ତି । ବାକି ୨୦୦୦ରୁ ଊର୍ଦ୍ଧ୍ୱ କାରିଗର ତନ୍ତକୁ ସୂତା ଆସିବା ପୂର୍ବର କାର୍ଯ୍ୟ- ସୂତା କାଟିବା, ସୂତାକୁ ସିଧା ଓ ଶକ୍ତ କରିବା ପାଇଁ ଢାଳ କରିବା, ରଙ୍ଗ କରିବା ଆଦି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଗାଁରେ ୧୭ଟି ସମବାୟ ସମିତି ରହିଛି । ବୁଣାକାରମାନଙ୍କୁ କାମ ଯୋଗାଇ ଦେବା, ସେମାନଙ୍କଠାରୁ ଉପତ୍ାଦିତ ଦ୍ରବ୍ୟକୁ କ୍ରୟକରି ପାରିଶ୍ରମିକ ପ୍ରଦାନ କରିବା ସମିତିର ପ୍ରମୁଖ କାର୍ଯ୍ୟ । ଅନ୍ୟପକ୍ଷେ କଳା ସଂସ୍କୃତି, ଖେଳକୁଦ ଆଦି କ୍ଷେତ୍ରରେ ବି ଗାଁର ସୁନାମ ରହିଛି। ଏହି ଗାଁର ସରସ୍ବତୀ ଚାନ୍ଦ ଓ ଅଲିମ୍ପିଆଡ ଦୂତୀ ଚାନ୍ଦଙ୍କ ଭଳି ସୁନାମଧନ୍ୟ ଖେଳାଳି ବିଶ୍ୱ ଦରବାରରେ ପରିଚିତ ।

ଲୁଗାବୁଣା – ସୁନ୍ଦର କଳାକୃତିର ଲୁଗା ବୁଣିବା ପାଇଁ ଟସର, କୋରିଆ, ମସଚରାଇଜ, ଭେକ୍ଟସ, ଉଲ ଆଦି ସୂତା ବ୍ୟବହାର ହୋଇଥାଏ। ସୂତାକୁ ବୁଣାକାରମାନେ ବରଗଡ, ସେରିଫେଡ, ବୟନିକା ଆଦି ସଂସ୍ଥାଠାରୁ ସଂଗ୍ରହ କରିଥାନ୍ତି। ସୂତାକୁ ଲୁଗା ବୁଣିବା ପୂର୍ବରୁ ପ୍ରୋସେସିଂ ଓ ସାଇଜିଂ କରିବା ପରେ ତନ୍ତରେ ବ୍ୟବହାର କରାଯାଏ । ଗୋଟିଏ ଲୁଗା ପ୍ରସ୍ତୁତି ପାଇଁ ୫ଟି ପର୍ଯ୍ୟାୟ ଦେଇ ଯିବାକୁ ପଡିଥାଏ । ଏହାରି ପଛରେ ପରିଶ୍ରମ କରି ପ୍ରତ୍ୟେକ ସଦସ୍ୟ ମାସିକ ପ୍ରାୟତଃ ୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।

ବିକ୍ରିବ୍ୟବସ୍ଥା- ତନ୍ତବୁଣା ଲୁଗା, ମେଶିନ ବୁଣାଲୁଗାଠାରୁ ଅଧିକ ଦାମ୍‌ । ତନ୍ତରୁ ବାହାରୁଥିବା ଲୁଗା ମଜଭୁତ୍‌, ପିନ୍ଧିବାକୁ ଅଧିକ ଆରାମଦାୟକ ହୋଇଥିବାରୁ ଏହାକୁ ଚଢା ଦାମ୍‌ରେ ବିକ୍ରି କରାଯାଏ। ମେଶିନ ବୁଣା ଶାଢି ନିତିଦିନିଆ ବ୍ୟବହାରରେ ଲାଗୁଥିବା ବେଳେ ତନ୍ତବୁଣା ଲୁଗା ପାର୍ବଣ ଋତୁ ଓ ବାହାର ପିନ୍ଧିବା ଲୁଗା ଭାବରେ ବ୍ୟବହାର କରାଯାଏ ା ତେବେ ଏହି ଲୁଗା, ପଡ଼ୋଶୀ ରାଜ୍ୟ କଲିକତା, ରାଜ୍ୟର ଭୁବନେଶ୍ୱର, ପୁରୀ, କଟକ ଭଳି ବଡ଼ ସହରରେ ଚାହିଦା ରହିଛି। ଏହାଛଡା ସେରିଫେଡ, ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ଉତ୍କଳିକା ଆଦି ସଂସ୍ଥା ପକ୍ଷରୁ ବୁଣାକାରମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ କ୍ରୟ କରାଯାଇଥାଏ। ଅନେକ ସମୟରେ ସଂସ୍ଥାଗୁଡିକ ପକ୍ଷପାତିତା କରନ୍ତି ବୋଲି ଅଭିଯୋଗ ହୁଏ  ଏ ସମ୍ପର୍କରେ ଏହି ଅଞ୍ଚଳର ବୁଣାକାର ପ୍ରତିନିଧି ରମେଶ ଦାସ କୁହନ୍ତି-ବୁଣାକାର ସଂପ୍ରଦାୟ, ଲୋକଙ୍କ ଲଜ୍ଜା ନିବାରଣର ମୁଖ୍ୟ ବିନ୍ଧାଣୀ। ବୁଣାକାରଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଉ ।

ଯୁବ ଉଦ୍ୟୋଗୀ ଅଶୋକ କୁମାର ଗୁଇଁ କୁହନ୍ତି-ବୁଣାକାରମାନଙ୍କ କୁଟୀର ଶିଳ୍ପକୁ ଶିଳ୍ପରେ ପରିଣତ କରାଯାଉ। ଏକ ପ୍ରଦର୍ଶନୀ ହବ୍‌ କାର୍ଯ୍ୟ ତୁରନ୍ତ ଆରମ୍ଭ ହେଉ । ସେହିଭଳି ତାଲିମପ୍ରାପ୍ତ ମହିଳା ଡିଜାଇନର ମାଳତୀ ଦାସ କୁହନ୍ତି-କରୋନା କାଳରେ ବୁଣାକାର ପରିବାର ଉପରେ ବିପଦ ମାଡି ବସିଛି, ଏ ଦିଗରେ ସରକାର ଧ୍ୟାନ ଦେବାର ସମୟ ଆସିଛି। ମହିଳା ବୁଣାକାର ଗେହ୍ଲା ଚାନ୍ଦ କୁହନ୍ତି-ତନ୍ତ କାର୍ଯ୍ୟରେ ମହିଳା ବୁଣାକାରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କୁ ଏକ୍ସପୋଜର୍‌ ଭିଜିଟ୍‌ ଭାବରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କଠାରୁ ଜ୍ଞାନକୌଶଳ ପ୍ରଶିକ୍ଷଣ ପାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଉ । ଆଉ ଓଡ଼ିଶା ବୁଣାକାର ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା କୁହନ୍ତି, ‘ଗୋପାଳପୁର ଗାଁକୁ ଶିଳ୍ପୀ ଗ୍ରାମ ଭାବରେ ଘୋଷଣା କରିବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ।’

ବୁଣାକାରଙ୍କ ସମସ୍ୟା- ବୁଣାକାରମାନଙ୍କ ଉପତ୍ାଦିତ ଦ୍ରବ୍ୟର ବିକ୍ରିବଟା ହୋଇ ନ ପାରିବା, ଠିକ୍‌ ସମୟରେ କଞ୍ଚାମାଲ ଉପଲବ୍ଧ ନ ହେବା, ଗଚ୍ଛିତ ଲୁଗାରେ ମୂଳ ପୁଞ୍ଜି ଖର୍ଚ୍ଚ ହୋଇଯିବା ଆଦି ଲୁଗା ବୁଣାକାର୍ଯ୍ୟରେ ବାଧକ ସାଜୁଛି । ଏହିଭଳି କ୍ଷେତ୍ରରେ ଅର୍ଥ ଲଗାଣକାରୀ ସଂସ୍ଥାମାନେ ବିନା ସୁଧରେ ଋଣ ପ୍ରଦାନ କରିବାକୁ ଦାବି ହେଉଛି। ଦକ୍ଷ ବୁଣାକାରମାନଙ୍କୁ ତାଲିମ ପ୍ରଦାନ ଅବଧି ବଢ଼ାଇବା ସହ ବୁଣାକାରମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରାଯାଇ ସରକାରୀ ସୁବିଧା ପ୍ରଦାନ କରାଯିବା ଜରୁରୀ। ତନ୍ତଶାଳା ନିର୍ମାଣ ସକାଶେ ଆସୁଥିବା ଅର୍ଥର ଫାଇଦା ବୁଣାକାରମାନଙ୍କୁ ମିଳୁନାହିଁ ବୋଲି ମଧ୍ୟ ବୁଣାକାରମାନେ ଅଭିଯୋଗ କରିଛନ୍ତି। ବୁଣାକାରମାନଙ୍କୁ ବାସଗୃହ ଉପରେ ତନ୍ତଶାଳା ନିର୍ମାଣ ପାଇଁ ଅନୁମତି ଓ ସରକାରୀ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରାଯାଉଛି । ଅନ୍ୟପକ୍ଷେ ଓଡ଼ିଶାର ଏପରି ଅନେକ ସ୍ଥାନରେ ବୁଣାକାରମାନଙ୍କ ହସ୍ତକାରିଗରି ରହିଛି। ମାତ୍ର ଗୋପାଳପୁର ତନ୍ତବୁଣା ଲୁଗାର ପରିଚୟ ସ୍ବତନ୍ତ୍ର। ତେବେ ଏପରି ତନ୍ତକାରିଗରଙ୍କ ହସ୍ତକଳାରେ ଓଡ଼ିଶାର ନିଜସ୍ବ ପରିଚୟ ଅଧିକ ସୁଦୃଢ ହୋଇଥାଏ।
-ରଞ୍ଜିତ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri