ଏହି ଅଭିନେତାଙ୍କୁ ମାରୁ ମାରୁ ଜୀବନରୁ ମାରିଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଓର୍‌ କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ ଅଜୟ ଆରମ୍ଭରୁ ଷ୍ଟଣ୍ଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ କଲେଜ ଦିନରେ ଅନେକ ଲୋକଙ୍କୁ ମାରିଛନ୍ତି ଏବଂ ଅନେକ ଲୋକଙ୍କଠାରୁ ମାଡ ମଧ୍ୟ ଖାଇଛନ୍ତି। ହେଲେ ଏକଦା ଅଜୟଙ୍କୁ ୨୫-୩୦ ଜଣ ଲୋକେ ମାରିବାକୁ ଆସିଥିଲେ। ଏହି କଥା ସେ ନିଜେ ଶୋ’ ‘ୟାଦୋଁ କି ବାରାତ’ ରେ କହିଥିଲେ।
ସେ କହିଥିଲେ, ଜଣେ ଅଭିନେତା ହେବା ପୂର୍ବରୁ ମୋର ଅନେକ ଲୋକଙ୍କ ସହ ଝଗଡା ହୋଇଥିଲା। ଅନେକ ଲୋକଙ୍କୁ ମାଡ଼ ମାରିଛି ଅନେକ ଲୋକଙ୍କଠାରୁ ମାଡ଼ ଖାଇଛି। ଥରେ ୨୦-୨୫ ଲୋକ ଏକାଠି ମାରିବାକୁ ଆସିଥିଲେ। ସେହି ସମୟରେ ଅଜୟଙ୍କ ସହ ଶୋ’ର ହୋଷ୍ଟ ସାଜିଦ ଖାନ ମଧ୍ୟ ଉପସ୍ଥିତ ଥିଲେ।
ସାଜିଦ କହିଛନ୍ତି, ଅଜୟଙ୍କର ଏକ ଧଳା ଜିପ ଥିଲା ଯେଉଁଥିରେ ଆମେ ସମସ୍ତେ ବୁଲୁଥିଲୁ । ହଲିଡେ ହୋଟେଲ ନିକଟରେ ଏକ ସଂକୀର୍ଣ୍ଣ ରାସ୍ତା ଥିଲା। ଆମେ ଜିପ ନେଇ ଯାଉଥିଲୁ, ସେତେବେଳେ ଆମ ଜିପ ସାମ୍ନାକୁ ଏକ ପିଲା ଦୌଡିକି ପଳେଇ ଆସଥିଲା। ଅଜୟ ହଠାତ୍‌ ବ୍ରେକ ମାରିଲେ। ସୌଭାଗ୍ୟବଶତଃ ପିଲାଟିର କିଛି ହୋଇ ନ ଥିଲା। ମାତ୍ର ପିଲାଟି ଭୟରେ କାନ୍ଦିବାକୁ ଲାଗିଲା। ଏଥିରେ ବହୁତ ଲୋକ ଆସିଲେ। ଅମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ। ମାତ୍ର ସେମାନେ ଆମ କଥା ଶୁଣିଲେନି। ଆମକୁ କହିଲେ ବଡ଼ ଘର ପିଲା ବୋଲି ଦ୍ରୁତଗତିରେ ଗାଡ଼ି ଚଲାଇବ। ପରେ ସେମାନେ ଆମକୁ ମାରିବାକୁ ଲାଗିଲେ ବୋଲି ଦୁହେଁ କହିଥିଲେ। ଏହି ଖବର ଅଜୟଙ୍କ ବାପା ଜାଣିବା ପରେ ସେ ତାଙ୍କୁ ବଞ୍ଚାଇବାକୁ ୧୫୦ ଜଣ ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ। ସେଠାରେ ସେ ଅଜୟ, ସାଜିଦ ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ବଞ୍ଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri