ଏଥର ତଦନ୍ତ, ନିଷ୍ପତ୍ତି ନେବ ଟିଏସି

ଯାଜପୁର ଅଫିସ,୨୭।୧୦:ଫସଲ ଉଜୁଡ଼ିଲେ ଚାଷୀ ଆଖିରୁ ଲୁହଝରେ। ଋଣ ଶୁଝି ନ ପାରି ସେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହୁଏ। ଚାଷ ପାଇଁ ଆବଶ୍ୟକ ହୁଏ ପାଣି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)ର କ୍ଷୁଦ୍ର ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନ ମନୋଭାବ ଓ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥାର ସୁଫଳ ଚାଷୀ ପାଇ ପାରୁନାହାନ୍ତି। ଏହାର ନିଚ୍ଛକ ଉଦାହରଣ ଯାଜପୁର ଜିଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକରେ ଦେଖିବାକୁ ମିଳିଛି। ଜିଲାରେ ଥିବା ପ୍ରକଳ୍ପଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥାର ଲକ୍ଷ୍ୟଧାର୍ଯ୍ୟ ପରାହତ ହେଉଛି ବୋଲି ମତପ୍ରକାଶ ପାଇଛି ।
ଗତ ୨୫ ତାରିଖରେ ସରକାର ରାଜ୍ୟରେ ଥିବା ସମସ୍ତ ଜଳସେଚନ ପ୍ରକଳ୍ପ ଉପରେ ତଦନ୍ତ ଓ ନିଷ୍ପତ୍ତି ନେବାକୁ ଏକ ଟେକ୍ନିକାଲ ଆଡଭାଇଜରି କମିଟି(ଟି.ଏ.ସି) ଗଠନ କରିଛନ୍ତି। ଏହି କମିଟି ଜଳସେଚନ ପରିମାଣ ବୃଦ୍ଧି, କାର୍ଯ୍ୟକ୍ଷେତ୍ର ବଢାଇବା, ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକର ବୈଷୟିକ, ପରିକଳ୍ପନା, ନିର୍ମାଣ ଆଦି ପ୍ରତିବନ୍ଧକର ଦୂରୀକରଣ ସମେତ ପରବର୍ତ୍ତୀ ଅଟକଳ, ଡ୍ୟାମ୍‌, ଟନେଲ, ଗେଟ୍‌, ପାୱାର ହାଉସର ତଦନ୍ତ କରିବ। ଜିଲାରେ ଏମ୍‌ଆଇପି ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ନିର୍ଦ୍ଧାରିତ ପରିମାଣର ଜଳସେଚନ ନ ହେବା ଉପରେ ଏହି କମିଟି ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାର ୧୦ଟି ବକରୁ ୯ଟି ବ୍ଲକରେ ୫୮ଟି ଏମ୍‌ଆଇପି ରହିଛି। ଏଥିରେ ୮୦୯୧ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଚଳିତ ବର୍ଷ ମାତ୍ର ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ୨୦୨୦-୨୧ ବର୍ଷରେ ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ହେଲେ ଏହି ଅନୁଦାନର ଉପଯୁକ୍ତ ଭାବେ ଖର୍ଚ୍ଚ ନ ହୋଇ କେବଳ ଠିକାଦାର ପୋଷା ନୀତି ଚାଲିଥିବାରୁ ଚାଷୀମାନଙ୍କ ଜମି ମୁଣ୍ଡକୁ କେନାଲରେ ପାଣିମୁନ୍ଦେ ଯାଇପାରୁନାହିଁ। ଏଠାରେ ଭଙ୍ଗାବନ୍ଧ, ମଙ୍ଗଳପୁର, ରାଣୀବନ୍ଧ, ଢୋଲପଥର, ବଡଜୁରୀ, ଡମଶାଳା, ଗଣ୍ଡାନାଳ, ଭାଲୁକିପାତଲା ଆଦି ଏମଆଇପିକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପ ସଂଲଗ୍ନ କେନାଲଗୁଡ଼ିକ ପୋତି ହୋଇପଡିଛି। ସେଥିରେ ଅନାବନା ଗଛ ଉଠି ଜଳପ୍ରବାହ ପଥକୁ ଅବରୋଧ କରିଛି। ଅଧିକାଂଶ ସମୟରେ କେନାଲ ମରାମତି ହେଉଥିଲେ ହେଁ ନିମ୍ନମାନର କାମ ଯୋଗୁ ପୁଣି ତାହା ପୂର୍ବାବସ୍ଥାକୁ ଫେରିଯାଉଛି ା ଏସବୁର ମରାମତି ନିମନ୍ତେ ସ୍ଥାନୀୟ ଚାଷୀ ଦାବି କରି ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।
ଏ ସଂକ୍ରାନ୍ତରେ ଚାଷୀ କୁହନ୍ତି, ଯେତେବେଳେ ଖରାଟିଆ ଫସଲ ପାଇଁ ପାଣି ବ୍ୟବସ୍ଥା ହୋଇଛି ବୋଲି ଶୁଣିଥୁଲୁ ବହୁତ ଖୁସି ଲାଗିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆଶା ଧୁଳିସାତ ହୋଇ ଯାଇଥିଲା । ନିହାତି ଆବଶ୍ୟକ ସମୟରେ ପାଣି ମିଳୁ ନାହୁଁ ବୋଲି ସେମାନେ କହିଛନ୍ତି । ଜମିକୁ ପାଣି ମାଡ଼ିବା ଦୂରର କଥା, କେବଳ ଚାଷୀଙ୍କ ଆଖିରୁ ଲୁହ ଝରୁଛି। ମରୁଡ଼ିଜନିତ କ୍ଷୟକ୍ଷତିର ଶିକାର ହୋଇ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ଏଭଳି ସ୍ଥିତିରେ ଟିଏସି ବ୍ୟବସ୍ଥା ଯଦି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବ ଏମ୍‌ଆଇପିରେ ଜଳସେଚନ ସମସ୍ୟା ରହିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏହି କମିଟିରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ପ୍ଲାନିଂ ଆଣ୍ଡ ଡିଜାଇନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କୋ-ଅଧ୍ୟକ୍ଷ ଭାବେ ରହିଛନ୍ତି। ଏହାବାଦ ସଭ୍ୟ ଭାବେ ପ୍ଲାନିଂ, ଡିଜାଇନିଂ, ସର୍ଭେ ଆଣ୍ଡ ଇନଭେଷ୍ଟିଗେଶନ, ମନିଟରିଂ ପ୍ରଭୃତି ବିଭାଗର ଚିଫ୍‌ ଇଞ୍ଜିନିୟର ସଭ୍ୟ ରହିଛନ୍ତି।
ଏ ସଂକ୍ରାନ୍ତରେ ଏମ୍‌ଆଇପିର ନିର୍ବାହୀ ଯନ୍ତ୍ରୀ ଜି. ରାମକୃଷ୍ଣନ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ଦ୍ଧାରିତ ପରିମାଣରେ ଜଳସେଚନ କରିବାକୁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଅନିୟମିତତା ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri